ଡରାଉଛି 'ବୁଲବୁଲ୍'
Advertisement

ଡରାଉଛି 'ବୁଲବୁଲ୍'

ଉତ୍ତର ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ଘନିଭୂତ ହେବାରେ ଲାଗିଛି । ଏହା ଆସନ୍ତା ୬ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ ବୋଲି ଜଣାପଡିଛି । ଗତ ୨ ଦିନ ହେଲା ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିଝଡ ଦାନା ବାନ୍ଧୁଛି । 

ପ୍ରତୀକାତ୍ମକ ଫଟୋ

ଜସ୍ମିନ ରେଖା ମହନ୍ତ, ଭୁବନେଶ୍ୱର: ଉତ୍ତର ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ଘନିଭୂତ ହେବାରେ ଲାଗିଛି । ଏହା ଆସନ୍ତା ୬ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ ବୋଲି ଜଣାପଡିଛି । ଗତ ୨ ଦିନ ହେଲା ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିଝଡ ଦାନା ବାନ୍ଧୁଛି । 

ତେବେ ଏହି ଘର୍ଣ୍ଣିଝଡ ନେଇ ଆଶା ଆଶଙ୍କା ଲାଗି ରହିଛି । ଅନେକ ପାଣିପାଗ ବିଶେଷଜ୍ଞ  ବାତ୍ୟା ହେବା ନେଇ ମଧ୍ୟ ପୂର୍ବାନୁମାନ କରିଛନ୍ତି । ଏବେ ଏହି ଅବପାତ ୬ ଘଣ୍ଟାରେ ଲଘୁଚାପରେ ପରିଣତ ହୋଇପାରେ । 

ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବା ଆଶଙ୍କା ରହିଛି । ଯଦି ଏହା ବାତ୍ୟାର ରୂପ ନିଏ ତେବେ ଏହାର ନାମ 'ବୁଲବୁଲ' ରହିବ । ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଉପକୂଳ ଓଡ଼ିଶା ଆଡ଼କୁ ମୁହାଁଇବ ବୋଲି ଆକଳନ କରାଯାଉଛି । ଆଉ ଦିନେ କିମ୍ବା ଦୁଇଦିନ ମଧ୍ୟରେ ବାତ୍ୟାର ଗତିପଥ ଓ ଚିତ୍ର ସ୍ପଷ୍ଟ ହେବ। ବିଦେଶର ବିଭିନ୍ନ ପାଣିପାଗ ସଂସ୍ଥା ମଧ୍ୟ ବାତ୍ୟା ହେବା ନେଇ ଆକଳନ କରିଛନ୍ତି ।