• ବିଧାନସଭା ସମ୍ମୁଖରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ । ନୟାଗଡ଼ର ଦମ୍ପତି ବୋଲି ସୂଚନା II
  • ଏସସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ II
  • କୋରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି II
  • ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଓ ରକ୍ଷଣାବେକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ
  • ଦିନକରେ ୩୭ ହଜାର ୯୭୫ ଜଣ କୋରୋନା ଆକ୍ରାନ୍ତ, ୪୮୦ ମୃତ
  • ରାଜଧାନୀବାସୀଙ୍କ ପାଇଁ ଖୁସି ଖବର।
  • ଭୁବନେଶ୍ୱର: କୋରୋନା ଶୂନ୍ୟ ହେଲା ବସ୍ତି ।I
  • ଆଜି ଓଡ଼ିଶା ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ II

ଭାରତ-ବାଂଲାଦେଶ ଟେଷ୍ଟ ସିରିଜରେ ହେବ ଡେ-ନାଇଟ ମ୍ୟାଚ!

ବିସିଆଇ ପଦ ସମ୍ଭାଳିବା ପରେ ସୌରଭ ଗାଙ୍ଗୁଲିଙ୍କ ବଡ଼ ପଦକ୍ଷେପ । ଭାରତ-ବାଂଲାଦେଶ ଟେଷ୍ଟ ସିରିଜରେ ହୋଇପାରେ ଡେ-ନାଇଟ ମ୍ୟାଚ । ଏନେଇ ବାଂଲାଦେଶ କ୍ରିକେଟ ବୋର୍ଡକୁ  ପ୍ରସ୍ତାବ ପଠାଇଛି ବିସିସିଆଇ । ଏହାପୂର୍ବରୁ କେବେ ମଧ୍ୟ ଭାରତୀୟ ଟିମ ଏହି ଦିନ ରାତିର ଚେଷ୍ଟ ମ୍ୟାଚ ଖେଳିନାହିଁ ।  

ଭାରତ-ବାଂଲାଦେଶ ଟେଷ୍ଟ ସିରିଜରେ ହେବ ଡେ-ନାଇଟ ମ୍ୟାଚ!
ଭାରତ-ବାଂଲାଦେଶ ଟେଷ୍ଟ ସିରିଜରେ ହେବ ଡେ-ନାଇଟ ମ୍ୟାଚ!

ନୂଆଦିଲ୍ଲୀ: ବିସିଆଇ ପଦ ସମ୍ଭାଳିବା ପରେ ସୌରଭ ଗାଙ୍ଗୁଲିଙ୍କ ବଡ଼ ପଦକ୍ଷେପ । ଭାରତ-ବାଂଲାଦେଶ ଟେଷ୍ଟ ସିରିଜରେ ହୋଇପାରେ ଡେ-ନାଇଟ ମ୍ୟାଚ । ଏନେଇ ବାଂଲାଦେଶ କ୍ରିକେଟ ବୋର୍ଡକୁ  ପ୍ରସ୍ତାବ ପଠାଇଛି ବିସିସିଆଇ । ଏହାପୂର୍ବରୁ କେବେ ମଧ୍ୟ ଭାରତୀୟ ଟିମ ଏହି ଦିନ ରାତିର ଚେଷ୍ଟ ମ୍ୟାଚ ଖେଳିନାହିଁ ।  

କୋଲକାତାର ଐତିହାସିକ ଇଡେନ ଗାର୍ଡନ୍ସରେ ପ୍ରଥମ ଡେ-ନାଇଟ ଟେଷ୍ଟ ମ୍ୟାଚ ହୋଇପାରେ । ବାଂଲାଦେଶ କ୍ରିକେଟ ବୋର୍ଡକୁ ଏହାର ପ୍ରସ୍ତାବ ମଧ୍ୟ ମିଳି ସାରିଛି । ଅନ୍ୟପକ୍ଷେ ଏଯାଏ ବୋର୍ଡ ତରଫରୁ ଏହା ଉପରେ କୌଣସି ପ୍ରତିକ୍ରିୟା ଆସିନାହିଁ ।

ବାଂଲାଦେଶ ଟିମ ଭାରତ ଗସ୍ତରେ ଆସୁଛି । ଆଶା କରାଯାଉଛି ଭାରତୀୟ ଟିମ ପ୍ରଥମ ଥର ଡେ-ନାଇଟ ଟେଷ୍ଟ ମ୍ୟାଚ ଖେଳି ପାରେ । ମିଳିଥିବା ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆଗାମୀ ଭାରତ-ବାଂଲାଦେଶ ମଧ୍ୟରେ ହେବାକୁ ଥିବା ୨ଟି ଟେଷ୍ଟ ମ୍ୟାଚର ସିରିଜର ଦ୍ୱିତୀୟ ମ୍ୟାଚଟିକୁ ଦିନ-ରାତି କରିବାକୁ ଚାହୁଁଛି । 

ଅନ୍ୟପକ୍ଷେ ବିସିପିର କ୍ରିକେଟ ଅପରେଶନ ଚେୟାରମ୍ୟାନ ଅକରମ ଖାନ ରବିବାର କହିଛନ୍ତି ଯେ, ବିସିସିଆଇ ଆମକୁ ଡେ-ନାଇଟ ମ୍ୟାଚର ପ୍ରସ୍ତାବ ଦେଇଛି । ଏହା ଉପରେ ଆମେ ଚର୍ଚ୍ଚା କରିବା ପରେ ସେମାନଙ୍କୁ ଜଣାଇ ଦେବୁ । ଏହି ବିଷୟରେ ଆମକୁ ୨-୩ ଦିନ ପୂର୍ବେ ଏକ ଚିଠି ମିଳିଥିଲା । ଏହା ଉପରେ ଆମେ ବିଚାର କରୁଛୁ । କିନ୍ତୁ ଏଯାଏ ଏହା ଉପରେ ଆମେ ଚର୍ଚ୍ଚା କରି ନାହୁଁ ବୋଲି ସେ କହିଛନ୍ତି ।

ଆପଣଙ୍କୁ ଜଣାଇ ରଖୁଛୁ ଯେ, ବାଂଲାଦେଶ ମଧ୍ୟ ଏଯାଏ ଦିନରାତିର ଟେଷ୍ଟ ମ୍ୟାଚ ଖେଳି ନାହିଁ । ଆଶା କରାଯାଉଛି ଦୁଇ ଟିମ କୋଲକାତାର ଐତିହାସିକ ମୈଦାନ ଇଡେନ ଗାର୍ଡେନ୍ସରେ ପ୍ରଥମ ଥର ବିଜୁଳି ଆଲୁଅ ତଳେ ଟେଷ୍ଟ ମ୍ୟାଚ ଖେଳିବେ । ଶୁକ୍ରବାର ସୌରଭ ଗାଙ୍ଗୁଲି କହିଥିଲେ ଯେ ଭାରତୀୟ ଅଧିନାୟକ ବିରାଟ କୋହଲି ଦିନ ରାତି ଟେଷ୍ଟ ମ୍ୟାଚ ଖେଳିବାର ବିଚାର ଉପରେ ସହମତି ଜଣାଇଛନ୍ତି  ଓ ଭାରତରେ ଅତିଶୀଘ୍ର ଦିନରାତ୍ରିର ଟେଷ୍ଟ ମ୍ୟାଚ ଖେଳାଯିବ ।