ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ; ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା ସନ୍ଦେହ

ଗତକାଲି ଭୀମରାଜଙ୍କୁ ତାଙ୍କ ବାପା ଆଣି ହଷ୍ଟେଲରେ ଛାଡ଼ିଥିଲେ। ଆଜି ତାଙ୍କ ମୃତଦେହ ହଷ୍ଟେଲ ପରିସରରେ ଥିବା ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ; ମାନସିକ ଚାପ ଯୋଗୁଁ  ଆତ୍ମହତ୍ୟା ସନ୍ଦେହ

ମାଲକାନଗିରି: ମାଲକାନଗିରି ଜିଲ୍ଲା କରୁକୋଣ୍ଡାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । କେନ୍ଦ୍ରାଗୁମ୍ଫା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲ ପରିସରରେ ଥିବା ଏକ ଗଛରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।

ମୃତ ଛାତ୍ର ଜଣକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଭୀମରାଜ ପଡ଼ିଆମୀ ବୋଲି ଜଣାପଡିଛି । ଗତକାଲି ଭୀମରାଜଙ୍କୁ ତାଙ୍କ ବାପା ଆଣି ହଷ୍ଟେଲରେ ଛାଡ଼ିଥିଲେ। ଆଜି ତାଙ୍କ ମୃତଦେହ ହଷ୍ଟେଲ ପରିସରରେ ଥିବା ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା।
 
ପିଲାଟିର ପାଠ ପଢ଼ିବାକୁ ଇଚ୍ଛା ନଥିଲା । ବାରମ୍ବାର ସେ ହଷ୍ଟେଲରୁ ଘରକୁ ପଳାଇ ଯାଉଥିଲା। ତାର ବାପା ତାକୁ ଆଣି ହଷ୍ଟେଲରେ ଛାଡ଼ୁଥିଲେ। ଗତକାଲି ମଧ୍ୟ ତାର ବାପା  ତାକୁ ଆଣି ହଷ୍ଟେଲରେ ଛାଡ଼ିଥିଲେ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ।  ତେବେ ଏନେଇ ମୃତ ଛାତ୍ରଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନି । ପୁଲିସ୍‌ ଘଟଣାର ତଦନ୍ତ କରୁଛି ।