• ଆଜି ବଡ଼ ଓଷା, ୨୫ ବର୍ଷ ପରେ ଧବଳେଶ୍ୱର ପୀଠରେ ବାବାଙ୍କ ଦୁର୍ଲଭ କିରାତାର୍ଜୁନ ବେଶ ।
  • ରାସ୍ତା ମଝିରେ ଜଳିଗଲା ଚଳନ୍ତା କଣ୍ଟେନର, ଭଦ୍ରକ ନିକଟ ଡାହାଣୀ ଗାଡିଆ ନିକଟରେ ଦୁର୍ଘଟଣା॥
  • ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ କୋରୋନା ।
  • ଦିନକୁ ଦିନ ଖସିବାରେ ଲାଗିଛି ସୁନା ଦର । ଗତ ଅଗଷ୍ଟ ମାସରେ ଭରି ପ୍ରତି ୫୬,୨୦୦ ରହିଥିଲା ।
  • ଆକାଶ ପାଠକ ଟାଟା ମୋଟର୍ସର କର୍ମଚାନୀ ନୁହଁନ୍ତି । ପୂର୍ବରୁ ଟାଟା ମୋଟର୍ସ ଦେଇଥିଲା ଏତଲା ।
  • ସେପ୍ଟେମ୍ବର ମାସରେ ହୋଇଥିଲା ମାମଲା ରୁଜୁ ॥
  • ଆଜି ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ । ପୁଷ୍ପାଳକ ସେବକମାନେ କରୁଛନ୍ତି ନୀତିକାନ୍ତି ସମାପନ ॥

ଆପଣଙ୍କୁ ବାଲିଯାତ୍ର ବୁଲାଇବ ରିକ୍ସା, ଜାଣନ୍ତୁ ଏହି ସ୍ୱତନ୍ତ୍ର ବ୍ୟବସ୍ଥା ବିଷୟରେ

ଐତିହାସିକ ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ରହିବ କଟକୀ ରିକ୍ସା

ଆପଣଙ୍କୁ ବାଲିଯାତ୍ର ବୁଲାଇବ ରିକ୍ସା, ଜାଣନ୍ତୁ ଏହି ସ୍ୱତନ୍ତ୍ର ବ୍ୟବସ୍ଥା ବିଷୟରେ
ସୌଜନ୍ୟ: ସୋସିଆଲ ମିଡିଆ

କଟକ: ନଭେମ୍ୱର ୧୨ ତାରିଖରେ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା । ଏହି ବାଲିଯାତ୍ରା ସମୟରେ ପଡିଆରେ ଚାଲିବ ରିକ୍ସା । ହଁ ଆଜ୍ଞା କଟକ ଐତିହାସିକ ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ରହିବ କଟକୀ ରିକ୍ସା । ବାଲିଯାତ୍ରା ବୁଲିବା ସହିତ ରିକ୍ସାରେ ବସି ଏହାର ଉପଭୋଗ ମଧ୍ୟ କରିପାରିବେ ଲୋକେ । ଲୋକଙ୍କ ଭିତରେ ପୁଣି ରିକ୍ସାର ମାହୋଲ ସୃଷ୍ଟି କରିବା ପାଇଁ ଏ ଭଳି ଏକ ପ୍ରୟାସ ଆରମ୍ଭ କରିଛି କଟକ ଜିଲ୍ଲାପ୍ରଶାସନ । କଟକରେ ୧୦ ହଜାରରୁ ଉର୍ଦ୍ଧ ରିକ୍ସା ଚଳାଚଳ କରୁଥିବା ବେଳେ ଏବେ ଆସି ପହଞ୍ଚିଲାଣି ୧୫ଶହରେ । ଏହି ରିକ୍ସା ଗୁଡିକ ବାଲିଯାତ୍ରାରେ ସାମୀଲ ହେଉଥିବାରୁ ରିକ୍ସା ସଂଘ ଖୁସି ପ୍ରକଟ କରିଛନ୍ତି । ଏହି ରିକ୍ସା ଗୁଡିକ ପାର୍କିଂ ଓ ଏହି ମାନଙ୍କ ଲାଗି ସ୍ୱତନ୍ତ୍ର ରୁଟ ଚାର୍ଟ ମଧ୍ୟ ଜାରୀ କରିଛି କଟକ କମିଶନରେଟ ପୋଲିସ ।

ସୂଚନା ଅନୁସାରେ ବାଲିଯାତ୍ରାକୁ ବୁଲିବାକୁ ଆସୁଥିବା ଲୋକେ ଚାଲି ଚାଲି ବୁଲିବା ସହିତ ରିକ୍ସାର ମଜ୍ଜା ମଧ୍ୟ ଉଠାଇ ପାରିବେ । ଆଉ ପାଦରେ ଚାଲି ଚାଲି କଷ୍ଟ ହେବନି । ପୂର୍ବରୁ ବାଲିଯାତ୍ରା ବୁଲିବା ପାଇଁ ଲୋକେ ରିକ୍ସା ପ୍ରମୁଖ ମାଧ୍ୟମ ରହିଥିଲା । ମାତ୍ର ଆଜିର ସମୟରେ ଏହି ରିକ୍ସା ଅନେକଙ୍କ ପାଇଁ ଏତେ ଆବଶ୍ୟକତା ବହନ କରୁନାହିଁ । ତେଣୁ ରିକ୍ସାରେ ବାଲିଯାତ୍ରା ଯିବା ଓ ବୁଲିବାର ମଜ୍ଜା ସବୁ ବେଳେ ନିଆରା ରହିଥାଏ । ବାଲିଯାତ୍ରାକୁ ଆସୁଥିବା ଲୋକେ ରିକ୍ସାରେ ମାହୋଲ ଉପଭୋଗ କରିବା ପାଇଁ ଏ ଭଳି ଏକ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।

ପୂର୍ବରୁ କଟକ ସହରେ ଦୈନିକ ୧୦ ହଜାର ରିକ୍ସା ଚାଳଚଳ କରୁଥିଲା । ମାତ୍ର ଆଜିର ଦିନରେ ମାତ୍ର ୧୫ ଶହ ରିକ୍ସା ଚଳାଚଳ କରୁଛି । କଟକ ସହରେ କାଁ ଭାଁ ସ୍ଥାନମାନଙ୍କରେ ରିକ୍ସା ଦେଖିବାକୁ ମିଲିବ । ଏହି ୧୫ ଶହ ରିକ୍ସା ମଧ୍ୟ ୪ଶହରୁ ଉର୍ଦ୍ଧ ରିକ୍ସା ବାଲିଯାତ୍ରାରେ ସମୟରେ ନିୟୋଜିତ କରାଯିବାର ଯୋଜନା ରହିଛି । ବାଲିଯାତ୍ରାରେ ରିକ୍ସା ଚାଳକ ମାନଙ୍କ ଲାଗି ସ୍ୱତନ୍ତ୍ର ପୋଷାକ ଏବଂ କିପରି କେଉଁ ରାସ୍ତା ଦେଇ ଯା ଆସ କରିବେ ସେ ନେଇ ମଧ୍ୟ ସ୍ୱତନ୍ତ୍ର ଟ୍ରେନିଂ ଦିଆଯିବ । ଏହି ରିକ୍ସା ମାନଙ୍କ ପ୍ରମୁଖ ଭୂମିକା ରହିବ ବାଲିଯାତ୍ରାର ବିଭିନ୍ନ ପାର୍କିଂ ସ୍ଥାନରୁ ଲୋକଙ୍କୁ ବାଲିଯାତ୍ରା ମୁଖ୍ୟ ଗେଟ ଯାଏଁ ଯିବେ  ପୁଣି ପାର୍କିଂ ସ୍ଥାନକୁ ଫେରିବେ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ରିକ୍ସା ରହିବା ଲାଗି   ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି ।
ଆଉ ଏହି ଆଯୋଜନ ବାଲିଯାତ୍ରାରେ ରିକ୍ସାର ମଜ୍ଜା ନିଶ୍ଚିତ ରୂପରେ ଲୋକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଧୁ ପାଲଟିବ ବୋଲି ଅନୁମାନ କରାଯାଉଛି ।