ସିଏଏ ହିଂସାରେ ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ରବିବାର ରାତିରୁ ଦେଖା ଦେଇଥିବା ହିଂସା ଏବେ ଉଗ୍ରରୂପ ଧାରଣ କରିସାରିଲାଣି। ବର୍ତ୍ତମାନ ସୁଦ୍ଧା ଏହି ହିଂସାରେ ପ୍ରାୟ ୮ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି। ତେବେ ହିଂସାରୁ ଦୁରେଇ ରହିବା ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ କହିଛନ୍ତି।

ସିଏଏ ହିଂସାରେ ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ: ରବିବାର ରାତିରୁ ଦେଖା ଦେଇଥିବା ହିଂସା ଏବେ ଉଗ୍ରରୂପ ଧାରଣ କରିସାରିଲାଣି। ବର୍ତ୍ତମାନ ସୁଦ୍ଧା ଏହି ହିଂସାରେ ପ୍ରାୟ ୮ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି। ତେବେ ହିଂସାରୁ ଦୁରେଇ ରହିବା ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ କହିଛନ୍ତି।  

ଦିଲ୍ଲୀରେ ହିଂସାକୁ ଛାଡ଼ି ଶାନ୍ତି ବଜାୟ ରଖିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ନିବେଦନ କରିଛନ୍ତି। ଯେଉଁ ହିଂସାକାଣ୍ଡ ହେଉଛି ତାହା ନିଶ୍ଚିତ ପକ୍ଷେ ଭୁଲ। ଏହି ହିଂସାର କେହି ବି ଶିକାର ହୋଇ ପାରନ୍ତି।  

 

ସେ ଆହୁରି ମଧ୍ୟ କହିଥିଲେ କି, ଏହି ହିଂସା ପାଇଁ କୋଟି କୋଟି ଟଙ୍କାର ସାର୍ବଜନୀନ ସମ୍ପତ୍ତି ନଷ୍ଟ ହେଉଛି। ହିଂସାର ଶିକାର ହେଉଥିବା ଆହତମାନଙ୍କ ପାଇଁ ଡାକ୍ତରଖାନା ଓ ଦମକଳବାହିନୀ ପ୍ରସ୍ତୁତ ରହିଛି। ଦମକଳ ବିଭାଗ ପୋଲିସ ସହିତ ତାଳମେଳ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି, ତଳସ୍ତରର ପୋଲିସ କର୍ମଚାରୀଙ୍କୁ ଆକ୍ସନ ନେବାକୁ କୌଣସି ଅଧିକାରୀ। ସେମାନଙ୍କୁ ଏଥିପାଇଁ ଉପରସ୍ତରର ନିର୍ଦ୍ଦେଶକୁ ଅପେକ୍ଷା କରିବାକୁ ପଡ଼ୁଛି। ସେମାନଙ୍କୁ ପଦକ୍ଷେପ ନେବାକୁ ଅଧିକାର ମିଳିବାର ଆବଶ୍ୟକ ରହିଛି ବୋଲି ସେ କହିଛିନ୍ତି।  

ଗତକାଲି ହିଂସାରେ ଜଣେ ହେଡ କନଷ୍ଟେବଲଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଥିଲେ ଅରବିନ୍ଦ କେଜରିଓ୍ୱାଲ। ସେ କହିଥିଲେ କି, ମୃତ ପୋଲିସ ଅଧିକାରୀ ଜଣକ ଆମମାନଙ୍କ ମଧ୍ୟରୁ ଜଣେ ରହିଥିଲେ। ଏଥିପାଇଁ ଏହି ହିଂସା ବଳରେ କେବଳ ଆମମାନଙ୍କର କ୍ଷତି ହେଉଛି। ତେବେ ଏଥିରୁ ବର୍ତ୍ତିବା ପାଇଁ ଆମମାନଙ୍କୁ ହିଂସାରୁ ଦେରୁଇ ରହିବାକୁ ହେବ ବୋଲି ସେ କହିଥିଲେ।  

ଆଜି ସକାଳରୁ ହିଂସା ବ୍ୟାପିଥିବା ଅଞ୍ଚଳର ବିଧାୟକମାନଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଛି। ସେମାନଙ୍କ ମଧ୍ୟରେ ଅଧିକାଂଶଙ୍କ ମତ ପୋଲିସ କର୍ମଚାରୀଙ୍କ ସଂଖ୍ୟା କମ ରହିଥିବାରୁ ଏହି ହିଂସାକୁ ନିୟନ୍ତ୍ରଣକରିବାରେ ପୋଲିସ ଅସମର୍ଥ ହୋଇଛି। କେଜରିଓ୍ୱାଲ ଆହୁରି ମଧ୍ୟ କହିଛନ୍ତି କି, ଗୃହମନ୍ତ୍ରୀଙ୍କ ସହିତ ବୈଠକ ହୋଇଥିଲା। ଏହା ଉପରେ ଆଲୋଚନା ହୋଇଛି। ସେ ଆହୁରି ମଧ୍ୟ କହିଥିଲେ କି, ଏହି ହିଂସା କାଣ୍ଡ ଭିଆଇବା ପାଇଁ ବାହାରୁ ଲୋକମାନେ ଆସୁଛନ୍ତି।