ପ୍ରତିଦିନ ସାଇକେଲ ଚଲାନ୍ତୁ, ଶରୀରକୁ ସୁସ୍ଥ ରଖନ୍ତୁ

ସାଇକେଲ ଚଳାନ୍ତୁ ଫିଟ ରୁହନ୍ତୁ

ପ୍ରତିଦିନ ସାଇକେଲ ଚଲାନ୍ତୁ, ଶରୀରକୁ ସୁସ୍ଥ ରଖନ୍ତୁ
file photo

ସୁଚିତ୍ର ସେଣ୍ଡ୍, ଭୁବନେଶ୍ୱର: ବ୍ୟୟାମ କଲେ ଶରୀର ସୁସ୍ଥ ରହେ । ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ କିଛି ନା କିଛି ବ୍ୟାୟମ କରିବାକୁ ପଡେ । ଲୋକମାନେ ଏଥିପାଇଁ ଜିମ ସେଣ୍ଟରରେ ଯନ୍ତ୍ରପାତିରେ ବ୍ୟାୟାମ କରନ୍ତି । ଆଉ କେତଜଣ ମର୍ଣ୍ଣିଂ ୱାକ ମଧ୍ୟ କରନ୍ତି । ଏହି ସବୁ ବ୍ୟାୟାମ ମଧ୍ୟରେ ସାଇକେଲ ଚାଳନା ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟାୟମ ଅଟେ । ଏହାକୁ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ କରିପାରିବେ । ପ୍ରତିଦିନ ସାଇକେଲ ଚଲାଉଥିବା ବ୍ୟକ୍ତି କେବଳ ଯେ ଶରୀରକୁ ସୁସ୍ଥ ରଖୁଛନ୍ତି ତାହା ନୁହେଁ । ବାୟୁ ପ୍ରଦୂଷଣ ମଧ୍ୟ ରୋକିବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ସାଇକେଲ ଚାଳନ କରିବା ଏକ ମଜାଦାର କାମ ହୋଇଥାଏ । କେହି କେହି ଏହା ଏକ ପ୍ରକାର କାର୍ଡିଓ ୱର୍କ୍ ଆଉଟ ଅବୋଲି କୁହନ୍ତି । ଫିଟ ରହିବା ପାଇଁ ହେଉ ବା ଓଜନ କମ କରିବା ପାଇଁ ହେଉ ସାଇକେଲ ଚାଳନ କରିବା ଠାରୁ ସହଜ ଉପାୟ ଆଉ କିଛି ନାହିଁ । ସାଇକେଲ ଚାଳନ କଲେ ଆପଣଙ୍କ ମୁଡ୍ ମଧ୍ୟ ଭଲ ରହେ । ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ କିଛି ସମୟ ସାଇକେଲ ଚାଳନା କରୁଛନ୍ତି ତାଙ୍କର ଉର୍ଜା ମଧ୍ୟ ଶକ୍ତିଶାଳୀ ହୋଇଥାଏ । ସାଇକେଲ ଚାଳନା ଶରୀର ସୁସ୍ଥ ରଖିବା ସହ ଆପଣଙ୍କ ତ୍ୱଚାରେ ନିଖାର ଆଣିବାରେ ବେଶ ସହାୟକ ହୋଇଥାଏ । ସାଇକେଲ ଚାଳନ କଲେ ଶରୀରରୁ ଯେଉଁ ଝାଳ ବାହାରେ ତାହା ଆମ ସ୍ୱେଦଗ୍ରନ୍ଥିକୁ ଖୋଲି ଥାଏ । ଫଳରେ ସେଥିରେ ସହଜରେ ପବନ ପ୍ରବେଶ କରିବା ସହ ଶରୀରକୁ ଆରାମ ପ୍ରଦାନ କରିଥାଏ । ନିୟମିତ ସାଇକେଲ ଚାଳନ କଲେ ଆମର ତ୍ୱଚା ଅଲଟ୍ରା ଭାଓଲେଣ୍ଟ କିରଣର ପ୍ରଭାବକୁ ଶରୀରକୁ ରକ୍ଷା କରେ । ଏପରିକି ଜଣ ବ୍ୟକ୍ତିଙ୍କ ବୟସ ବୁଢିଥିଲେ ମଧ୍ୟ ତାହା ଲୋକ ଲୋଚନକୁ ଆସିନଥାଏ । କହିବାକୁ ଗଲେ ଆମକୁ ୟଙ୍ଗ ରଖିବା ପାଇଁ ସାଇକେଲ ଚାଳନା ଏକ ସହଜ ମାଧ୍ୟମ ଅଟେ । ପ୍ରତିଦିନ ସାଇକେଲ ଚାଳନା କରିବା ଆମ ପାଇଁ ଅନେକ ଲାଭଦାୟକ ହୋଇଥାଏ ।

୧.କ୍ୟାନ୍ସରରୁ ମୁକ୍ତି ଦିଏ

ଯେଉଁ ବ୍ୟକ୍ତି ପ୍ରତିଦିନ ସାଇକେଲ ଚାଳନା କରନ୍ତି । ତାଙ୍କର ଶରୀରର ଅନ୍ତ ନଳୀରେ ଯେଉଁ ଖାଦ୍ୟ ପ୍ରଦାର୍ଥ ଯାଏ ତାହାର ଗତି ବଢିଯାଏ । ପାଚନ କ୍ରିୟା ସହଜ ହେବା ସହ ବ୍ୟକ୍ତି ଜଣକ ଯେଉଁ ଖାଦ୍ୟ ଖାଇଥାନ୍ତି ତାହା ଅତି ସହଜରେ ହଜମ ହୋଇଥାଏ । ସାଇକେଲ ଚାଳନା କରୁଥିବା ବ୍ୟକ୍ତିଙ୍କ ପାଖରେ ଅନ୍ତ କ୍ୟାନ୍ସର ଡର କମ କରାଏ । ସାଇକେଲ ଚାଳନା ସମୟରେ ଶରୀର ହାର୍ଟବିଟ୍ ବଢିଯାଇଥାଏ । ଶ୍ୱାସ ପ୍ରକ୍ରିୟା ମଧ୍ୟ ଜୋରରେ ଚାଲିଥାଏ । ଯାହା ଅନ୍ତକୁ ସୁସ୍ଥ ରଖିଥାଏ ।

୨. ସଙ୍କ୍ରମଣ ହୁଏ ନାହିଁ

ସାଇକେଲ ଚାଳନା ଶରୀରର ଇମ୍ୟୁନ ସିଷ୍ଟମକୁ ସକ୍ରିୟ କରେ । ସଂକ୍ରମଣରୁ ଲଢିବା ପାଇଁ ସାଇକେଲ ଚାଳନା କ୍ଷମତା ଦେଇଥାଏ । ଇନଡୋର ସାଇକେଲିଂ କରିବା ଅପେକ୍ଷା ବାହାରେ ସାଇକେଲିଂ କଲେ ତାହାର ଫାଇଦା ଅଧିକ ମିଳିଥାଏ ।

୩. ନିଦ ନ ଆସୁଥିବା ସମସ୍ୟା

ଯେଉଁ ମାନଙ୍କର ଶାରୀରିକ ଶ୍ରମର ମାତ୍ରା କମ କାରଣରୁ ନିଦ୍ରା ସଠିକ ଭାବେ ହୁଏ ନାହିଁ । ସେମାନେ ପ୍ରତିଦିନ ୨୦-୩୦ ମିନିଟ୍ ସାଇକେଲ ଚଳାଇବା ଆବଶ୍ୟକ । ଫଳରେ ନିଦ୍ରା ଜନିତ ସମସ୍ୟାରୁ ମୁକ୍ତି ମିଳିବା ସହ ରାତ୍ରିରେ ସୁଖ ନିଦ୍ରା ହୋଇଥାଏ ।

୪. ଜିମ୍ ଯିବା ଟେନସନରୁ ମୁକ୍ତି

ସାଇକେଲିଂ କରିବା ଦ୍ୱାରା ଅଧିକ ଟଙ୍କା ଖର୍ଚ୍ଚ କରି ଜିମ୍ ଯିବାକୁ ପଡିବ ନାହିଁ । ଯଦି ଆପଣ ଥକା ଜନିତ ସମସ୍ୟା କିମ୍ୱା ହତାଶ ଥିବେ ତେବେ ସଙ୍ଗେସଙ୍ଗେ ସାଇକେଲିଂ କରନ୍ତୁ , ଏଥିରେ ଆପଣଙ୍କ ଦିମାଗ ଓ ମୁଡ୍ ରିଲାକ୍ସ ହେବା ସହ ଆପଣଙ୍କୁ ଏସବୁ ସମ୍ୟାରୁ ମୁକ୍ତି ମିଳିବ ।

୫. ହୃଦ୍ ରୋଗରୁ ମୁକ୍ତି

ପ୍ରତିଦିନ ସାଇକେଲିଂ କରୁଥିବା ବ୍ୟକ୍ତିକୁ ଦୃଦ ରୋଗ ହେବାର ସମ୍ଭାବନା କମ ଥାଏ । ବ୍ରିଟିଶ ଫାଉଣ୍ଡେସନର କହିବା ମୁତାବକ ଯେଉଁ ବ୍ୟକ୍ତି ପ୍ରତିଦିନ ସାଇକେଲିଂ କରନ୍ତି ତାଙ୍କୁ ହୃଦ ରୋଗ ଜନିକ ମୃତ୍ୟୁ ହେବାର ସମ୍ଭାବନା ପ୍ରାୟତଃ କମ ହୋଇଥାଏ ।

ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତିକୁ ନିୟମିତ ବ୍ୟାୟାମ କରିବା ଆବଶ୍ୟକ । ସେହି ବ୍ୟାୟମ ମଧ୍ୟରୁ ନିୟମିତ ସାଇକେଲ ଚାଳନା କରିବା ଏକପ୍ରକାର ୱାର୍କଆଉଟ କହିଲେ ଭୁଲ ହେବ ନାହିଁ ।