ଦୈନିକ ଖାଆନ୍ତୁ ତିନୋଟି ଖଜୁରୀ, ମିଳିବ ଅନେକ ଫାଇଦା
Advertisement

ଦୈନିକ ଖାଆନ୍ତୁ ତିନୋଟି ଖଜୁରୀ, ମିଳିବ ଅନେକ ଫାଇଦା

ଖଜୁରୀ ଖାଇବା ଦ୍ୱାରା କୋଲନ କ୍ୟାନସରର ବିପଦ ଦୂର ହୋଇଥାଏ । ଆସନ୍ତୁ ଜାଣିବା  ଦୈନିକ ଖଜୁରୀ ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ ।  

source: social media

ପ୍ରଦ୍ୟୁମ୍ନ କୁମାର ମାଝୀ, ଭୁବନେଶ୍ୱର: ଖଜୁରୀ ଏକ ଏପରି ଫଳ ଯାହା ସବୁ ମାସରେ ମିଳିଥାଏ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ, ମିନେରାଲ ଓ କ୍ୟାଲସିୟମ ପରି ଉପକାରୀ ଜିନିଷ ରହିଛି । ଯାହା କି ଶରୀର ପାଇଁ ବେଶ୍‌ ଲାଭକାରୀ ହୋଇଥାଏ ।  ଯଦି ଆପଣଙ୍କ ପେଟଜନିତ କିଛି ସମସ୍ୟା ଥାଏ ତେବେ ପ୍ରତିଦିନ ଖଜୁରୀ ଖାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ । ଏହା ଖାଇବା ଦ୍ୱାରା କୋଲନ କ୍ୟାନସରର ବିପଦ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା  ଦୈନିକ ଖଜୁରୀ ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ ।  

ଶକ୍ତି ବର୍ଦ୍ଧକ ଖଜୁରୀ
ଖଜୁରୀରେ ପ୍ରାକୃତିକ ସୁଗାର ରହିଛି । ଏଥିରେ ଥିବା ଗ୍ଲୁକୋଜ୍ ଏବଂ ସୁକ୍ରୋଜ୍  ଶରୀରକୁ  ତୁରନ୍ତ ଶକ୍ତି ପ୍ରଦାନ କରିଥାଏ । ଖଜୁରୀରେ ଫାଇବର, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡେଣ୍ଟ ରହିଛି । ଏହା ଶରୀରରେ ଶକ୍ତି ସ୍ତର ବଜାୟ ରଖେ।

fallback

ପାଚନକ୍ରିୟାରେ ସୁଧାର ଆଣେ
ଯଦି ଆପଣ ପାଚକତନ୍ତ୍ର ସୁସ୍ଥ ରଖିବାକୁ ଚାହାନ୍ତି, ଖଜୁରୀ ଖାଇବା ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ।  ଗୋଟେ କପ୍ ଖଜୁରୀରରେ ୧୨ ଗ୍ରାମ୍ ଫାଇବର ରହିଛି । ଯାହା ଶରୀରକୁ ମିଳୁଥିବା ପ୍ରତ୍ୟେକ ଦିନର ଆହରର ୪୮ ପ୍ରତିଶତ ହୋଇଥାଏ । 

ଦୁଶ୍ଚିନ୍ତା ଦୂର କରେ 
ଖଜୁରୀରେ ୬ ପ୍ରକାର ଭିଟାମିନ୍  ରହିଛି, ଯାହା ଶରୀରେ ସିରୋଟୋନିନ୍ ଏବଂ ନାଁରପେନେଫ୍ରିନ ତିଆରିରେ ସାହାର୍ଯ୍ୟ କରେ । ସୋରେଟୋନିନ୍ ମୁଡ୍ କୁ ନିୟନ୍ତ୍ରଣ କରିଥାଏ ଏବଂ ନାରପେନେଫ୍ରିନ୍ ଶରାରକୁ ଦୁଶ୍ଚିନ୍ତାଠାରୁ ମୁକାବିଲା ପାଇଁ ସାହାର୍ଯ୍ୟ କରେ ।