ଦିଲ୍ଲୀ ବାୟୁ ପ୍ରଦୂଷଣରୁ ମିଳିଲା ଆଶ୍ୱସ୍ତି, ପବନର ଗୁଣବତ୍ତାରେ ସୁଧାର

ବର୍ତ୍ତମାନ ଦିଲ୍ଲୀର ବାୟୁ ପ୍ରଦୂଷଣରେ ସୁଧାର ଆସି ଗମ୍ଭୀର ଶ୍ରେଣୀରୁ ଖରାପ ଶ୍ରେଣୀକୁ ପହଞ୍ଚିଛି । ରବିବାର ସକାଳେ ୯ଟା ବେଳେ ବାୟୁ ଗୁଣବତ୍ତା ସୁଚକାଙ୍କ(AQI) ୨୫୪ ରେକର୍ଡ କରାଯାଇଛି । ଏହାର ପରିମାଣ ଶନିବାର ୪୧୨ ଥିଲା । 

ଦିଲ୍ଲୀ ବାୟୁ ପ୍ରଦୂଷଣରୁ ମିଳିଲା ଆଶ୍ୱସ୍ତି, ପବନର ଗୁଣବତ୍ତାରେ ସୁଧାର

ନୂଆଦିଲ୍ଲୀ: ବିଷାକ୍ତ ଗ୍ୟାସ ବଳୟ ମଧ୍ୟରେ ରହୁଛନ୍ତି ଦିଲ୍ଲୀବାସୀ । ଦେଶର ରାଜଧାନୀର ପବନ ଏତେ ପରିମାଣରେ ବିଷାକ୍ତ ହୋଇଯାଇଛି ଯେ ଏଠାରେ ନିଶ୍ୱାସ ନେବା ଜୀବନ ପାଇଁ ହାନିକାରକ । ଏହି ପ୍ରଦୂଷିତ ପବନର ସବୁଠାରୁ ବଡ଼ ପ୍ରଭାବ ଛୋଟ ଛୋଟ ଶିଶୁଙ୍କ ଉପରେ ପଡୁଛି । ତେଣୁ ଏହି ପ୍ରଦୂଷଣକୁ ହ୍ରାସ କରିବା ବିହିତ ପଦକ୍ଷେପ ନେବା ପାଇଁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ବର୍ତ୍ତମାନ ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି ମିଳିଛି । ରବିବାର ଦିଲ୍ଲୀରେ ପ୍ରଦୂଷଣ ମାତ୍ରାରେ ହ୍ରାସ ଦେଖା ଦେଇଛି ।

ବର୍ତ୍ତମାନ ଦିଲ୍ଲୀର ବାୟୁ ପ୍ରଦୂଷଣରେ ସୁଧାର ଆସି ଗମ୍ଭୀର ଶ୍ରେଣୀରୁ ଖରାପ ଶ୍ରେଣୀକୁ ପହଞ୍ଚିଛି । ରବିବାର ସକାଳେ ୯ଟା ବେଳେ ବାୟୁ ଗୁଣବତ୍ତା ସୁଚକାଙ୍କ(AQI) ୨୫୪ ରେକର୍ଡ କରାଯାଇଛି । ଏହାର ପରିମାଣ ଶନିବାର ୪୧୨ ଥିଲା । ଫରିଦାବାଦରେ ଏହି ସୁଚକାଙ୍କ ୨୨୮, ଗାଜିଆବାଦରେ ୨୪୧, ଗ୍ରେଟେର ନୋଏଡାରେ ୧୯୨, ନୋଏଡାରେ ୨୨୪ ଓ ଗୁରୁଗ୍ରାମରେ ୧୯୩ ରହିଥିଲା । 

ଉଲ୍ଲେଖଣୀୟ ଯେ ବାୟୁ ଗୁଣବତ୍ତା ୨୦୧-୩୦୦ ମଧ୍ୟରେ ରହିବାକୁ ଖରାପ ଶ୍ରେଣୀରେ ରଖାଯାଇଥାଏ । ସେହିପରି ୩୦୦-୪୦୦ ମଧ୍ୟରେ ରହିଲେ ଏହାକୁ ବହୁତ ଖରାପ ଶ୍ରେଣୀରେ ରଖା ଯାଇଥାଏ । ୪୦୦୧-୫୦୦ ମଧ୍ୟରେ ରହିଲେ ଗମ୍ଭୀର ଧରାଯାଇଥାଏ । ଆଜି ଦିଲ୍ଲୀର ସର୍ବନିମ୍ନ ତାପମାତ୍ର ୧୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଅନ୍ୟପକ୍ଷେ ଆର୍ଦ୍ରତା ସ୍ତର ୭୧ ପ୍ରତିଶତ ରହିଥିଲା । ପାଣିପାଗ ବିଭାଗ ଅନୁସାରେ, ଆଜି ଦିନସାରା ଆକାଶ ପରିଷ୍କାର ଓ ଅଧିକତମ ତାପମାତ୍ରା ୨୮ ରହିବାର ଅନୁମାନ କରାଯାଇଛି ।