close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବ୍ଲକ ଅଧ୍ୟକ୍ଷାଙ୍କ ସଭ୍ୟ ପଦ ରଦ୍ଦ, ୧୪ ଦିନ ପରେ ଜାଣିନି ପ୍ରଶାସନ

ବିଗତ ଦିନରେ ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତି ପ୍ରଧାନଙ୍କ ସଭ୍ୟ ପଦକୁ ଅବୈଧ ଘୋଷଣା କରାଯାଇଥିଲା । ତାଙ୍କ ବିରୋଧରେ ୨ରୁ ଅଧିକ ସନ୍ତାନ ଥିବାରୁ ଅଭିଯୋଗ ଆସିଥିଲା । ଯାହା ପରେ ଅକ୍ଟୋବର ୧ରେ କନ୍ଧମାଳ ଦୌରା ଜର୍ଜ ଗୌତମ ଶର୍ମା ତାଙ୍କ ସଭ୍ୟ ପଦକୁ ରଦ୍ଦ କରିବା ସହ ଏହାକୁ ଅବୈଧ ଘୋଷଣା କରିଥିଲେ ।

ବ୍ଲକ ଅଧ୍ୟକ୍ଷାଙ୍କ ସଭ୍ୟ ପଦ ରଦ୍ଦ, ୧୪ ଦିନ ପରେ ଜାଣିନି ପ୍ରଶାସନ

ଫୁଲବାଣୀ: ବିଗତ ଦିନରେ ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତି ପ୍ରଧାନଙ୍କ ସଭ୍ୟ ପଦକୁ ଅବୈଧ ଘୋଷଣା କରାଯାଇଥିଲା । ତାଙ୍କ ବିରୋଧରେ ୨ରୁ ଅଧିକ ସନ୍ତାନ ଥିବାରୁ ଅଭିଯୋଗ ଆସିଥିଲା । ଯାହା ପରେ ଅକ୍ଟୋବର ୧ରେ କନ୍ଧମାଳ ଦୌରା ଜର୍ଜ ଗୌତମ ଶର୍ମା ତାଙ୍କ ସଭ୍ୟ ପଦକୁ ରଦ୍ଦ କରିବା ସହ ଏହାକୁ ଅବୈଧ ଘୋଷଣା କରିଥିଲେ ।

 ଅନ୍ୟପଟେ  ୧୪ ଦିନ ବିତି ଯାଇଥିଲେ ମଧ୍ୟ ସୁବେନ୍ତି ପ୍ରଧାନଙ୍କ ଉପରେ ଜିଲ୍ଲା ପ୍ରଶାସନ ତଥା ପ୍ରଶାସନିକ ସ୍ତରରେ ଆଜି ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । କେବଳ ଜିଲ୍ଲା ପ୍ରଶାସନ ନୁହଁ, ଏପର୍ଯ୍ୟନ୍ତ ବ୍ଲକ ପ୍ରଶାସନକୁ ଦାରିଙ୍ଗବାଡି ବ୍ଲକ ଅଧକ୍ଷାଙ୍କ ପଦବୀ ରଦ୍ଦ ହୋଇଥିବା ନେଇ କୌଣସି ସୂଚନା ଅବଗତ କରାଯାଇ ନାହିଁ । 

ଯାହାକୁ ନେଇ ବ୍ଲକ ଉପାଧକ୍ଷ ରମାକାନ୍ତ ବଳିଆର ସିଂଙ୍କ ସମେତ ଅନ୍ୟ ସମିତି ସଭ୍ୟସଭ୍ୟାମାନେ ଏହାର ପ୍ରତିବାଦ କରିଛନ୍ତି । ଏନେଇ ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳାଇଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଓଡିଶା ପଞ୍ଚାୟତ ରାଜ ଆକ୍ଟ ୧୯୫୯, ସେକ୍ସନ ୨୦-ଏ(୩) ଅନୁଯାୟୀ କୌଣସି ସ୍ଥାନରେ ଅଧ୍ୟକ୍ଷ କିମ୍ବା ଅଧକ୍ଷାଙ୍କ ପଦ ରଦ୍ଦ ହେଲେ ବ୍ଲକର ଉପାଧକ୍ଷ ଏହାର ସମସ୍ତ କାର୍ଯ୍ୟ ପରିଚାଳନା କରିବାର ନିୟମ ରହିଛି । କିନ୍ତୁ ଦାରିଙ୍ଗବାଡି ବ୍ଲକ ଅଧକ୍ଷାଙ୍କ ପଦବୀ ରଦ୍ଦ ହେବାର ୧୪ ଦିନ ବିତି ଯାଇଛି ।  ଅନ୍ୟପକ୍ଷେ କଣ ପାଇଁ ଆଜି ଯାଏଁ ଅଧକ୍ଷାଙ୍କ ପଦବୀ ରଦ୍ଦ କରାଯାଇଥିବା ନେଇ କୌଣସି ନିର୍ଦ୍ଦେଶ ପ୍ରଦାନ କରାଯାଉନାହିଁ । 

ଏଥିସହିତ ଅଧ୍ୟକ୍ଷା ସୁବେନ୍ତି ପ୍ରଧାନଙ୍କ ସ୍ୱାମୀ ସାଲୁଗା ପ୍ରଧାନ ଶାସକ ଦଳର ବିଧାୟକ ହୋଇଥିବା ଯୋଗୁଁ ସେ ଜିଲ୍ଲା ପ୍ରଶାସନ ଉପରେ ଚାପ ପ୍ରୟୋଗ କରି ବ୍ଲକ ପ୍ରଶାସନକୁ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରାଉଛନ୍ତି ବୋଲି ବ୍ଲକ ଉପାଧକ୍ଷ ଅଭିଯୋଗ କରିଛନ୍ତି । ଏହା ସହ ଜିଲ୍ଲା ପ୍ରଶାସନ କୋର୍ଟ ରାୟକୁ ସମ୍ମତି ଦେଇ ଖୁବଶୀଘ୍ର ବ୍ଲକକୁ ଚିଠି କରିବା ପାଇଁ ସମିତି ସଭ୍ୟମାନେ ଦାବି କରିଛନ୍ତି । ନଚେତ ଯଦି ଏଥିରେ ବିଳମ୍ବ ହୁଏ ତେବେ ଆଇନ ଗତ ଆଶ୍ରୟ ନେବୁ ବୋଲି ସଭ୍ୟମାନେ କହିଛନ୍ତି ।