ମ୍ୟାକ୍ସୱେଲ ପରେ ଆଉ ଜଣେ କ୍ରିକେଟର ମାନସିକ ରୋଗ ପାଇଁ ଛାଡ଼ିଲେ କ୍ରିକେଟ!
Advertisement

ମ୍ୟାକ୍ସୱେଲ ପରେ ଆଉ ଜଣେ କ୍ରିକେଟର ମାନସିକ ରୋଗ ପାଇଁ ଛାଡ଼ିଲେ କ୍ରିକେଟ!

ସୋଫି ମହିଳା ବିଗ ବ୍ୟାଶ୍ ଲିଗରେ ରେନିଗେଡ୍ସ ଦଳ ତରଫରୁ ୧୦ଟି ମ୍ୟାଚ ଖେଳିଛନ୍ତି । ସେ ଟି-20 ବିଶ୍ୱକପରେ ଜାଗା କରିବା ପାଇଁ କଠିନ ପରିଶ୍ରମ କରୁଥିଲେ । କିନ୍ତୁ ଶନିବାର ସେ ମେଲର୍ବନରେ ହେବାକୁ ଥିବା ମ୍ୟାଚ ପୂର୍ବରୁ ନିଜ ନାଁକୁ ଫେରାଇ ନେଇଛନ୍ତି ।

ମ୍ୟାକ୍ସୱେଲ ପରେ ଆଉ ଜଣେ କ୍ରିକେଟର ମାନସିକ ରୋଗ ପାଇଁ ଛାଡ଼ିଲେ କ୍ରିକେଟ!

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଦଳର ପ୍ରଦର୍ଶନରେ ପୂର୍ବାପେକ୍ଷା ସୁଧାର ଆସିଛି, କିନ୍ତୁ ଟିମର ଖେଳାଳିଙ୍କ ମାନସିକ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖା ଦେଉଛି । ବିଗତ ଦିନରେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ମାନସିକ ରୋଗର ଶିକାର ହୋଇ କ୍ରିକେଟ ଦୁନିଆରୁ ସ୍ୱଳ୍ପ ସମୟ ପାଇଁ ବ୍ରେକ ନେଇଥିଲେ । ପୁଣି ଆଉ ଏକ ଖେଳାଳି ମାନିସକ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟା ଯୋଗୁଁ କ୍ରିକେଟରୁ ବ୍ରେକ ନେଇଛନ୍ତି । ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଖେଳାଳି ସୋଫୀ ମୋଲିନେ ମାନସିକ ରୋଗରେ ଆକ୍ରାନ୍ତ ହୋଇ କିଛି ସମୟ ପାଇଁ କ୍ରିକେଟରୁ ବ୍ରେକ ନେବାର ନିଷ୍ପତ୍ତି ନେଇଛନ୍ତି ।

fallback

ସୋଫି ମହିଳା ବିଗ ବ୍ୟାଶ୍ ଲିଗରେ ରେନିଗେଡ୍ସ ଦଳ ତରଫରୁ ୧୦ଟି ମ୍ୟାଚ ଖେଳିଛନ୍ତି । ସେ ଟି-20 ବିଶ୍ୱକପରେ ଜାଗା କରିବା ପାଇଁ କଠିନ ପରିଶ୍ରମ କରୁଥିଲେ । କିନ୍ତୁ ଶନିବାର ସେ ମେଲର୍ବନରେ ହେବାକୁ ଥିବା ମ୍ୟାଚ ପୂର୍ବରୁ ନିଜ ନାଁକୁ ଫେରାଇ ନେଇଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ ମାନସିକ ସ୍ୱାସ୍ଥ୍ୟ କାରଣରୁ କ୍ରିକେଟରୁ ବ୍ରେକ ନେବା ସୋଫି ହେଉଛନ୍ତି ଚତୁର୍ଥ ଅଷ୍ଟ୍ରେଲିଆର ଖେଳାଳି । ଏହାପୂର୍ବରୁ ମ୍ୟାକ୍ସୱେଲ, ନିକ ମାଡିସନ ଓ ବିଲ ପୁକୋବସ୍କୋ ମଧ୍ୟ ମାନସିକ ଚାପ ଯୋଗୁଁ କ୍ରିକେଟରୁ ଦୂରେଇ ଯାଇଥିଲେ ।

ବିଗତ ଦିନରେ ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ମାନସିକ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ କିଛି ସମସ୍ୟାର ସାମ୍ନାକୁ ଆସିଥିଲା । ଯାହା ପରେ ସେ ହଠାତ କ୍ରିକେଟ ଜଗତରୁ ବ୍ରେକ ନେବାର ଘୋଷଣା କରିଥିଲେ । ଏହି ଖବର ଆସିବା ପରେ କ୍ରିକେଟ ଜଗତ ଚକିତ ହୋଇଯାଇଥିଲେ । ପ୍ରଶ୍ନ ଉଠୁବା ଆରମ୍ଭ ହୋଇଯାଇଥିଲା ମୈଦାନରେ ବିରୋଧୀ ବୋଲରଙ୍କ ନିଦ ହଜାଇ ଦେଉଥିବା ମ୍ୟାକ୍ସୱେଲଙ୍କୁ ହଠାତ ଏପରି କଣ ହୋଇଛି, ଯାହା ପାଇଁ ତାଙ୍କୁ କ୍ରିକେଟ ମୈଦାନ ଛାଡିବାକୁ ପଡିଛି ।

କ୍ରିକେଟ ଅଷ୍ଟ୍ରେଲିଆର ମନୋବୈଜ୍ଞାନିକ ଡକ୍ଟର ମାଇକେଲ ଲାୟଡ ଏହାର ପୃଷ୍ଟି କରିଥିଲେ । ସେ କହିଥିଲେ ଯେ ଗ୍ଲେନ ନିଜ ମାନସିକ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ କିଛି ସମସ୍ୟାର ସାମ୍ନା କରୁଛନ୍ତି । ଏଥିପାଇଁ ସେ ଖେଳରୁ କିଛି ସମୟ ପାଇଁ ଦୂରେଇ ରହିବେ । ଗ୍ଲେନ ଏହି ସମସ୍ୟାର ସମାଧାନ କରିବା ପାଇଁ ଏହାର ସଂପୂର୍ଣ୍ଣ ଚିକିତ୍ସା କରିବାକୁ ପ୍ରସ୍ତୁତ ଅଛନ୍ତି । ମ୍ୟାକ୍ସୱେଲ ଶ୍ରୀଲଙ୍କା ବିରୋଧରେ ଟି-୨୦ ସିରିଜରେ ଖେଳିଥିଲେ । ଏହାସହ ଏହି ସିରିଜରେ ସେ ଚତ୍କାର ପ୍ରଦର୍ଶନ କରିଥିଲେ ।