close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବର୍ଷକୁ ଷ୍ଟ୍ରୋକରେ ଯାଉଛି ଦେଢ଼ କୋଟି ଲୋକଙ୍କ ଜୀବନ, ଜାଣନ୍ତୁ କେମିତି ରହିବେ ସୁରକ୍ଷିତ?

ସାରା ବିଶ୍ୱରେ ଷ୍ଟ୍ରୋକ୍ କାରଣରୁ ଭିନ୍ନକ୍ଷମ ହୋଇ ଯାଉଛନ୍ତି ସବୁଠୁ ଅଧିକ ଲୋକ

ବର୍ଷକୁ ଷ୍ଟ୍ରୋକରେ ଯାଉଛି ଦେଢ଼ କୋଟି ଲୋକଙ୍କ ଜୀବନ, ଜାଣନ୍ତୁ କେମିତି ରହିବେ ସୁରକ୍ଷିତ?
file photo

ପ୍ରଦ୍ୟୁମ୍ନ କୁମାର ମାଝୀ, ଭୁବନେଶ୍ୱର: ସ୍ୱାସ୍ଥ୍ୟ ହିଁ ସମ୍ପଦ । ମଣିଷ ଏତେ ବ୍ୟସ୍ତ ରହୁଛି ଯେ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ଆବଶ୍ୟକ ମୁତାବକ ଗୁରୁତ୍ୱ ଦେଇ ପାରୁନାହିଁ । ବର୍ତ୍ତମାନ ପ୍ରାୟ ଅନେକଙ୍କର ଜୀବନ ବ୍ୟସ୍ତମୟ ହୋଇ ଗଲାଣି । ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ଦେଖାଦେଇଛି ଅନେକ ପରବର୍ତ୍ତନ । କର୍ମମୟ ଜୀବନ ଓ ସ୍ୱାସ୍ଥ୍ୟ ପ୍ରତି ଅସଚେତନତା ଫଳରେ ଅସମୟରେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେ ବାକୁ ପଡ଼ିଥାଏ । ଆପଣ ଜାଣିଥିବେ ଷ୍ଟ୍ରୋକ୍ ଏବେ ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଛି । ଯାହା ଦ୍ୱାରା ଅନେକ ଲୋକଙ୍କ ଜୀବନ ମଧ୍ୟ  ଯାଉଛି ।

ଷ୍ଟ୍ରୋକ୍ (ଘାତ) ଏକ ଗମ୍ଭୀର ରୋଗ ।  ଯାହାର ଶିକାର କେହି ବି, କେଉଁଠି ବି ହୋଇଥାଏ । ସାରା ବିଶ୍ୱରେ ସବୁଠୁ ଅଧିକ ଲୋକ ଷ୍ଟ୍ରୋକ୍ କାରଣରୁ ଭିନ୍ନକ୍ଷମ ହୋଇ ଯାଉଛନ୍ତି । ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି । ଏହାର ଉଚିତ୍ ସମୟରେ ଚିକିତ୍ସା କରା ନ ଗଲେ ଶାରୀରିକ ଏବଂ ମାନସିକ ବିକୃତ ହେବାର ସମ୍ଭାବନା ରହିଛି । ଏହି ରୋଗକୁ ସଠିକ୍ ଭାବେ ଚିହ୍ନି ଚିକିତ୍ସା କରାଗଲେ ରୋଗୀଙ୍କୁ ସୁସ୍ଥ କରାଯାଇ ପାରିବ ।

ବିଶ୍ୱ ଷ୍ଟ୍ରୋକ୍ କ୍ୟାମ୍ପେନର ଏକ ରିପୋର୍ଟ ଅନୁସାରେ ପ୍ରତ୍ୟେକ ବର୍ଷ ପ୍ରାୟ ଦେଢ଼ କୋଟି ଲୋକ ଷ୍ଟ୍ରୋକର ଶିକାର ହେଉଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୫୫ ଲକ୍ଷ ଲୋକଙ୍କ ମୃତ୍ୟୁ ଏହି ଗମ୍ଭୀର ରୋଗରେ ହେଉଛି ।  ସାରା ଦୁନିଆରେ ଏ ପର୍ଯ୍ୟନ୍ତ ପ୍ରାୟ ୮ କୋଟି ଲୋକଙ୍କ ମଧ୍ୟରେ ଏହି ରୋଗ ଦେଖା ଯାଇସାରିଛି । ଏହି ରୋଗର ପ୍ରଭାବ ଲୋକଙ୍କ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ ।  ତେବେ ଏହି ରୋଗରେ ଲୋକଙ୍କ ଚଳପ୍ରଚଳ ଶକ୍ତି ହ୍ରାସ ହୋଇଯାଏ ।

କ'ଣ ଏହି ଷ୍ଟ୍ରୋକ୍:
ଯେ କୌଣସି ବ୍ୟକ୍ତି ଷ୍ଟ୍ରୋକର ଶିକାର ହୋଇପାରନ୍ତି । ଚିକିତ୍ସକଙ୍କ କହିବା ଅନୁଯାୟୀ ଲୋକଙ୍କ ମସ୍ତିଷ୍କ ସ୍ନାୟୁ ମଧ୍ୟରେ ସଠିକ୍ ରକ୍ତ ସଞ୍ଚାଳନ ନ ହେବା କାରଣରୁ ଏହି ରୋଗ ହୋଇଥାଏ । ସ୍ନାୟୁ ଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ଏବଂ ପୋଷଣ ମିଳିବା ବନ୍ଦ ହୋଇଯାଏ ।  ଯାହାଦ୍ୱରା ମଣିଷ ଷ୍ଟ୍ରୋକ୍ ର ଶିକାର ହୋଇଥାଏ ।

ଷ୍ଟ୍ରୋକର ଲକ୍ଷଣ:
ଷ୍ଟ୍ରୋକ୍ ଅବସ୍ଥାରେ ମଣିଷର ମୁହଁ ବଙ୍କା ହେବା ସହିତ, ହାତ-ଗୋଡ଼ କିମ୍ୱା ଶରୀରର କୌଣସି ଅଙ୍ଗ ଅକ୍ଷମ ହୋଇଯାଇଥାଏ ।  ଜିଭ ଖନି ମାରିଯିବା କିମ୍ୱା ଠିକ୍ କଥା କହିନପାରିବା ଆଦି ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥାଏ ।  ଏହି ପରିସ୍ଥିତିରେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ସହ ଚିକିତ୍ସା କଲେ ରୋଗୀଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରାଯାଇପାରିବ ।

ଷ୍ଟ୍ରୋକରୁ ବଞ୍ଚିବାର ସଠିକ୍ ଉପାୟ:
୧) ନିଜର ରକ୍ତ ଚାପ (ବ୍ଲଡ୍ ପ୍ରେସର)କୁ ନିୟନ୍ତ୍ରଣରେ ଅଛି କି ନାହିଁ ଜାଣିବା ପାଇଁ ମଝିରେ ମଝିରେ ପରୀକ୍ଷା କରିନିଆନ୍ତୁ
୨) ଧୁମ୍ରପାନ ଏବଂ ନିଶା ଦ୍ରବ୍ୟର ସେବନଠାରୁ ନିଜକୁ ଦୂରରେ ରଖନ୍ତୁ, ନିଜର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ
୩) କୋଲେଷ୍ଟଲ୍ ଯୁକ୍ତ ଖାଦ୍ୟ ଠାରୁ ଦୂରରେ ରୁହନ୍ତୁ, ଏପରି ଖାଦ୍ୟ ଗ୍ରହଣ କଲେ ଷ୍ଟ୍ରୋକର ସମ୍ଭାବନା ଅଧିକ ରହିଥାଏ  
୪) ନିୟମିତ ସକାଳୁ ଚାଲନ୍ତୁ  (ମର୍ଣ୍ଣିଂ ୱର୍କ) ଏବଂ ସପ୍ତାହରେ ଅତି କମରେ ୫ ଦିନ ବ୍ୟାୟାମ କରନ୍ତୁ
 ୫) ଫଳ ଏବଂ ସବୁଜ ପନିପରିବା ଅଧିକରୁ ଅଧିକ ଖଆନ୍ତୁ
୬) ଶରୀରରେ କ୍ୟାଲୋରୀ ସୃଷ୍ଟି କରିବାକୁ  ଯେକୌଣସି ଶାରୀରିକ ବ୍ୟାୟାମ କରନ୍ତୁ

ଏହି ସବୁ ପ୍ରଣାଣୀ ମାଧ୍ୟମରେ ଆପଣ ଷ୍ଟ୍ରୋକରୁ ନିଜକୁ ରକ୍ଷା କରିବା ସହ ସୁସ୍ଥ ରହିପାରିବେ ।