close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କଲବଲ କରିବ 'ବୁଲବୁଲ୍'!

୨୪ ଘଣ୍ଟାରେ ନେବ ସାଇକ୍ଲୋନର ରୂପ...୧୫ ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ । ୭ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ।

କଲବଲ କରିବ 'ବୁଲବୁଲ୍'!
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ବାତ୍ୟା ଫନିର କରାଳ ରୂପ ଏଯାଏଁ ମନରୁ ଲିଭିନି, ହେଲେ ପୁଣି ଆଉ ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ବଢ଼ୁଛି ଆଶଙ୍କା ।  ମାଡି ଆସୁଛି ବାତ୍ୟା ବୁଲବୁଲ । ଉତ୍ତର ଆଣ୍ଡାମାନ ସାଗରରେ ଲୋ ପ୍ରେସର ଅବପାତର ରୂପ ନେଇ ସାରିଛି । ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଡିପ ଡିପ୍ରେସନ ଓ ୨୪ ଘଣ୍ଟା ଭିତରେ ସାଇକ୍ଲୋନରେ ପରିଣତ ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ବୁଲବୁଲ ଏବେ ପାରାଦୀପ ଠାରୁ ୯୨୦ କିମି ଦୂରରେ ରହିଛି । ତେବେ ବାତ୍ୟାର ଗତିପଥ କୁଆଡେ ଯିବ ତାହା ଏବେ ସୁଦ୍ଧା ସ୍ପଷ୍ଟ  ହୋଇନାହିଁ । ତେବେ ୭ ତାରିଖ ପରେ ଜଣା ପଡିବ ଓଡ଼ିଶା ପାଇଁ ବୁଲ ବୁଲ କେତେ କ୍ଷତିକାରକ । ହେଲେ ଏବେଠାରୁ୧୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆର୍ଲଟ ରହିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୭ ତାରିଖ ଠାରୁ ସମୁଦ୍ର ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

ବାତ୍ୟା ବୁଲବୁଲକୁ ନେଇ ବଢିଛି ଆଶଙ୍କା । ରାଜ୍ୟ ସରକାର ହେଲେ ପ୍ରସ୍ତୁତ । ୧୫ ଜିଲାପାଳଙ୍କୁ ରାଜ୍ୟ ସରକାର ଦେଲେ ଆର୍ଲଟ ରହିବା ପାଇଁ ନିର୍ଦ୍ଦେଶ । ଦକ୍ଷିଣ ଓଡ଼ିଶା  ସହ ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୮ ତାରିଖରୁ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୭ ତାରିଖରୁ ସମୁଦ୍ର ଭିତରକୁ ନଯିବା ପାଇଁ ସମସ୍ତ ମସ୍ୟଜୀବୀଙ୍କୁ କୁହାଯାଇଛି । ତେବେ ୮ ତାରିଖରୁ ଉପକୂଳ ଓଡ଼ିଶା ଓ ୯ ତାରିଖରୁ ଦକ୍ଷିଣ ଓଡ଼ିଶା, ଉପକୂଳ ଓଡ଼ିଶା ସହ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ । 

୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୭ ତାରିଖ ପର୍ଯ୍ୟନ୍ତ ପାଗ ରହିବ ଶୁଖିଲା  ୮ ତାରିଖରୁ ଉପକୂଳରେ ଆରମ୍ଭ ହେବ ବର୍ଷା । ଉପକୂଳର କିଛି କିଛି ସ୍ଥାନରେ ବର୍ଷା ହେବା ସହ ବଦଳିବ ପାଣିପାଗର ଅବସ୍ଥା। ୭ ତାରିଖ ସଂଧ୍ୟା ସୁଦ୍ଧା ସମୁଦ୍ରରୁ ଫେରି ଆସିବା ପାଇଁ ମସ୍ୟଜୀବୀଙ୍କୁ ନିର୍ଦ୍ଦେଶ ରହିଛି ।  ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇ ବାତ୍ୟ ରୂପ ଧାରଣ କରିବ । ବାତ୍ୟା ବୁଲ ବୁଲ ପାରାଦୀପ ଠାରୁ ଦକ୍ଷିଣ ଦକ୍ଷିଣ ପୂର୍ବର ୯୨୦ କିମି ଦୂରରେ ରହିଛି । ସେପଟେ ବାଂଲାଦେଶର ସାଗର ଆଇଲାଣ୍ଡ ଠାରୁ ହଜାରେ କିମି ଦୂରରେ ରହିଛି । ଏବେବି କେଉଁଠି ବାତ୍ୟା ମାଡ଼ ହେବ ତାହା କହିବା ମୁସ୍କିଲ । ଡିପ୍ ଡିପ୍ରେସନ ୨୪ ଘଣ୍ଟାରେ ବାତ୍ୟାର ରୂପନେବ ସାମୁଦ୍ରିକ ଝଡ । ଫନିର କରାଳ ଦୃଶ୍ୟ ଏବେସୁଦ୍ଧା ଲୋକଙ୍କ ମନରୁ ଲିଭିନି । ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକେ ଆତଙ୍କିତ ।