close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଗିନିଜ ୱାର୍ଲ୍ଡ ରେକର୍ଡରେ ରାମ ଜନ୍ମଭୂମି

ଅଯୋଧ୍ୟା ମାମଲାର ରାୟ ଆସିବା ପୂର୍ବରୁ ରେକର୍ଡ ରଚିଛି ରାମ ଜନ୍ମଭୂମି . ଦୀପାବଳିକୁ ନେଇ ଆୟୋଜିତ ଦୀପୋତ୍ସବ କାର୍ଯ୍ୟକ୍ରମକୁ ମିଳିଛି ଗିନିଜ ୱାର୍ଲ୍ଡ ରେକର୍ଡ .

ଗିନିଜ ୱାର୍ଲ୍ଡ ରେକର୍ଡରେ ରାମ ଜନ୍ମଭୂମି
ଏମିତି ଝଲସିଲା ଅଯୋଧ୍ୟା...

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାର ରାୟ ଆସିବା ପୂର୍ବରୁ ରେକର୍ଡ ରଚିଛି ରାମ ଜନ୍ମଭୂମି . ଦୀପାବଳିକୁ ନେଇ ଆୟୋଜିତ ଦୀପୋତ୍ସବ କାର୍ଯ୍ୟକ୍ରମକୁ ମିଳିଛି ଗିନିଜ ୱାର୍ଲ୍ଡ ରେକର୍ଡ . ଅଧିକ ସଂଖ୍ୟକ ତୈଳ ଦୀପ ଜଳାଇ ଏହା ହାସଲ କରିଛି ରାମ ଜନ୍ମଭୂମି . ଆଉ ଏହାରି ଭିତରେ ଦୀପତ୍ସୋବକୁ ଭରପୁର ଉପଭୋଗ କରିଛନ୍ତି ଅଯୋଧ୍ୟାବାସୀ . 

ବିଶ୍ୱ ଦେଖିଲା ଭାରତୀୟ ସଂସ୍କୃତିର ମହାନୀୟତା . ଦୀପତ୍ସୋବ କାର୍ଯ୍ୟକ୍ରମରେ ଝଲସି ଉଠିଲା ଅଯୋଧ୍ୟା . ମହମ କି ବୈଦ୍ୟୁତିକ ଦୀପ ନଥିଲା, ଥିଲା ତୈଳ ଦୀପ . ୫ଲକ୍ଷ ୫୧ ହଜାର ଦୀପ ଏକାସାଙ୍ଗରେ ଜଳିଲା . ରାମ ଜନ୍ମଭୂମିରେ ହେଲା ବହୁ ଆଡମ୍ବରପୂର୍ଣ୍ଣ ଦୀପାବଳି ସେଲିବ୍ରେସନ . ଯାହା କେବେ କେହି କଳ୍ପନା କରିନଥିଲେ, ତାହା କରି ଦେଖାଇଲା ଅଯୋଧ୍ୟା . ଆଉ ହାସଲ କରିଛି ଗିନିଜ ୱାର୍ଲ୍ଡ ରେକର୍ଡ . 

ସ୍ଥାନ-ଅଯୋଧ୍ୟାର ସରଜୁ ନଦୀ ତଟ୍ଟ . ସମୟ- ଶନିବାର ସନ୍ଧ୍ୟା . ରେକର୍ଡ ଲକ୍ଷ୍ୟରେ ଥିଲା ରାମ ଜନ୍ମଭୂମି . ଆଧ୍ୟାତ୍ମିକ ପରିବେଶ . ସେଲିବ୍ରେସନର ମାହୋଲ . ସମସ୍ତ ପ୍ରସ୍ତୁତି ସାରିଥିଲା ଉତ୍ତରପ୍ରଦେଶ ପ୍ରଶାସନ . ଦୀପୋତ୍ସବ ଦେଖିବା ପାଇଁ ଖାଲି ଅଯୋଧ୍ୟା କାହିଁକି, ଦେଶ ବିଦେଶର ଶ୍ରଦ୍ଧାଳୁ ଭିଡ ଜମାଇଥିଲେ . ଆଉ ଏହାରି ଭିତରେ  କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ . ଆରମ୍ଭ ହୋଇଥିଲା ଦୀପ ଜଳା . 

ବାସ୍, କିଛି କ୍ଷଣର ଅପେକ୍ଷା . ଦେଖୁ ଦେଖୁ ଆଖିକୁ ଝଲସେଇ ଦେଇଥିଲା ଦୀପତ୍ସୋବ . ଆଧ୍ୟାତ୍ମିକ ପରିବେଶ . ଟିଭି ପରଦାରେ ରାମ ଜନ୍ମଭୂମିକୁ ଆଖି ପୁରାଇ ଦେଖୁଥିଲା ବିଶ୍ୱ . ଆଉ ଦୀପତ୍ସବ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଶ୍ରଦ୍ଧାଳୁଙ୍କ ପାଇଁ ତ ଏହା ଥିଲା ବେଶ ସ୍ମରଣୀୟ . ପ୍ରଭୁ ଶ୍ରୀରାମଙ୍କ ଚାରିପଟେ ହଜାର ହଜାର ଦୀପ . ମନେ ହେଉଥିଲା ଆଜି ଜହ୍ନମାମୁଁ ଦେଖୁଥିଲେ ବିପରୀତ ଦିଗରେ ତାରା . 

ଉତ୍ତରପ୍ରଦେଶ ପ୍ରର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ଦୀପତ୍ସୋବ କାର୍ଯ୍ୟକ୍ରମ ହାସଲ କରିଛି ଗିନିଜ ୱାର୍ଲ୍ଡ ରେକର୍ଡ . ଅଧିକ ସଂଖ୍ୟକ ତୈଳ ଦୀପ ଜଳାଇ ଏହି ରେକର୍ଡ ହାସଲ କରିଛି ଅଯୋଧ୍ୟା . ଗିନିଜ ୱାର୍ଲ୍ଡ ରେକର୍ଡରେ ରାମ ଜନ୍ମଭୂମିର ନାଁ . ୨୦୧୯ ଅକ୍ଟୋବର ୨୬ ଅଯୋଧ୍ୟା ପାଇଁ ହେଇଛି ବେଶ ସ୍ମରଣୀୟ . 

ସେପଟେ ଅଯୋଧ୍ୟାର ୧୩ଟି ପ୍ରମୁଖ ମନ୍ଦିରରେ ୩ ଦିନ ପର୍ଯ୍ୟନ୍ତ ଦୀପୋତ୍ସବ ପାଳନ ହେବ .  ସମସ୍ତ ୧୦ ହଜାର ମନ୍ଦିରରେ ମଧ୍ୟ ହେବ ଦୀପୋତ୍ସବ . ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ, ଲକ୍ଷ୍ମଣ ଓ ହନୁମାନଙ୍କ ମୂର୍ତ୍ତି ମଧ୍ୟ ନିର୍ମାଣ ହୋଇଛି  . ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗର ସୂଚନା ଅନୁସାରେ ରାମ ଜନ୍ମଭୂମିରେ ୫ ଫୁଟ ଉଚ୍ଚତା ବିଶିଷ୍ଟ ମଞ୍ଚ ନିର୍ମାଣ ହେବ ଓ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ଶ୍ରୀରାମଙ୍କ ମୂର୍ତ୍ତି ସ୍ଥାପନ ହେବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି . ସେପଟେ ହନୁମାନଙ୍କ ୨୦ ଫୁଟ ଉଚ୍ଚ ଫାଇବର ମୁର୍ତ୍ତି ମଧ୍ୟ ସ୍ଥାପନ ହେବ . ହନୁମାରଙ୍କ କାନ୍ଧରେ ଶ୍ରୀରାମ ଓ ଲକ୍ଷ୍ମଣ ବିରାଜମାନ ହେବେ .