close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପଶ୍ଚିମବଙ୍ଗରେ କେମିତି ରହିଛି 'ବୁଲବୁଲ' ? ଦେଖନ୍ତୁ ଭିଡିଓ...

ଲ୍ୟାଣ୍ଡଫଲ୍ ବେଳେ ତାଣ୍ଡବ ରଚିଛି 'ବୁଲବୁଲ' । ଏବେବି ପଶ୍ଚିମବଙ୍ଗ ୨୪ ପରଗନା ଜିଲ୍ଲାରେ ଖୁବ ଜୋରରେ ପବନ ବହୁଛି । ବର୍ଷା ଲାଗି ରହିଥିବା ଖବର ଆସୁଛି । ଆଜି ସକାଳର ଚିତ୍ରରୁ ସ୍ଥିତି ବାରି ହୋଇପଡୁଛି । ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ୨ ଜଣଙ୍କ ମୃତ୍ୟୁ ମଧ୍ୟ ଜଣାପଡିଛି । 

ପଶ୍ଚିମବଙ୍ଗରେ କେମିତି ରହିଛି 'ବୁଲବୁଲ' ? ଦେଖନ୍ତୁ ଭିଡିଓ...
ଫାଇଲ ଫଟୋ

ନୂଆଦିଲ୍ଲୀ: ଲ୍ୟାଣ୍ଡଫଲ୍ ବେଳେ ତାଣ୍ଡବ ରଚିଛି 'ବୁଲବୁଲ' । ଏବେବି ପଶ୍ଚିମବଙ୍ଗ ୨୪ ପରଗନା ଜିଲ୍ଲାରେ ଖୁବ ଜୋରରେ ପବନ ବହୁଛି । ବର୍ଷା ଲାଗି ରହିଥିବା ଖବର ଆସୁଛି । ଆଜି ସକାଳର ଚିତ୍ରରୁ ସ୍ଥିତି ବାରି ହୋଇପଡୁଛି । ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ୨ ଜଣଙ୍କ ମୃତ୍ୟୁ ମଧ୍ୟ ଜଣାପଡିଛି । 

ଗତକାଲି ରାତି ୯ଟାରେ ଆରମ୍ଭ ହୋଇଥିଲା ବୁଲବୁଲର ଲ୍ୟାଣ୍ଡଫଲ ପ୍ରକ୍ରିୟା । ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ସାଗରଦ୍ୱୀପ- ଖେପୁପରା ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିଥିଲା । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ରହିଥିଲା ୧୨୦ରୁ ୧୨୫ କିମି । ଆଉ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରଳୟ ରଚିଥିଲା ବାତ୍ୟା ବୁଲବୁଲ । ତେବେ କ୍ଷୟକ୍ଷତି ନେଇ ସ୍ପଷ୍ଟ ଚିତ୍ର ଏପର୍ଯ୍ୟନ୍ତ ଆସିନି । ବର୍ତ୍ତମାନ ସ୍ଥିତିରେ ସୁଧାର ଆସୁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । 

୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ ପଶ୍ଚିମବଙ୍ଗ ସରକାର । ବୁଲ୍‌ବୁଲ ଲ୍ୟାଣ୍ଡଫଲ୍‌ କରିବା ବେଳେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିବା ପାଣିପାଗ ବିଭାଗ ରେକର୍ଡ଼ କରିଛି। ଇଷ୍ଟ ମେଦନାପୁର, ଦକ୍ଷିଣ-ଉତ୍ତର ଚବିଶ ପ୍ରଗଣା ଇତ୍ୟାଦି ବିଶେଷକରି ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି ।