Advertisement
Article Detail0/zeeodisha/odisha696835
Zee OdishaOther Newsଅନିଶ୍ଚିତତାରେ ଚଳିତ T20 worldcup, ଇସାରା ଦେଲେ ସିଏ ଚେୟାରମ୍ୟାନ

ଅନିଶ୍ଚିତତାରେ ଚଳିତ T20 worldcup, ଇସାରା ଦେଲେ ସିଏ ଚେୟାରମ୍ୟାନ

ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା T20 worldcup ଆୟୋଜନ ସନ୍ଦେହଘରରେ ରହିଛି ବୋଲି ଇସାରା ଦେଇଛନ୍ତି ସିଏ ଚେୟାରମ୍ୟାନ |

ଅନିଶ୍ଚିତତାରେ ଚଳିତ T20 worldcup, ଇସାରା ଦେଲେ ସିଏ ଚେୟାରମ୍ୟାନ

ମେଲବର୍ଣ୍ଣ: ଗତ ବର୍ଷ ଡିସେମ୍ବରରୁ ଚୀନର ଉହାନ ସହରରୁ ଆରମ୍ଭ ହୋଇ ସମଗ୍ର ବିଶ୍ୱକୁ ବ୍ୟାପି ଯାଇଥିବା କୋରୋନା ଭାଇରସ ଏବେ ଏକ ବଡ ବିପଦ ଭାବେ ଉଭାହୋଇଛି | ଏହାର ମୁକାବିଲା ପାଇଁ ବିଶ୍ୱବ୍ୟାପୀ ଜାରି ରହିଛି ଉଦ୍ୟମ | ହେଲେ ଏହା ଯୋଗୁଁ  ଆନ୍ତର୍ଜାତୀୟ ସ୍ତରରେ ହେବାକୁ ଥିବା ଅନେକ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛି | ଏପରିକି ଏହି ମହାମାରୀ କବଳରୁ ବର୍ତ୍ତି ପାରିନାହିଁ କ୍ରୀଡାଜଗତ |

ଯାହାର ଫଳ ସ୍ୱରୂପ ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା T20 worldcup ଆୟୋଜନ ଏବେ ସନ୍ଦେହଘେରରେ ରହିଛି | ବର୍ଷ ୨୦୨୦ ଅକ୍ଟୋବର ୧୮ ତାରିଖରୁ ନଭେମ୍ବର ୧୫ ମଧ୍ୟରେ ଅନୁଷ୍ଠିତ ହୋଇଥାନ୍ତା ଚଳିତ ଟ୍ୱି୨୦ ବିଶ୍ୱକପ | ହେଲେ କୋଭିଡ୧୯ (covid19) କାରଣରୁ ଏହାର ଆୟୋଜନକୁ ନେଇ ଅନିଶ୍ଚିତତା ଦେଖାଦେଇଛି | ଏପରି ଇସାରା ଦେଇଛନ୍ତି କ୍ରିକେଟ ଅଷ୍ଟ୍ରେଲିଆ ଅଧ୍ୟକ୍ଷ(cricket australia chairman) ଏର୍ଲ ଏଡିଙ୍ଗସ୍ (earl eddings)|   

ଏ ପ୍ରସଙ୍ଗରେ ମତ ରଖି ଜୁନ ୧୬ ତାରିଖ ମଙ୍ଗଳବାର ସେ କହିଛନ୍ତି, "ଚଳିତ ବର୍ଷ ଅକ୍ଟୋବର ୧୮ ତାରିଖରୁ ନଭେମ୍ବର ୧୫ ମଧ୍ୟରେ ଅନୁଷ୍ଠିତ ହେବାକୁ ଟ୍ୱି୨୦ ବିଶ୍ୱକପ ଆୟୋଜନକୁ ଏବେ ସନ୍ଦେହ ଦେଖାଦେଇଛି | ଯଦିଓ ଏହାକୁ ବନ୍ଦ କରିବା କିମ୍ବା ବାତିଲ କରିବାକୁ ନେଇ କୌଣସି ଘୋଷଣା କରାଯାଇନାହିଁ | କାରଣ ଆୟୋଜକ ଅଷ୍ଟ୍ରେଲିଆ ସମେତ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ଅନ୍ୟ ଦେଶରେ କୋରୋନା ସଂକଟ ଜାରି ରହିଛି |  

Add Zee News as a Preferred Source

ସାମ୍ପ୍ରତିକ ସ୍ଥିତିରେ ବିଶ୍ୱସ୍ତରୀୟ କ୍ରିକେଟ ସିରିଜ ଆୟୋଜନ କରିବାକୁ ନେଇ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ-ଆଇସିସି(International Cricket Council-ICC) ପକ୍ଷରୁ ବିଚାର ବିମର୍ଶ ଜାରି ରହିଛି | ଜୁନ ୧୦ ତାରିଖରେ ଆଇସିସି ପକ୍ଷରୁ ଅନୁଷ୍ଠିତ ହୋଇଥିବା ବୈଠକରେ ଏନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ | ଆସନ୍ତା ଜୁଲାଇରେ ଏ ସମ୍ପର୍କିତ ଚୂଡାନ୍ତ ନିଷ୍ପତ୍ତି ଆସିପାରେ | ଅନ୍ୟ କେତେକ ରିପୋର୍ଟରେ କୁହାଯାଇଛି ଆଇସିସି ବର୍ତ୍ତମାନ 'ଅପେକ୍ଷା ଏବଂ ଦେଖିବା'(wait and watch) ନୀତି ଆପଣାଇଛି |
 
କିଛି ଦିନ ପୂର୍ବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ(australian prime minister scott morrison) ଘୋଷଣା କରିଥିଲେ ଯଦି ୪୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଷ୍ଟାଡିୟମରେ ଆସନ୍ତା ଜୁଲାଇରୁ କୌଣସି କ୍ରୀଡୀଭିତ୍ତିକି କାର୍ଯ୍ୟକ୍ରମ ଆୟୋଜନ କରାଯାଏ ସେଠାରେ ୧୦ ହଜାର ଲୋକଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳିବ |

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ-ବିସିସିଆଇ ପକ୍ଷରୁ କୁହାଯାଇଛି(board of control for cricket in india-bcci) ସରକାରଙ୍କ ନିର୍ଦ୍ଦେଶ ମିଳିବା ପରେ ବିଦେଶରେ ଆୟୋଜିତ ହେଉଥିବା କ୍ରିକେଟ ସିରିଜରେ ଅଂଶଗ୍ରହଣ କରିବା ପାଇଁ ଜାତୀୟ ଦଳ(national team) ପଠାଯିବ | କାରଣ ସିରିଜ ପରିବର୍ତ୍ତେ ଖେଳାଳୀଙ୍କ ନିରାପତ୍ତା ଉପରେ ଗୁରୁତ୍ୱ ଦିଆଯାଉଛି |