close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବିଷ ବଳୟରେ ଦିଲ୍ଲୀ, ଗମ୍ଭୀରତାର ସହ ନେଲେ ସୁପ୍ରିମକୋର୍ଟ

ସାଙ୍ଘାତିକ ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ । ପବ୍ଲିକ ହେଲଥ ଏମାରଜେନ୍ସି ଘୋଷଣା କଲେ ସୁପ୍ରିମକୋର୍ଟଙ୍କ ଏକ ପ୍ୟାନେଲ । ନଭେମ୍ବର ୫ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବାଣ ଫୁଟାଇବା ଉପରେ ବି ପ୍ରତିବନ୍ଧକ ଲଗାଯାଇଛି । 

 ବିଷ ବଳୟରେ ଦିଲ୍ଲୀ, ଗମ୍ଭୀରତାର ସହ ନେଲେ ସୁପ୍ରିମକୋର୍ଟ
ଫାଇଲ ଫଟୋ

ନୂଆଦିଲ୍ଲୀ: ସାଙ୍ଘାତିକ ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ । ପବ୍ଲିକ ହେଲଥ ଏମାରଜେନ୍ସି ଘୋଷଣା କଲେ ସୁପ୍ରିମକୋର୍ଟଙ୍କ ଏକ ପ୍ୟାନେଲ । ନଭେମ୍ବର ୫ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବାଣ ଫୁଟାଇବା ଉପରେ ବି ପ୍ରତିବନ୍ଧକ ଲଗାଯାଇଛି । 

ଦିଲ୍ଲୀ ଏନସିଆରରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି । ଏବେ ପୁରା ବିଷ ବଳୟରେ ରାଜଧାନୀ । ଛୋଟ ଛୋଟ ପିଲାଙ୍କ ପାଇଁ ମାଡିଆସୁଛି ବିପଦ । ଶ୍ୱାସ ପ୍ରଶ୍ୱାସ ନେବା ବି କଷ୍ଟକର । ଆଜିର ସ୍ଥିତି ଗମ୍ଭୀର ରହିଛି । ଏନେଇ ଉତ୍ତରପ୍ରଦେଶ, ହରିୟାଣା ଏବଂ ଦିଲ୍ଲୀ ଶାସନ ସଚିବଙ୍କୁ ଚିଠି ଲେଖି ଚେତାଇ ଦେଇଛନ୍ତି ଇପିସିଏର ଅଧ୍ୟକ୍ଷ ଭୁରେ ଲାଲ । 

ଦିଲ୍ଲୀ ଏନସିଆରରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଗମ୍ଭୀର ଶ୍ରେଣୀରେ ପ୍ରବେଶ କରିସାରିଛି । ତେଣୁ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଗୁରୁବାର ରାତିରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ରହିଛି ।  ତେଣୁ ଆମେ ସମସ୍ତେ ଏହାକୁ ପବ୍ଲିକ ହେଲଥ ଏମାରଜେନ୍ସି ଭାବରେ ନେବା ଆବଶ୍ୟକ ବୋଲି ଚିଠି ମାଧ୍ୟମରେ ଜଣାଇଛନ୍ତି ଇପିସିଏର ଅଧ୍ୟକ୍ଷ ଭୁରେ ଲାଲ । 

ଅନ୍ୟପଟେ ହରିଆଣା ଏବଂ ପଞ୍ଚାବରେ ମଧ୍ୟ ପ୍ରଦୂଷଣ ମାତ୍ରା ଖୁବ ବଢିଛି । କିଛି ଦିନ ପୂର୍ବରୁ ଆମେରିକୀୟ ସ୍ପେସ ଏଜେନ୍ସି NASAସାଟେଲାଇଟ ଜରିଆରେ ଏ ନେଇ ଚିତ୍ର ପଠାଇଥିଲା । ଏଥିରେ ସଫା ସଫା ଦେଖାଯାଉଛି କିଭଳି ଅବସ୍ଥା ଦିନକୁ ଦିନ ବେଶ ଖରାପ ହେବାରେ ଲାଗିଛି । ସେପଟେ ଏଭଳି ପ୍ରଦୂଷଣ ନେଇ ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ବଢୁଥିବା ପ୍ରଦୂଷଣ ନେଇ ହଇରାଣରେ ପଡିଯାଇଛନ୍ତି । ଏ ବର୍ଷ ଦିୱାଲୀ ପରେ ଦିଲ୍ଲୀ ଏନସିଆରର ପବନ ଯେମିତି ପାଲଟି ଯାଇଛି ବିଷାକ୍ତ, ଅନେକ ଲୋକେ ଏହି ବିଷାକ୍ତ ପ୍ରଦୂଷଣର ଶିକାର ହେଉଛନ୍ତି ।