AIIMS ଉପରେ ସାଇବର ଆଟାକ୍: ବ୍ୟାଙ୍କ ଖାତାରୁ ୧୨ କୋଟି ଟଙ୍କା ଗାଏବ

ଏମ୍ସର  ବ୍ୟାଙ୍କ ଏକାଉଣ୍ଟରୁ ପ୍ରାୟ ୧୨ କୋଟି ଟଙ୍କା ଗାଏବ ହୋଇଛି l ସାଇବର  ଅପରାଧୀମାନେ ଚେକ୍ କ୍ଲୋନିଂ ମାଧ୍ୟମରେ ଦିଲ୍ଲୀ AIIMSର ଦୁଇଟି ପୃଥକ ପୃଥକ ଆକାଉଣ୍ଟରୁ ପ୍ରାୟ ୧୨ କୋଟି ଟଙ୍କା ଲୁଟି ନେଇଛନ୍ତି l  

AIIMS ଉପରେ ସାଇବର ଆଟାକ୍: ବ୍ୟାଙ୍କ ଖାତାରୁ ୧୨ କୋଟି ଟଙ୍କା ଗାଏବ

ମନୋଜ ମହାନ୍ତି​, ନୂଆଦିଲ୍ଲୀ: ସାଇବର କ୍ରାଇମର ଶିକାର ହେଲା ଦେଶର ସବୁଠୁ ବଡ଼ ସରକାରୀ ସ୍ୱାସ୍ଥ୍ୟ ସେବା ସଂସ୍ଥା AIIMS(ଅଲ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ) l ଏମ୍ସର  ବ୍ୟାଙ୍କ ଏକାଉଣ୍ଟରୁ ପ୍ରାୟ ୧୨ କୋଟି ଟଙ୍କା ଗାଏବ ହୋଇଛି l ସାଇବର  ଅପରାଧୀମାନେ ଚେକ୍ କ୍ଲୋନିଂ ମାଧ୍ୟମରେ ଦିଲ୍ଲୀ AIIMSର ଦୁଇଟି ପୃଥକ ପୃଥକ ଆକାଉଣ୍ଟରୁ ପ୍ରାୟ ୧୨ କୋଟି ଟଙ୍କା ଲୁଟି ନେଇଛନ୍ତି l

ଏତେ ପରିମାଣର ଟଙ୍କା ଲୁଟ ପରେ  AIIMS  କର୍ତ୍ତୃପକ୍ଷଙ୍କ ଭିତରେ ଛନକା ପଶିଛି l କିଭଳି  ଚତୁରତାର ସହ ଏହି ବଡ଼ ଧରଣର  ସାଇବର କ୍ରାଇମ୍ ଘଟିଲା ଏଥିପାଇଁ  ୩ଟି ସାଇବର କ୍ରାଇମ୍ କଣ୍ଟ୍ରୋଲର ୩ଟି ସ୍ୱତନ୍ତ୍ର ଟିମ୍ ତଦନ୍ତ  କରୁଛି l ଏପଟେ କେନ୍ଦ୍ର ସ୍ୟାସ୍ଥ୍ୟ ମନ୍ତ୍ରାଳୟ ସବିଶେଷ ତଥ୍ୟ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ଠାରୁ ମାଗିଛି l ଘଟଣାର  ତଦନ୍ତ ଜାରି  ଥିବାରୁ  ଅଧିକ ତଥ୍ୟ  ପ୍ରଘଟ କରି ନାହିଁ ଦିଲ୍ଲୀ ପୋଲିସ l
 
ଯେଉଁ ଦୁଇଟି  ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟ୍ ହୋଇଛି, ତାହା ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI)ରେ ରହିଛି l ଗୋଟିଏ ଖାତା  ଦିଲ୍ଲୀ  AIIMS ମୁଖ୍ୟ ନିର୍ଦ୍ଦେଶକ ଚଳାଉଥିଲା ବେଳେ ଅନ୍ୟ ଏକ ଖାତା ଡିନ୍ ଚଳାଉଥିଲେ l ଦିଲ୍ଲୀ ମୁଖ୍ୟ ନିର୍ଦ୍ଦେଶକ ଆକାଉଣ୍ଟରୁ ୭ କୋଟି ଟଙ୍କା ଗାଏବ ହୋଇଥିଲା ବେଳେ ଡିନଙ୍କ ଆକାଉଣ୍ଟରୁ ୫ କୋଟି ଟଙ୍କା ଗାଏବ୍ ହୋଇଛି l ପ୍ରାଥମିକ ତଦନ୍ତରୁ ଏହି ଟଙ୍କା ନକଲି ଚେକ୍ ମାଧ୍ୟମରେ ଗାଏବ ହୋଇଥିବା ଜଣାପଡ଼ିଛି l ଏହି ଘଟଣା ପରେ କ୍ଲୋନିଂ ଚେକ୍  ବାବଦରେ SBI ତା'ର ସମସ୍ତ ଶାଖାକୁ ସର୍ତକ କରାଇଦେଇଛି  l ଏମ୍ସ ବ୍ୟାଙ୍କ ଖାତାରୁ ଏହି ଟଙ୍କା ଗୋଟିଏ ମାସ ମଧ୍ୟରେ ମୁମ୍ୱାଇ, ଚେନ୍ନାଇ, କୋଲକାତା ସହିତ ଅନ୍ୟାନ୍ୟ ସହରରୁ ବାହାର କରାଯାଇଛି l