ଡେବ୍ରୀଗଡ଼ ଅଭୟାରଣ୍ୟରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼
ପର୍ଯ୍ୟଟନ ଋତୁରେ ୱାଇଲ୍ଡ ଲାଇଫ୍ ସେନଚୁରି ଡେବ୍ରୀଗଡ଼ ଅଭୟାରଣ୍ୟରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ ।
Trending Photos
)
ସମ୍ବଲପୁର: ପର୍ଯ୍ୟଟନ ଋତୁରେ ୱାଇଲ୍ଡ ଲାଇଫ୍ ସେନଚୁରି ଡେବ୍ରୀଗଡ଼ ଅଭୟାରଣ୍ୟରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ଉଭୟ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଥିବା ଏହି ଅଭୟାରଣ୍ୟରେ ବନ୍ୟ ପଶୁ ପକ୍ଷୀଙ୍କୁ ଦେଖିବା ସହ ଚଳିତ ବର୍ଷ ଠାରୁ ଆରମ୍ଭ ହୋଇଛି ବୋଟିଂ ସୁବିଧା । ହୀରାକୁଦ ଜଳଭଣ୍ଡାରର ବିସ୍ତିର୍ଣ୍ଣ ଜଳ ରାଶିରେ ବୋଟିଂର ମଜା ଉଠାଇବାର ସୁଯୋଗ କେହି ହାତ ଛଡ଼ା କରୁନାହାନ୍ତି । କେବଳ ଏତିକି ନୁହେଁ ପ୍ରକୃତି ନିବାସରେ ରହିବାର ବ୍ୟବସ୍ଥା ମଧ୍ୟ ରହିଛି ଏଠାରେ । ସବୁଠୁ ବଡ଼ କଥା ହେଲା ଏସବୁ ପାଇଁ ଅନଲାଇନ୍ ବୁକିଂ ବ୍ୟବସ୍ଥା ମଧ୍ୟ କରାଯାଉଛି । ୱାଇଲ୍ଡ ଲାଇଫ୍ ଡିଏଫଓଙ୍କ ଉଦ୍ୟମରେ ଏହି ସେବା ଆରମ୍ଭ ହୋଇଛି । ତେଣୁ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ପର୍ଯ୍ୟଟକ ଏଠାକୁ ଆକର୍ଷିତ ହୋଇ ଆସୁଛନ୍ତି ।
ପିକନିକ୍ ଋତୁର ବେଶ୍ ମଜା ଉଠାଉଛନ୍ତି ପର୍ଯ୍ୟଟକ । ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଏବେ ପର୍ଯ୍ୟଟକଙ୍କ ଭିଡ ଜମୁଛି । ତେବେ ଏଭଳି ଏକ ପର୍ଯ୍ୟଟନସ୍ଥଳୀ ହେଉଛି ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଥିବା ଡେବ୍ରୀଗଡ଼ ଅଭୟାରଣ୍ୟ । ପାଖରେ ଅଛି ହୀରାକୁଦ ଜଳଭଣ୍ଡାରର ବିସ୍ତିର୍ଣ୍ଣ ଜଳରାଶି । ଚଳିତ ବର୍ଷ ଏଠାରେ ବୋଟିଂ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । କେବଳ ସେତିକି ନୁହେଁ ଅଭୟାରଣ୍ୟ ଭିତରେ ରହିଛି ପ୍ରକୃତି ନିବାସ । ପୂର୍ବବର୍ଷ ଠାରୁ ଚଳିତ ବର୍ଷ ଏହି ସ୍ଥାନରେ ଅଧିକ ପର୍ଯ୍ୟଟକଙ୍କ ଭିଡ଼ ଜମିଛି । ଜଙ୍ଗଲି ପଶୁପକ୍ଷୀଙ୍କୁ ଦେଖିବା ଏଠାରେ ରହି ପ୍ରକୃତିର ଶୋଭାରାଜିର ମନୋରମ ପରିବେଶକୁ ଉପଭୋଗ କରିବା ବେଶ୍ ନିଆରା । ଏହି ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ପାଇଁ ୧୪ଟି ରୁମ୍ ରହିଛି । ଆଉ ସବୁଠୁ ବଡ଼ କଥା ହେଲା ଏସବୁ ପାଇଁ ପର୍ଯ୍ୟଟକ ମାନେ ଅନଲାଇନ୍ ବୁକିଂ କରିପାରୁଛନ୍ତି । ଅନଲାଇନ୍ ବୁକିଂ ନକରିଥିବା ଲୋକଙ୍କ ପାଇଁ ମଧ୍ୟ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ସମ୍ବଲପୁର ଠାରୁ ୪୦ କି.ମି ଓ ବରଗଡ଼ରୁ ୩୫ କି.ମି ଦୂରରେ ରହିଛି ଏହି ପର୍ଯ୍ୟଟନ ସ୍ଥଳି । ବିମାନରେ ଆସିବାକୁ ଚାହୁଁଥିବା ଲୋକେ ଝାରସୁଗୁଡା ବିମାନବନ୍ଦର ଉପରେ ନିର୍ଭର କରିପାରିବେ ।
ପର୍ଯ୍ୟଟକଙ୍କ ସୁବିଧା ପାଇଁ କର୍ତ୍ତୃପକ୍ଷ ଲାଇଫ ଜ୍ୟାକେଟ ଯୋଗାଇ ଦେଉଛନ୍ତି । ୱାଇଲ୍ଡ ଲାଇଫ୍ ଡିଏଫଓ ସନତ କୁମାରଙ୍କ ଉଦ୍ୟମରେ ଏହି ସେବା ଆରମ୍ଭ ହୋଇଛି । ଆଗାମୀ ଦିନରେ ଏହାର ପର୍ଯ୍ୟଟନ ଋତୁରେ ବୁଲିବାକୁ ଯୋଜନା କରୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ଡେବ୍ରୀଗଡ଼ ଅଭୟାରଣ୍ୟ ବେଶ୍ ଆକର୍ଷଣୀୟ ହେବ ।
More Stories