ଅନଶନ ବେଳେ ବେହୋସ ହୋଇଗଲେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା
Advertisement

ଅନଶନ ବେଳେ ବେହୋସ ହୋଇଗଲେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା

ଦୁଷ୍କର୍ମକାରୀକୁ ୬ ମାସ ମଧ୍ୟରେ ଫାଶୀ ଦଣ୍ଡ ଦାବି ନେଇ ଅନଶନରେ ବସିଛନ୍ତି ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ । ତେବେ ସେ ଅନଶନ ବେଳେ ବେହୋସ ହୋଇଯିବାରୁ ତାଙ୍କୁ LNJP ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ତା ସ୍ଥିର ରହିଛି । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଦୁଷ୍କର୍ମକାରୀକୁ ୬ ମାସ ମଧ୍ୟରେ ଫାଶୀ ଦଣ୍ଡ ଦାବି ନେଇ ଅନଶନରେ ବସିଛନ୍ତି ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ । ତେବେ ସେ ଅନଶନ ବେଳେ ବେହୋସ ହୋଇଯିବାରୁ ତାଙ୍କୁ LNJP ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ତା ସ୍ଥିର ରହିଛି । 

ଦେଶବ୍ୟାପୀ ମହିଳାଙ୍କ ବିରୋଧରେ ବଢୁଥିବା ଦୁଷ୍କର୍ମ ମାମଲାକୁ ନେଇ ସବୁଠି ଉଦବେଗ୍ ପ୍ରକାଶ ପାଉଛି । ଆଉ ଏହାରି ଭିତରେ ୨ ସପ୍ତାହ ହେଲା ଜନ୍ତରମନ୍ତରରେ ଅନଶନରେ ବସିଥିଲେ ଦିଲ୍ଲୀ ମହିଳା  ଆୟୋଗ  ଅଧ୍ୟକ୍ଷା । ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ସମଗ୍ର ଦେଶରେ ଏକ ବ୍ୟବସ୍ଥା କରି ବଳାତ୍କାରୀଙ୍କୁ ୬ମାସ ମଧ୍ୟରେ ଫାଶୀ ଦଣ୍ଡ ନ ଦେଇଛି, ସେପର୍ଯ୍ୟନ୍ତ ମୁଁ ଅନଶନରୁ ଉଠିବି ନାହିଁ ବୋଲି କହିଥିଲେ ସ୍ୱାତୀ । 

ଆହୁରି ପଢନ୍ତୁ; ମୁହଁ ମାଡି ପଡିଗଲେ ପ୍ରଧାନମନ୍ତ୍ରୀ ମୋଦି