Advertisement
Article Detail0/zeeodisha/odisha691390

ଦିଲ୍ଲୀ ସରକାରଙ୍କ ଗୁମର ଖୋଲିଲେ ମହିଳା, କହିଲେ ଏମିତି କଥା...

ଦିଲ୍ଲୀରେ କୋରୋନା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଥିବା ନେଇ ପ୍ରକାଶ କରିଛନ୍ତି। ଏପରିକି ସରକାରୀ ହେଉ ଅବା ବେସରକାରୀ ଡାକ୍ତରଖାନା, ସବୁଠାରେ ଉନ୍ନତମାନର ସେବା ଯୋଗାଇ ଦିଆଯାଉଥିବା ନେଇ ଡେଙ୍ଗୁରା ପିଟିଛନ୍ତି ଦିଲ୍ଲୀର କେଜରିଓ୍ୱାଲ ସରକାର। ମାତ୍ର ନିକଟରେ ଜଣେ ମହିଳା ଏହାର ଗୁମର ଖୋଲିଛନ୍ତି।  ଦିଲ୍ଲୀରେ ରହୁଥିବା ଅମରପ୍ରୀତଙ୍କ ପିତା

ଦିଲ୍ଲୀ ସରକାରଙ୍କ ଗୁମର ଖୋଲିଲେ ମହିଳା, କହିଲେ ଏମିତି କଥା...

ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଥିବା ନେଇ ପ୍ରକାଶ କରିଛନ୍ତି। ଏପରିକି ସରକାରୀ ହେଉ ଅବା ବେସରକାରୀ ଡାକ୍ତରଖାନା, ସବୁଠାରେ ଉନ୍ନତମାନର ସେବା ଯୋଗାଇ ଦିଆଯାଉଥିବା ନେଇ ଡେଙ୍ଗୁରା ପିଟିଛନ୍ତି ଦିଲ୍ଲୀର କେଜରିଓ୍ୱାଲ ସରକାର। ମାତ୍ର ନିକଟରେ ଜଣେ ମହିଳା ଏହାର ଗୁମର ଖୋଲିଛନ୍ତି। 

ଦିଲ୍ଲୀରେ ରହୁଥିବା ଅମରପ୍ରୀତଙ୍କ ପିତା ଗୁରୁବାର (ମେ 4, 2020) କୋରୋନାରେ ମୃତ୍ୟୁ ବରଣ କରିଛନ୍ତି। ଅମରପ୍ରୀତ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଚିକିତ୍ସା ପାଇଁ LNJP ହସ୍ପିଟାଲ ପକ୍ଷରୁ ମନା କରିଦିଆଯାଇଥିଲା।  ତାଙ୍କ ପିତା ଉଚ୍ଚ ଜ୍ୱରରେ ପୀଡିତ ହୋଇ ଗଙ୍ଗାରାମ ଡାକ୍ତରଖାନାରୁ LNJP କୁ ସ୍ଥାନାନ୍ତର ହୋଇଥିଲେ। ମାତ୍ର ଡାକ୍ତରଖାନା କର୍ତ୍ତୃପକ୍ଷ ଚିକିତ୍ସା ପରିବର୍ତ୍ତେ ତାଙ୍କୁ ବାହାରେ ବସାଇ ରଖିଥିଲେ। ଅମରପ୍ରୀତ ମଧ୍ୟ ତାଙ୍କ ପିତାଙ୍କୁ ଧରି ବାହାରେ ଅପେକ୍ଷା କରି ରହିଥିଲେ। 

ଅମରପ୍ରୀତ ଟ୍ୱିଟରରେ କହିଛନ୍ତି ଯେ ତାଙ୍କ ପିତାଙ୍କର ଜ୍ୱର ଅଧିକ ମାତ୍ରାରେ ରହିଥିଲା। ନିଶ୍ୱାସ ନେବାରେ ଅସୁବିଧା ହେଉଛି ଏବଂ ସେ ଦିଲ୍ଲୀ ସରକାରଙ୍କ LNJP ଡାକ୍ତରଖାନା ବାହାରେ ବସି ତାଙ୍କୁ ଭର୍ତ୍ତି କରିବାକୁ ଅପେକ୍ଷା କରିଛନ୍ତି। ସେ ତାଙ୍କ ଟ୍ୱିଟରରେ ଦିଲ୍ଲୀ ବିଧାୟକ ଦିଲୀପ ପାଣ୍ଡେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି।

Add Zee News as a Preferred Source

ଅମରପ୍ରୀତ ଏକ ଅଡିଓ ଫାଇଲ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ କହିଥିଲେ ଯେ ତାଙ୍କ ପିତାଙ୍କୁ ଗଙ୍ଗାରାମ ହସ୍ପିଟାଲରୁ LNJP ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ, କିନ୍ତୁ ଡାକ୍ତରଖାନା ବିନା ରେଫରାଲରେ ଗ୍ରହଣ କରିବାକୁ ମନା କରିଦେଇଛି। ତା’ପରେ ସେ ରେଫରାଲ ପାଇବା ପାଇଁ ଗଙ୍ଗାରାମ ଡାକ୍ତରଖାନାକୁ ଫେରିଥିବା ନେଇ କହିଛନ୍ତି। ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ LNJP ଡାକ୍ତରଖାନା ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଧିନରେ ରହିଛି। ତେବେ ପ୍ରାୟ ଏକ ଘଣ୍ଟା ପରେ ସେ ରିଟ୍ୱିଟ କରି କହିଥିଲେ ଯେ ଡାକ୍ତରଖାନା ବାହାରେ ଅପେକ୍ଷା କରିଥିବା ବେଳେ ତାଙ୍କ ପିତାଙ୍କର ମୃତ୍ୟୁ ଘଟିଛି ।

ଜୁନ୍ ୨ରେ, ପିତାଙ୍କ କୋରୋନା ଭାଇରସ୍ ପରୀକ୍ଷା ପଜିଟିଭ୍ ପରେ ଅମରପ୍ରୀତ ଦିଲ୍ଲୀ ସରକାର ଦେଇଥିବା ସମସ୍ତ ହେଲ୍ପଲାଇନ ନମ୍ବରକୁ କଲ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନଙ୍କ ମଧ୍ୟରୁ କେହି କାମ କରୁନଥିବା ଜଣାଯାଇଛି। ପରେ ସେ ଦିଲ୍ଲୀ ବିଧାୟକ ଦିଲୀପ ପାଣ୍ଡେ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି।

About the Author