ଦିଲ୍ଲୀର ସମସ୍ତ ସାଂସଦଙ୍କ ସହ ଆଲୋଚନା କଲେ କେଜ୍ରିୱାଲ
Advertisement

ଦିଲ୍ଲୀର ସମସ୍ତ ସାଂସଦଙ୍କ ସହ ଆଲୋଚନା କଲେ କେଜ୍ରିୱାଲ

ଆଜି ଭିଡିଓ କନଫରେସିଂ ମାଧ୍ୟମରେ ସାଂସଦଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କୋରୋନା ଭାଇରସକୁ କିପରି ନିୟନ୍ତ୍ରଣକୁ ଅଣାଯାଇପାରିବ, ସେନେଇ ସାଂସଦଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀର ଉଭୟ ରାଜ୍ୟସଭା ଏବଂ ଲୋକସଭା ସାଂସଦଙ୍କ ସହ ଏହି ଆଲୋଚନା କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । 

ଆଜି ଭିଡିଓ କନଫରେସିଂ ମାଧ୍ୟମରେ ସାଂସଦଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ଦିଲ୍ଲୀରେ କୋରୋନାର ସ୍ଥିତି ଏବଂ ଆଗାମୀ ପଦକ୍ଷେପ ଉପରେ ଏ ଆଲୋଚନା ହୋଇଥିଲା । ଏଠାରେ ଆପଣଙ୍କୁ କହିରଖୁଛୁ, ବର୍ତ୍ତମାନ ଦେଶର ରାଜଧାନୀ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୬ ଛୁଇଁଛି । ସେହିପରି ୯ ଜଣଙ୍କ ମୃତ୍ୟୁ ହେଲାଣି ।