ଦୁଷ୍କର୍ମ, ଯୌନ ନିର୍ଯ୍ୟାତନା ପରି ଅପରାଧ କରି ଜେଲର ହାୱା ଖାଇ ସାରିଛନ୍ତି ଏହି ୫ ଜଣ କ୍ରିକେଟର
Advertisement

ଦୁଷ୍କର୍ମ, ଯୌନ ନିର୍ଯ୍ୟାତନା ପରି ଅପରାଧ କରି ଜେଲର ହାୱା ଖାଇ ସାରିଛନ୍ତି ଏହି ୫ ଜଣ କ୍ରିକେଟର

ବର୍ତ୍ତମାନ ଯାଏ କ୍ରିକେଟ ଇତିହାସରେ ବହୁ ପ୍ରତିଭାଶାଳୀ ଖେଳାଳି ନିଜ ମନ୍ଦ ପ୍ରକୃତି ଯୋଗୁଁ ଜେଲ ଯାଇ ସାରିଛନ୍ତି । ଆଜି ଆପଣଙ୍କୁ ସେହି ୫ ଜଣ କ୍ରିକେଟରଙ୍କ ନା ଓ ସେମାନେ କରିଥିବା ଅପରାଧ ବିଷୟରେ କହିବି, ଯାହା ସେମାନଙ୍କୁ ଜେଲର ଚାରିକାନ୍ଥ ଭିତରେ ନେଇ ଯାଇଥିଲା ।

ଦୁଷ୍କର୍ମ, ଯୌନ ନିର୍ଯ୍ୟାତନା ପରି ଅପରାଧ କରି ଜେଲର ହାୱା ଖାଇ ସାରିଛନ୍ତି ଏହି ୫ ଜଣ କ୍ରିକେଟର

ତମାଲ ବାକଚି, ନୂଆଦିଲ୍ଲୀ: କ୍ରିକେଟକୁ ଭଦ୍ରଲୋକଙ୍କ ଖେଳ ବା ଜେନଟେଲମ୍ୟାନ ଗେମ୍ କୁହାଯାଇଥାଏ । କିନ୍ତୁ ଏଥିରେ ଖେଳୁଥିବା କିଛି ଖେଳାଳି ଏହାର ଗରିମା ଓ ସମ୍ମାନକୁ ଖରାପ କରିଛନ୍ତି । ଯାହାଫଳରେ ଏହି ଖେଳାଳିଙ୍କ ସହ କ୍ରିକେଟ ମଧ୍ୟ ବଦନାମ ହୋଇଛି ।

ଏହି ୫ ଜଣ କ୍ରିକେଟର ଜେଲର ହାୱା ଖାଇ ସାରିଛନ୍ତି:

ବର୍ତ୍ତମାନ ଯାଏ କ୍ରିକେଟ ଇତିହାସରେ ବହୁ ପ୍ରତିଭାଶାଳୀ ଖେଳାଳି ନିଜ ମନ୍ଦ ପ୍ରକୃତି ଯୋଗୁଁ ଜେଲ ଯାଇ ସାରିଛନ୍ତି । ଆଜି ଆପଣଙ୍କୁ ସେହି ୫ ଜଣ କ୍ରିକେଟରଙ୍କ ନା ଓ ସେମାନେ କରିଥିବା ଅପରାଧ ବିଷୟରେ କହିବି, ଯାହା ସେମାନଙ୍କୁ ଜେଲର ଚାରିକାନ୍ଥ ଭିତରେ ନେଇ ଯାଇଥିଲା ।

୧. ଏସ ଶ୍ରୀସନ୍ଥ

ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଏସ ଶ୍ରୀସନ୍ଥ ଜଣେ ପ୍ରତିଭାଶାଳୀ ଖେଳାଳି ଥିଲେ । କିନ୍ତୁ ୨୦୧୩ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ତରଫରୁ ଖେଳୁଥିବା ଶ୍ରୀସନ୍ଥ କିଛି ଟଙ୍କା ପାଇଁ ନିଜ ଖେଳର ଗରିମାକୁ ବିକ୍ରି କରି ଦେଇଥିଲେ । ଫଳରେ ତାଙ୍କୁ ସ୍ପୋଟ ଫିକ୍ସିଂ ମାମଲାରେ ଛନ୍ଦି ହୋଇ ଜେଲ ଯିବାକୁ ପଡିଥିଲା ।

୨.ରୁବେଲ ହୁସେନ

ବାଂଲାଦେଶ କ୍ରିକେଟ ଟିମର ଦ୍ରୁତ ବୋଲର ହେଉଛନ୍ତି ରୁବେଲ ହୁସେନ । ସେ ବହୁ ବର୍ଷ ଧରି ବାଂଲାଦେଶ ପାଇଁ ଖେଳି ଆସୁଛନ୍ତି । ଖେଳ ବ୍ୟତୀତ ତାଙ୍କ ବ୍ୟବହାର ପାଇଁ ପ୍ରାୟ ସମୟରେ ଚର୍ଚ୍ଚାରେ ରହନ୍ତି । କିଛି ବର୍ଷ ପୂର୍ବେ ବାଂଲାଦେଶୀ ଅଭିନେତ୍ରୀ ନାଜନୀନ ଅଖତର ରୁବେଲଙ୍କ ଉପରେ ଦୁଷ୍କର୍ମ କରିବାର ଗମ୍ଭୀର ଅଭିଯୋଗ ଆଣିଥିଲେ । ଯାହା ଫଳରେ ତାଙ୍କୁ ଜେଲ ଯିବାକୁ ପଡିଥିଲା । ପରେ ତାଙ୍କୁ ଛାଡି ଦିଆଯାଇଥିଲା ।

୩. ମଖାୟା ନତିନୀ

fallback

ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମଖାୟା ନତିନୀ ଜଣେ ଭଳ ବୋଲର ଭାବେ ପରିଚିତ । କିନ୍ତୁ ୧୯୯୮ରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଯୋଗୁଁ ଜେଲ ଯାଇଥିଲେ ସେ । ପରେ ଅଭିଯୋଗ ପ୍ରମାଣିତ ନ ହେବାରୁ ତାଙ୍କୁ କ୍ଲିନଚିଟ ମିଳିଥିଲା ।

୪. ବେନ ଷ୍ଟୋକ୍ସ

fallback

ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ହେଉଛନ୍ତି ବେନ ଷ୍ଟୋକ୍ସ । ଇଂଲଣ୍ଡକୁ ବିଶ୍ୱକପ ୨୦୧୯ ଜିତିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । କିନ୍ତୁ ୨ ବର୍ଷ ପୂର୍ବେ ଷ୍ଟୋକ୍ସଙ୍କୁ ଜେଲର ହାୱା ଖାଇବାକୁ ପଡିଥିଲା । ୨୦୧୭ରେ ସେ ବ୍ରିସ୍ଟଲର ଏକ ପବରେ କିଛି ଲୋକଙ୍କ ସହ ମାରପିଟ କରିଥିଲେ । ଯେଉଥି ପାଇଁ ତାଙ୍କୁ ଗୋଟିଏ ରାତି ଜେଲରେ ରହିବାକୁ ପଡିଥିଲା ।

୫. ସଲମାନ ଭଟ୍ଟ

ପାକିସ୍ତାନ କ୍ରିକେଟ ଟିମର ସବୁଠାରୁ ଦାଗୀ ଖେଳାଳି ହେଉଛନ୍ତି ପୂର୍ବତନ ଅଧିନାୟକ ସଲମାନ ଭଟ୍ଟ । ସେ ବହୁ ପ୍ରତିଭାର ଅଧିକାରୀ ଥିଲେ । କିନ୍ତୁ ଅଧିନାୟକ ଥିବା ସମୟରେ ଏପରି କିଛି କରି ଦେଇଥିଲେ, ଯେଉଥି ପାଇଁ ତାଙ୍କୁ ସବୁଦିନ ପାଇଁ କ୍ରିକେଟ ଜଗତରୁ ଦୂରେଇ ନେଇଥିଲା । ଏହାସହ ଜେଲର ହାୱା ଖାଇବାକୁ ପଡିଥିଲା । ୨୦୧୦ରେ ଇଂଲଣ୍ଡ ଗସ୍ତରେ ଯାଇ ସ୍ପୋର୍ଟ ଫିକ୍ସିଂ ପରି ଗମ୍ଭୀର ଅପରାଧ କରିଥିଲେ । ତାଙ୍କ ସହ ମହମ୍ମଦ ଆମୀର ଓ ମହମ୍ମଦ ଆସିଫ ମଧ୍ୟ ସ୍ପୋର୍ଟ ଫିକ୍ସିଂରେ ଦୋଷୀ ସାବ୍ୟସ୍ତ ହୋଇଥିଲା । ଯାହାଫଳରେ ଏମାନଙ୍କୁ ଜେଲ ଯିବାକୁ ପଡିଥିଲା ।