ଆଇନର ଫାନ୍ଦରେ ନିର୍ଭୟା ମାମଲା
Advertisement

ଆଇନର ଫାନ୍ଦରେ ନିର୍ଭୟା ମାମଲା

ନିର୍ଭୟା ଗଣଦୁଷ୍କର୍ମ ମାମଲା । ଦୋଷୀ ମୁକେଶ ରାଜକ୍ଷମା ଆବେଦନ କରିଥିବାରୁ ଆସନ୍ତା ୨୨ ତାରିଖରେ ଫାଶୀ ଉପରେ ଆଶଙ୍କା ପ୍ରକାଶ ପାଇଛି ।ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଖାରଜ ପୂର୍ବରୁ ଡେଥ ୱାରେଣ୍ଟ ଘୋଷଣା ହୋଇଥିବାରୁ ପୂନର୍ବାର ତାରିଖ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି ସରକାରୀ ଓକିଲ ।

ଆଇନର ଫାନ୍ଦରେ ନିର୍ଭୟା ମାମଲା

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲା । ଦୋଷୀ ମୁକେଶ ରାଜକ୍ଷମା ଆବେଦନ କରିଥିବାରୁ ଆସନ୍ତା ୨୨ ତାରିଖରେ ଫାଶୀ ଉପରେ ଆଶଙ୍କା ପ୍ରକାଶ ପାଇଛି ।ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଖାରଜ ପୂର୍ବରୁ ଡେଥ ୱାରେଣ୍ଟ ଘୋଷଣା ହୋଇଥିବାରୁ ପୂନର୍ବାର ତାରିଖ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି ସରକାରୀ ଓକିଲ ।

ପଟିଆଲା ହାଉସ କୋର୍ଟଙ୍କ ଡେଥ ୱାରେଣ୍ଟକୁ ଚାଲେଞ୍ଚ କରି ଦୋଷୀ ମୁକେଶ ହାଇକୋର୍ଟରେ ଆବେଦନ କରିବା ପରେ ଆଇନର ଫାନ୍ଦରେ ଅଡ଼ୁଆ ହୋଇଛି ମାମଲା । ଏପର୍ଯ୍ୟନ୍ତ ରାଜକ୍ଷମା ଆବେଦନ ଖାରଜ ହୋଇନଥିବାରୁ ୨୨ ରେ ଦୋଷୀ ମୁକେଶକୁ ଫାଶୀ ଦେବା ନେଇ ଆଇନଗତ ସମସ୍ୟା ଦେଖା ଦେଇପାରେ ବୋଲି ସରକାରୀ ଓକିଲ କହିଛନ୍ତି । ସେପଟେ ଦୋଷୀଙ୍କୁ ତଳକୋର୍ଟକୁ ଯିବାକୁ କହିବା ସହ ଆବେଦନ ଉପରେ ପ୍ରଶ୍ନ ଉଠାଇଛନ୍ତି କୋର୍ଟ ।ଦୀର୍ଘ ଦୁଇ ବର୍ଷ ସମୟ ଥିଲେ ବି କାହିଁକି ସେ ରାଜକ୍ଷମା ଆବେଦନ କରିନଥିଲେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଗତକାଲି ତିହାର ଜେଲ କର୍ତ୍ତୃପକ୍ଷ ଜରିଆରେ ରାଜକ୍ଷମା ଆବେଦନ କରିଛି ମୁକେଶ । ଆସନ୍ତା ୨୨ ତାରିଖରେ ମୁକେଶ ସମେତ ଅନ୍ୟ ୩ ଜଣଙ୍କୁ ଫାଶୀ ଦେବା ପାଇଁ ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି କରିଥିଲେ । ପୂର୍ବରୁ ୪ ଦୋଷୀଙ୍କ ମଧ୍ୟରୁ ୨ ଜଣ ମୁକେଶ ଓ ବିନୟ କୁମାର କ୍ୟୁରେଟିଭ୍ ପିଟିସନ୍ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ ।