କୋରୋନା ପାଇଁ ଦିଲ୍ଲୀରେ ହୋଇଛି ଏହି ଲାଭ
Advertisement
Article Detail0/zeeodisha/odisha662982

କୋରୋନା ପାଇଁ ଦିଲ୍ଲୀରେ ହୋଇଛି ଏହି ଲାଭ

ଦିଲ୍ଲୀରେ ପଡିଛି କୋରୋନାର ସୁପ୍ରଭାବ

File pic
File pic

ନୂଆଦିଲ୍ଲୀ: କୋରୋନା ସାରା ବିଶ୍ୱର ନିଦ ହଜାଇ ସାରିଥିବାବେଳେ ଅନେକ କ୍ଷେତ୍ରରେ ପୃଥିବୀକୁ ଲାଭ ମଧ୍ୟ ହୋଇଛି । କୋରୋନା ପାଇଁ ସାରା ବିଶ୍ୱ ଏବେ ଏକ ପ୍ରକାରର ଲକ୍ ଡାଉନ ହୋଇଯାଇଛି । ଲକ୍ ଡାଉନ କାରଣରୁ ଭୀଷଣ ପ୍ରଦୂଷଣ ନିଷ୍କାସନ କରୁଥିବା ଗାଡ଼ି ମଟର ଯାତାୟତ ସମଗ୍ର ବିଶ୍ୱରେ ବନ୍ଦ ହୋଇ ରହିଛି । କଳକାରଖାନା, ଫ୍ୟାକ୍ଟ୍ରି ଆଦିରେ ତାଲା ଝୁଲୁଛି । ଯଦ୍ୱାରା ଗ୍ଲୋବାଲ ୱାରମିଂର ସ୍ତର ଅନେକ ଗୁଣାରେ ହ୍ରାସ ପାଇଛି । ବାୟୁ ସ୍ୱଚ୍ଛ ହୋଇଛି, ସମଗ୍ର ବିଶ୍ୱ କେତେକାଂଶରେ ପ୍ରଦୂଷଣମୁକ୍ତ ମଧ୍ୟ ହୋଇଛି । 

ଦିଲ୍ଲୀରେ ମଧ୍ୟ ଏହାର ସୁପ୍ରଭାବନ ପଡ଼ିଛି । ତେବେ କେବଳ ଏତିକି ନୁହଁ ଏହା ବାଦ୍ ମଧ୍ୟ ଅନେକ ଜିନିଷ ଲାଭ ମିଳିଛି । ଦିଲ୍ଲୀ ପୋଲିସର ପ୍ରକାଶିତ ରିପୋର୍ଟ ମୁତାବକ ୨୦୧୯ ମାର୍ଚ୍ଚ ୧୫ରୁ ୩୦ ଓ ୨୦୨୦ ମାର୍ଚ୍ଚ ୧୫ରୁ ୩୦ ତାରିଖ ମଧ୍ୟରେ ତୁଳନା କଲେ ଦିଲ୍ଲୀରେ ଚୋରି, ଡକାୟତ, ଦୁଷ୍କର୍ମ, କିଡନାପିଂ ଆଦିରେ ହ୍ରାସ ଘଟିଛି । ୨୦୧୯ରେ ମାର୍ଚ୍ଚ ୩୦ ତାରିଖ ଭିତରେ ୧୦୯ ଡକାୟତି ଥିବାବେଳେ ତାହା ବର୍ତ୍ତମାନ ତଳକୁ ଖସି ୫୩ରେ ପହଞ୍ଚିଛି । ଜିନିଷପତ୍ର ଛଡ଼ାଛଡ଼ିର ମାତ୍ରା ୨୯୪ରୁ ଖସି ୧୮୧ରେ ପହଞ୍ଚିଛି । ଅପହରଣ ମାତ୍ରା ୨୫୯ରୁ ତଳକୁ ଖସି ୧୫୦ ରେ ପହଞ୍ଚିଛି । ଦୁଷ୍କର୍ମ ମାତ୍ରା ୧୪୪ରୁ ତଳକୁ ଖସି ୭୨ରେ ପହଞ୍ଚିଛି । ସାଧାରଣ ଦୁର୍ଘଟଣା ୨୧୬ରୁ ତଳକୁ ଖସି ୧୧୨ରେ ପହଞ୍ଚିଛି । 

 

ଲକ୍ ଡାଉନ ହେବା ଫଳରେ ଦିଲ୍ଲୀରେ ରାସ୍ତାଘାଟ ସବୁ ଶୁନଶାନ ହୋଇଯାଇଥିବାରୁ ଚୋରି, ଡକାୟତିର ମାତ୍ରା ମଧ୍ୟ ବହୁ ମାତ୍ରାରେ ହ୍ରାସ ପାଇଛି । 

;