Advertisement
Article Detail0/zeeodisha/odisha668037
Zee OdishaOther Newsଆକ୍ସନ ମୁଡରେ କ୍ରାଇମବ୍ରାଞ୍ଚ, ନିୟମ ଖିଲାପକାରୀ ବିଦେଶୀ ଜମାତିଙ୍କୁ ନିସ୍ତାର ନାହିଁ

ଆକ୍ସନ ମୁଡରେ କ୍ରାଇମବ୍ରାଞ୍ଚ, ନିୟମ ଖିଲାପକାରୀ ବିଦେଶୀ ଜମାତିଙ୍କୁ ନିସ୍ତାର ନାହିଁ

ଲୋକେଶନ ଆଧାରରେ ଜମାତିଙ୍କୁ ଗୋଟି ଗୋଟି କରି ଠାବ କରୁଛି କ୍ରାଇମବ୍ରାଞ୍ଚ ଟିମ । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ନିୟମ ଖିଲାପକାରୀ ଜମାତିଙ୍କୁ ମିଳିବନି ନିସ୍ତାର । ବିଦେଶୀ ଜମାତିଙ୍କ ଉପରେ ମଧ୍ୟ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ସୂତ୍ର ଅନୁସାରେ ଭିସା ନିୟମ ଉଲଙ୍ଘନ କରି ଏମାନେ ଧାର୍ମିକ ସଭାରେ ଯୋଗ ଦେଇଥିଲେ । ନିଜାମୁଦ୍ଦୀନ ତବଲିଗି ଜମାତରେ ସାମିଲ ହୋଇଥିବା ଏଭଳି କିଛି ବିଦେଶୀ ଜମାତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ୧୮୯୦ ବିଦେଶୀ ଜମାତିଙ୍କ ବିରୋଧରେ ଲୁକ୍ ଆଉଟ ନୋଟିସ(LOC) ଜାରି କରିଛି କ୍ରାଇମବ୍ରାଞ୍ଚ । 

ଲୋକେଶନ ଆଧାରରେ ଜମାତିଙ୍କୁ ଗୋଟି ଗୋଟି କରି ଠାବ କରୁଛି କ୍ରାଇମବ୍ରାଞ୍ଚ ଟିମ । ପୂର୍ବରୁ ୧୫ଶହ ଜମାତିଙ୍କୁ ଧରିସାରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏମାନଙ୍କ ମଧ୍ୟରୁ ୪ଶହରୁ ଅଧିକ ବିଦେଶୀ ନାଗରିକ । ଯେଉଁମାନେ ଦିଲ୍ଲୀର ଛୋଟ ବଡ଼ ମସଜିଦ ନିକଟରେ ନିଜର ସମ୍ପର୍କୀୟଙ୍କ ଘରେ ରହୁଥିଲେ । 

Add Zee News as a Preferred Source
About the Author