'ସଫା ଦେଖାଗଲାଣି ଦିଲ୍ଲୀ ଆକାଶ, ଆଉ ଅଡ-ଇଭେନ ଆବଶ୍ୟକ ନାହିଁ'
ଆଉ ଥରେ ଅଡ-ଇଭେନ ଫର୍ମୁଲା ଲାଗୁ କରିବାକୁ କେଜ୍ରିୱାଲଙ୍କ ନା । ବର୍ତ୍ତମାନ ଦିଲ୍ଲୀ ବାୟୁମଣ୍ଡଳରେ ସୁଧାର ଆସିଛି । ସଫା ଦେଖାଯାଉଛି ଦିଲ୍ଲୀ ଆକାଶ । ତେଣୁ ଏବେ ଆଉ ଅଡ-ଇଭେନ ନିୟମ ଲାଗୁ କରିବା ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
Trending Photos

ନୂଆଦିଲ୍ଲୀ: ଆଉ ଥରେ ଅଡ-ଇଭେନ ଫର୍ମୁଲା ଲାଗୁ କରିବାକୁ କେଜ୍ରିୱାଲଙ୍କ ନା । ବର୍ତ୍ତମାନ ଦିଲ୍ଲୀ ବାୟୁମଣ୍ଡଳରେ ସୁଧାର ଆସିଛି । ସଫା ଦେଖାଯାଉଛି ଦିଲ୍ଲୀ ଆକାଶ । ତେଣୁ ଏବେ ଆଉ ଅଡ-ଇଭେନ ନିୟମ ଲାଗୁ କରିବା ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
ସୁଧୁରୁଛି ଦିଲ୍ଲୀ ପ୍ରଦୂଷଣ । ଧୀରେ ଧୀରେ ସ୍ୱାଭାବିକ ହେଉଛି ବାୟୁମଣ୍ଡଳ । ତେଣୁ ସରକାର ଅଡ-ଇଭେନ ନିୟମ ଆଉ ଥରେ ଲାଗୁ କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଥିଲେ, ତାକୁ ହଟାଇ ଦେଇଛନ୍ତି । ଅର୍ଥାତ ଏବେ ଦିଲ୍ଲୀରେ ଅଡ-ଇଭେନ ନିୟମ ଲାଗୁ ହେବନାହିଁ । ଗତ ୪ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ତୃତୀୟ ଥର ପାଇଁ ଦିଲ୍ଲୀରେ ଅଡ-ଇଭେନ ନିୟମ ଲାଗୁ ହୋଇଥିଲା ।
Delhi CM Arvind Kejriwal on implementing Odd-Even scheme once again: The sky is clear now, so there is no need of it. pic.twitter.com/E5dH8dQCOI
— ANI (@ANI) November 18, 2019
ଗତ କିଛିଦିନ ହେଲା ଦିଲ୍ଲୀ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ପହଞ୍ଚିଥିଲା । ଯାହା ସରକାରଙ୍କ ମୁଣ୍ଡବ୍ୟଥା ପାଲଟିଥିଲା । ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ । ପରାଲୀ ପୋଡି ଯୋଗୁଁ ପ୍ରଦୂଷଣ ବୃର୍ଦ୍ଧି ହେଉଥିବାରୁ ଏହା ଉପରେ ରୋକ ଲଗାଇବା ପାଇଁ ବିହିତ ପଦକ୍ଷେପ ନିଆଯାଇଛି । ନିୟମ ଉଲଙ୍ଘନ କଲେ ଚାଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।
ଆହୁରି ବି ପଢନ୍ତୁ; ଦାୟିତ୍ୱ ନେଲେ, ଚିଦାମ୍ବରମଙ୍କ ଜାମିନ ଆବେଦନ ଶୁଣାଣି ପାଇଁ ଗ୍ରହଣ କଲେ...
More Stories