• ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଶାସନ
  • ୪୬ତମ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ୍
  • ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ
  • ପରୀ ହତ୍ୟା ମାମଲା: ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲା ଗଲା ଚିଲଡ୍ରେନ କୋର୍ଟ
  • ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା; ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ରଙ୍କୁ ଆଗୁଆ ଜାମିନ୍
  • ଗୁରୁବାରଠୁ ବିନା କଟକଣାରେ ଜଗା ଦର୍ଶନ
  • ଅଭିଭାବକଙ୍କୁ ଆଶ୍ୱସ୍ତି; ରାଜ୍ୟରେ କୋହଳ ହେଲା ଘରୋଇ ସ୍କୁଲ ଫି'
  • ୭ଟି ସ୍ଲାବରେ ଘରୋଇ ସ୍କୁଲ ଫି' ଛାଡ ନିଷ୍ପତ୍ତି
  • LICj MD ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ଲେହ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ, ଏଲଓସିରେ କରିବେ ସୁରକ୍ଷାର ସମୀକ୍ଷା

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲେହ ଗସ୍ତରେ ଯିବେ । ସୋମବାର ସେଠାରେ ସେ ପୂର୍ବ ଲଦ୍ଦାଖରେ ଏକ ପୋଲର ଉଦଘାଟନ କରିବେ । ଏହି ପୋଲ ଖୋଲିବା ପରେ ଭାରତ-ଚୀନ ସୀମାରେ ପହଞ୍ଚିବାକୁ କମ ସମୟ ଲାଗିବ । ଏହା ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ପାକିସ୍ତାନ ସୀମାକୁ ଲାଗି ଥିବା ନିୟନ୍ତ୍ରଣ ରେଖା(ଏଲଓସି)ରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ । 

ଲେହ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ, ଏଲଓସିରେ କରିବେ ସୁରକ୍ଷାର ସମୀକ୍ଷା

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲେହ ଗସ୍ତରେ ଯିବେ । ସୋମବାର ସେଠାରେ ସେ ପୂର୍ବ ଲଦ୍ଦାଖରେ ଏକ ପୋଲର ଉଦଘାଟନ କରିବେ । ଏହି ପୋଲ ଖୋଲିବା ପରେ ଭାରତ-ଚୀନ ସୀମାରେ ପହଞ୍ଚିବାକୁ କମ ସମୟ ଲାଗିବ । ଏହା ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ପାକିସ୍ତାନ ସୀମାକୁ ଲାଗି ଥିବା ନିୟନ୍ତ୍ରଣ ରେଖା(ଏଲଓସି)ରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ । 

ତାଙ୍କର ଏହି ଗସ୍ତ ବେଳେ ତିନି ସେନାର ପ୍ରମୁଖ ଉପସ୍ଥିତ ରହିବେ । ରାଜନାଥ ସିଂହ ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି । ରବିବାର ଭାରତୀୟ ସେନା ପକ୍ଷରୁ ପିଓକେରେ ଆତଙ୍କୀ ଠିକଣା ଉପରେ ବୋମା ବର୍ଷଣ କରିଥିଲା ।  ଏହି ଘଟଣାରେ ପିଓକେରେ ସ୍ଥିତ ଆତଙ୍କୀ କ୍ୟାମରେ ବହୁ କ୍ଷୟକ୍ଷତି ହେବାର ସୂଚନା ମିଳିଛି । ଏହାସହ ୩ଟି ପାକିସ୍ତାନୀ ଲଞ୍ଚପେଡ ଧ୍ୱଂସ ହୋଇଥିଲା । ଏହା ବ୍ୟତୀତ ୫-୬ ପାକ୍ ସେନାର ଯବାନ ନିହତ ହୋଇଥିଲେ । ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଲେହ ଓ ଏଲଓସି ଗସ୍ତ ସୀମାରେ ଉଷ୍ମତା ବୃଦ୍ଧି କରିପାରେ । 

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ରବିବାର ପାକିସ୍ତାନ ଜମ୍ମୁ କାଶ୍ମୀରର କୁପୱାଡା ସ୍ଥିତ ତଙ୍ଗାଧର ସେକ୍ଟରରେ ଅସ୍ତ୍ର ବିରତି ଉଲଙ୍ଘନ କରିଥିଲା ।  ଏଥିରେ ୨ ଭାରତୀୟ ଯବାନ ଶହୀଦ ହୋଇଥିଲେ ।  ଏହା ବ୍ୟତୀତ ୧ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା ।  ଅନ୍ୟପଟେ ସେନାର ଯବାନ ସମେତ ୮ ଜଣ ଆହତ ହୋଇଥିଲା  ।

ଯାହା ପରେ ଭାରତର ପାଲଟା ଆକ୍ରମଣରେ ପାକ୍ ସେନାର ୬ ଯବାନ ନିହତ ହୋଇଛି । ୩ଟି ଆତଙ୍କୀ କ୍ୟାମ୍ପ ଧ୍ୱଂସ ହେବା ସହ ଆତଙ୍କୀ ମଧ୍ୟ ନିପାତ ହୋଇଛି । ଯାହାର ସତ୍ୟତା ଲୁଚାଇବାକୁ ପାକ୍ ଲାଗିପଡିଛି । ଭାରତୀୟ ସେନା ଦ୍ୱାରା ପିଓକେରେ କରାଯାଇଥିବା ବଡ଼ କାର୍ଯ୍ୟାନୁଷ୍ଠାନକୁ ଲୁଚାଇବାକୁ ପ୍ରୟାସ କରୁଛି ପାକିସ୍ତାନର ସେନା ଓ ମିଡିଆ ।