ଦିଲ୍ଲୀ ସରକାର ଯେଉଁ ୭୦ ପ୍ରତିଶତ ଟ୍ୟାକ୍ସ(Special Corona Fee) ବଢ଼ାଇ ଦେଇଛନ୍ତି ।
Trending Photos
)
ନୂଆଦିଲ୍ଲୀ: ଆଜି ମଧ୍ୟ ଦେଶର ରାଜଧାନୀ ଦିଲ୍ଲୀର ମଦ ଦୋକାନ ଗୁଡ଼ିକରେ ଲମ୍ବା ଲାଇନ । ମଦ ଦୋକାନ ସକାଳ ୯ଟାରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ଖୋଲିବାକୁ ଥିବା ବେଳେ ଭୋର ୫ଟାରୁ ଲୋକେ ଧାଡ଼ି ବାନ୍ଧି ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ଏସବୁ ଦେଖିଲେ ମନେହେଉଛି, ମଦ ବିକ୍ରି ଉପରେ ଦିଲ୍ଲୀ ସରକାର ଯେଉଁ ୭୦ ପ୍ରତିଶତ ଟ୍ୟାକ୍ସ(Special Corona Fee) ବଢ଼ାଇ ଦେଇଛନ୍ତି, ଗ୍ରାହକଙ୍କୁ ତାର କୌଣସି ପ୍ରଭାବ ପଡ଼ିନି । ମଦ ପାଇଁ ୭୦ ପ୍ରତିଶତ ଅଧିକ ଟଙ୍କା ଦେବା ପାଇଁ କେହି କୁଣ୍ଠାବୋଧ କରୁନାହାଁନ୍ତି ।
ଗତକାଲିଠୁ ଦେଶରେ ଆରମ୍ଭ ହୋଇଛି ଲକଡାଉନ୍ ୩.o । ତେବେ ଏହି ସମୟରେ ମଦ ଦୋକାନ ସର୍ତ୍ତମୂଳକ ଭାବେ ଖୋଲିବାକୁ ଅନୁମତି ମିଳିଛି । ତେବେ ଗତକାଲି ପ୍ରଥମ ଦିନରେ ମଦ ଦୋକାନ ଗୁଡ଼ିକରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ଦୀର୍ଘ ୪୦ ଦିନ ଧରି ମଦ ଦୋକାନ ବନ୍ଦ ରହିବା ପରେ ସୋମବାର ମଦ ଦୋକାନ ଖୋଲୁଛି ଜାଣି ଗ୍ରାହକ ଲମ୍ବା ଲାଇନରେ ଛିଡ଼ା ହୋଇଥିଲେ । ଦିଲ୍ଲୀର କିଛି ମଦ ଦୋକାନ ଆଗରେ ସାମାଜିକ ଦୂରତ୍ୱ ବଜାଏ ରଖିବା ଦିଲ୍ଲୀ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଥିଲା ।
#WATCH Delhi: Long queue outside a liquor shop in Chander Nagar area. Delhi Government has imposed a "Special Corona Fee" of 70% tax on Maximum Retail Price (MRP) of the liquor. pic.twitter.com/rMSDdOdvZR
— ANI (@ANI) May 5, 2020
ଅନ୍ୟପଟେ ଗତକାଲି ସନ୍ଧ୍ୟାରେ ମଦ ବିକ୍ରି ପାଇଁ ୭୦ ପ୍ରତିଶତ ଟ୍ୟାକ୍ସ ବଢ଼ାଇବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଥିଲେ । ଏହି ଟଙ୍କା କୋରୋନା ମୁକାବିଲା କ୍ଷେତ୍ରରେ ବିନିଯୋଗ କରାଯିବ । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଆଉ ଦିଲ୍ଲୀ ସରକାରଙ୍କ ଏହି ଫର୍ମୁଲା ଅନ୍ୟ କିଛି ରାଜ୍ୟ ଆପଣାଇବାକୁ ଚିନ୍ତା କରୁଥିବା କୁହାଯାଉଛି ।