• ରାଜ୍ୟରେ ବ୍ୟାପକ ହେବ 'ମୋ-ସ୍କୁଲ୍ ଅଭିଯାନ'
  • ରାଜ୍ୟରେ ବ୍ୟାପକ ହେବ 'ମୋ-ସ୍କୁଲ୍ ଅଭିଯାନ'
  • ୧୦୦ ସ୍କୁଲର ବିକାଶ ଦାୟିତ୍ୱ ନେବ 'ମୋ-ସ୍କୁଲ୍ ଅଭିଯାନ'
  • ଉତ୍ତମ ପ୍ରଦର୍ଶନ କଲେ ଶିକ୍ଷକମାନଙ୍କୁ ପୁରସ୍କୃତ କରାଯିବ
  • '5Tରେ ଅନ୍ତର୍ଭୂକ୍ତ ପରେ ମୋ-ସ୍କୁଲ୍ ଅଭିଯାନ'କୁ ଗୁରୁତ୍ୱ
  • ଶିକ୍ଷା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବାକୁ ସରକାର ନିଷ୍ପତ୍ତି
  • ବର୍ଷକ ମଧ୍ୟରେ ୩୦ଟି ଜିଲ୍ଲାରେ ୧୦୦ଟି ସ୍କୁଲ ଚୟନ ହେବ
  • ଚୟନ ସ୍କୁଲକୁ ମଡେଲ୍ ସ୍କୁଲରେ ବିକଶିତ କରାଯିବ
  • ପ୍ରତି ଜିଲ୍ଲାରୁ ଅତିକମରେ ୩ଟି ଲେଖାଁଏ ସ୍କୁଲ ରହିବ
  • ଖୁବଶୀଘ୍ର ଆରମ୍ଭ ହେବ 'ଷ୍ଟୁଡେଣ୍ଟ ଆଡପସନ୍' କାର୍ଯ୍ୟକ୍ରମ

ଚହର ଭାଙ୍ଗିଲେ ମେଣ୍ଡିସଙ୍କ ରେକର୍ଡ

ଦୀପକ ଚହରଙ୍କ ଘାତକ ବୋଲିଂବଳରେ ତୃତୀୟ ଟି-୨୦ ମୁକାବିଲାରେ ବିଜୟ ହାସଲ କରିଛି ଭାରତ । ଏହାସହ ବାଂଲାଦେଶ ବିପକ୍ଷରେ ଏହି ସିରିଜକୁ ୨:୦ରେ କବଜା କରିନେଇଛି । ଶେଷ୍ଠ ବୋଲିଂ ପ୍ରଦର୍ଶନ କରି ଚହର ପ୍ଲେୟାର ଅଫ ଦ ମ୍ୟାଚ ଏବଂ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଛନ୍ତି । ନିଜ ନାଁରେ ବଡ ରେକର୍ଡ ରଚିଛନ୍ତି ଏହି ଯୁବ ପେସ ବୋଲର ।

ଚହର ଭାଙ୍ଗିଲେ ମେଣ୍ଡିସଙ୍କ ରେକର୍ଡ
ଫଟୋ ସୌଜନ୍ୟ: ଟ୍ୱିଟର@BCCI

ନୂଆଦିଲ୍ଲୀ: ଦୀପକ ଚହରଙ୍କ ଘାତକ ବୋଲିଂବଳରେ ତୃତୀୟ ଟି-୨୦ ମୁକାବିଲାରେ ବିଜୟ ହାସଲ କରିଛି ଭାରତ । ଏହାସହ ବାଂଲାଦେଶ ବିପକ୍ଷରେ ଏହି ସିରିଜକୁ ୨:୦ରେ କବଜା କରିନେଇଛି । ଶେଷ୍ଠ ବୋଲିଂ ପ୍ରଦର୍ଶନ କରି ଚହର ପ୍ଲେୟାର ଅଫ ଦ ମ୍ୟାଚ ଏବଂ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଛନ୍ତି । ନିଜ ନାଁରେ ବଡ ରେକର୍ଡ ରଚିଛନ୍ତି ଏହି ଯୁବ ପେସ ବୋଲର ।

କମ ରନ ପ୍ରଦାନ କରି ଅଧିକ ୱିକେଟ ।  ଟି-୨୦ ଫର୍ମାଟରେ ଏହି ରେକର୍ଡ ଏବେ ଦୀପକ ଚହର ହାସଲ କରିଛନ୍ତି । ପୂର୍ବରୁ ଏହା ଶ୍ରୀଲଙ୍କର ଅଜନ୍ତା ମେଣ୍ଡିସଙ୍କ ନାଁରେ ଥିଲା । ୨୦୧୨ରେ ଜିମ୍ୱାୱେ ବିପକ୍ଷରେ ୮ରନ ପ୍ରଦାନ କରି ୬ ୱିକେଟ ନେଇଥିଲେ ମେଣ୍ଡିସ । ଦୀର୍ଘ ୭ ବର୍ଷ ହେଲା ଏହାକୁ କେହି ଭାଙ୍ଗି ପାରିନଥିଲେ । ହେଲେ ନାଗପୁର ବାଂଲା ବିପକ୍ଷ ମ୍ୟାଚରେ ମେଣ୍ଡିସଙ୍କ ରେକର୍ଡକୁ ଭାଙ୍ଗି ନୂଆ କୀର୍ତ୍ତିମାନ ରଚିଛନ୍ତି ଚହର । ମାତ୍ର ୭ରନ ପ୍ରଦାନ କରି ସମାନ ସଂଖ୍ୟକ ୱିକେଟ ହାସଲ କରିଛନ୍ତି । 

କେବଳ ଏତିକି ନୁହେଁ, ଟି-୨୦ କ୍ରିକେଟରେ ହ୍ୟାଟ୍ରିକ ୱିକେଟ ନେବାରେ ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି ଚହର । ପୂର୍ବରୁ କୌଣସି ଭାରତୀୟ ବୋଲର ଏହି ଫର୍ମାଟରେ ହ୍ୟାଟ୍ରିକ ୱିକେଟ ନେଇନାହାଁନ୍ତି । ୨୦୧୭ରେ ଇଂଲଣ୍ଡ ବିପକ୍ଷରେ ୨୫ରନ ଦେଇ ୬ ୱିକେଟ ନେଇଥିଲେ ୟୁଜବେନ୍ଦ୍ର ଚହଲ । ଭାରତୀୟ ବୋଲରଙ୍କ ଭିତରେ ତାହା ଶେଷ୍ଠ ପ୍ରଦର୍ଶନ ଥିଲା । ଏବେ ଏହିସବୁ ରେକର୍ଡ ଦୀପକ ଚହରଙ୍କ ନାଁରେ । ସିରିଜ ଜିତିଛି ଭାରତ, ରେକର୍ଡ ରଚିଛନ୍ତି ଚହର ।