ଭୋଟ ପାଇଁ ଅଫର ବର୍ଷା: ସପିଙ୍ଗ ମଲରେ ରିହାତି, ସ୍ପାଇସ ଜେଟ ଦେବ ଫ୍ରି ଟିକେଟ
Advertisement

ଭୋଟ ପାଇଁ ଅଫର ବର୍ଷା: ସପିଙ୍ଗ ମଲରେ ରିହାତି, ସ୍ପାଇସ ଜେଟ ଦେବ ଫ୍ରି ଟିକେଟ

ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ । ମତଦାନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ତେବେ ଶତପ୍ରତିଶତ ମତଦାନ ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ଉଦ୍ୟମ କରାଯାଉଛି । ମତଦାତାଙ୍କୁ ପ୍ରତ୍ସାହିତ କରିବା ପାଇଁ କିଏ କେତେ ଅଫର ଦେଉଛନ୍ତି । ମତଦାନ କରିସାରିବା ପରେ ରେସ୍ତୋରାଁ, ସେଲୁନ ଓ ସପିଙ୍ଗ କ୍ଷେତ୍ରରେ ଅଫର ଦେବାକୁ ଘୋଷଣା କରିଛନ୍ତି ବିଭିନ୍ନ ସଂସ୍ଥା । 

ମତଦାନ କରିସାରିବା ପରେ ସ୍ପାଇସ ଜେଟରେ ଗଲେ ଫ୍ରି ଟିକେଟ କମ୍ପାନୀ । ତେବେ ଏହି ଫ୍ରି ଟିକେଟ ଲକି ଡ୍ର ମାଧ୍ୟମରେ ହିଁ ମିଳିବ । ସେହିପରି ରେପିଡ଼ୋ ବାଇକ ଟ୍ୟାକ୍ସି ଆପରେ ମତଦାନ କେନ୍ଦ୍ରର ୩ କିଲୋମିଟର ମଧ୍ୟରେ ଫ୍ରିରେ ଯାତ୍ରା କରିପାରିବେ । ସେହିପରି ବହୁ ସପିଙ୍ଗ ମଲ ମଧ୍ୟ ମତଦାନ କରି ଫେରିଥିବା ଲୋକଙ୍କୁ ଡିସକାଉଣ୍ଟ ଦେବାକୁ ଘୋଷଣା କରିଛନ୍ତି । 

ସେହିପରି ନିର୍ବାଚନ କାମରେ ନିୟୋଜିତ କର୍ମଚାରୀଙ୍କ ସୁବିଧା ପାଇଁ ଆସନ୍ତାକାଲି ଭୋର ୪ଟାରୁ ଦିଲ୍ଲୀ ମେଟ୍ରୋ ଆରମ୍ଭ ହେବ । ଯେପରି ଶାନ୍ତିଶୃଙ୍ଖଳାରେ ମତଦାନ ହେବ, ସେନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।  

ଆହୁରି ପଢ଼ନ୍ତୁ; ରୁଟି ଭିତରେ ମେହେବୁବାଙ୍କ ପାଖକୁ ଯାଉଥିଲା ଚିଠି