• ଚାଷୀ ଟ୍ରାକ୍ଟର ରାଲି: ତଦନ୍ତ ଆରମ୍ଭ କଲା ଦିଲ୍ଲୀ ପୋଲିସ
  • ବର୍ଷ ୨୦୨୧ରେ ଭାରତର ଆର୍ଥିକ ଅଭିବୃଦ୍ଧି ୧୧.୫ ପ୍ରତିଶତ ହେବ: IMF
  • ୱାର୍ଲଡ୍ ଇକୋନୋମିକ୍ ଆଉଟଲୁକ୍ ଅପଡେଟରେ ପ୍ରକାଶ ପାଇଛି, IMFର ଅନୁମାନ
  • ବର୍ଷ ୨୦୨୧ରେ ଦୁଇଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବାରେ ଭାରତ ବିଶ୍ୱର ଏକ ମାତ୍ର ଦେଶ
  • ବର୍ଷ ୨୦୨୧ରେ ଚାଇନାର ଆର୍ଥିକ ଅଭିବୃଦ୍ଧି ୮.୧ ପ୍ରତିଶତ ହେବ
  • ଆଜିଠାରୁ ପୁରୀ ସେବାୟତଙ୍କ କୋଭିଡ ଟେଷ୍ଟ
  • ଡାକ୍ତରଖାନାରେ ପୁଣି ଭର୍ତ୍ତି ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଛାତିରେ ଯନ୍ତ୍ରଣା ହେବାରୁ ଡାକ୍ତରଖାନାରେ ଭର୍ତ୍ତି ।
  • ନିକଟରେ ସେ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଥିଲେ ।

ବୁଲ୍‌ବୁଲ୍ ପାଇଁ ଆତଙ୍କିତ ପାରାଦୀପବାସୀ

ଏହାର ପ୍ରଭାବରେ ପାରାଦୀପର ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବା, ଡାଳ ଭାଙ୍ଗି ଯାଇଥିବାର ଦେଖିବାକୁ ମିଳିଛି । 

ବୁଲ୍‌ବୁଲ୍ ପାଇଁ ଆତଙ୍କିତ ପାରାଦୀପବାସୀ

ପାରାଦୀପ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ ବାତ୍ୟା ବୁଲ୍‌ବୁଲ୍‌  ପ୍ରଭାବରେ ଗତକାଲି ରାତିରୁ ପାରାଦୀପ ତଥା ଆଖପାଖ ଅଞ୍ଚଳରେ ବର୍ଷା ଓ ପବନ ଲାଗି ରହିଛି । ତୁହାକୁ ତୁହା ବର୍ଷା ଓ  ୮୦ରୁ ୯୦ କିଲୋମିଟର ବେଗରେ ପବନ ହେଉଥିବାର ଅନୁମାନ କରାଯାଉଛି । ଏହାର ପ୍ରଭାବରେ ପାରାଦୀପର ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବା, ଡାଳ ଭାଙ୍ଗି ଯାଇଥିବାର ଦେଖିବାକୁ ମିଳିଛି । ଏହାକୁ ଏନ ଡି ଆର ଏଫ ଓ ଅଗ୍ନିଶମ ବିଭାଗ ତଥା ପୋଲିସ ପ୍ରଶାସନ ପକ୍ଷରୁ ରାସ୍ତା ଉପରୁ ହଟା ଯାଇଛି ।

ଏଥି ସହିତ ଗତକାଲି ରାତିରେ ବାଲିଯାତ୍ରା ପଡିଆରୁ ସ୍ଥାନାନ୍ତରିତ କରାଯାଇଥିଲବା ଉଠା ଦୋକାନୀ ତଥା ସ୍ଥାନୀୟ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ଦିଆଯାଇଛି । ଏହି ବାତ୍ୟା ପାରାଦୀପ ଉପକୂଳ ଦେଇ ଗତି କରୁଥିବାରୁ ଆଜି ଅପରାହ୍ନ ପର୍ଯ୍ୟନ୍ତ ବର୍ଷା ପବନ ହେବାର ଅନୁମାନ କରାଯାଉଛି । ତେବେ ସମସ୍ତ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଥିବାର କୁହାଯାଇଛି ।