close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦିଲ୍ଲୀରେ ହୋଇପାରେ ଆତ୍ମଘାତୀ ଆକ୍ରମଣ, ଆଇବି ଜାରି କଲା ହାଇ ଆଲର୍ଟ

ଦିଲ୍ଲୀ ପୋଲିସର ଥାନାଗୁଡିକରେ ହୋଇପାରେ ଆତ୍ମଘାତୀ ଆକ୍ରମଣ । ଜୈଶ-ଇ-ମହମ୍ମଦ ପରି କିଛି ଆତଙ୍କୀ ସଙ୍ଗଠନ ଏହି ଆକ୍ରମଣ କରି ପାରେ ବୋଲି ଜଣାପଡିଛି  । ଆତଙ୍କୀ ଦିଲ୍ଲୀ ସ୍ଥିତ ପୋଲିସ ଲାଇନକୁ ମଧ୍ୟ ଟାର୍ଗେଟ କରି ପାରେ  । ଏନେଇ ଦେଶର ଗୁଇନ୍ଦା ସଂସ୍ଥା ଆଇବି ତରଫରୁ ହାଇ ଆଲର୍ଟ ଜାରି କରାଯାଇଛି  ।

ଦିଲ୍ଲୀରେ ହୋଇପାରେ ଆତ୍ମଘାତୀ ଆକ୍ରମଣ, ଆଇବି ଜାରି କଲା ହାଇ ଆଲର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ଥାନାଗୁଡିକରେ ହୋଇପାରେ ଆତ୍ମଘାତୀ ଆକ୍ରମଣ । ଜୈଶ-ଇ-ମହମ୍ମଦ ପରି କିଛି ଆତଙ୍କୀ ସଙ୍ଗଠନ ଏହି ଆକ୍ରମଣ କରି ପାରେ ବୋଲି ଜଣାପଡିଛି  । ଆତଙ୍କୀ ଦିଲ୍ଲୀ ସ୍ଥିତ ପୋଲିସ ଲାଇନକୁ ମଧ୍ୟ ଟାର୍ଗେଟ କରି ପାରେ  । ଏନେଇ ଦେଶର ଗୁଇନ୍ଦା ସଂସ୍ଥା ଆଇବି ତରଫରୁ ହାଇ ଆଲର୍ଟ ଜାରି କରାଯାଇଛି  ।

ମିଳିଥିବା ସୂଚନା ଅନୁସାରେ, ଆତଙ୍କୀମାନେ ଗାଡି ଆସି ଆତ୍ମଘାତୀ ଆକ୍ରମଣ କରି ପାରେ   ଏହି ଆଇବି ଆଲର୍ଟ ପରେ ଦିଲ୍ଲୀର ୨୦୦ ପୋଲିସ ଷ୍ଟେସନ ଭିତରେ ଯାଉଥିବା ଗାଡି଼ ଉପରେ ନଜର ରଖିବାକୁ ଆଦେଶ ଦିଆଯାଇଛି । ଦିଲ୍ଲୀ ପୋଲିସର ସମସ୍ତ ଥାନାର ଫାଟକକୁ ବନ୍ଦ କରି ଦିଆଯାଇଛି ।

ଦିଲ୍ଲୀ ପୋଲିସ ନିଜ ପୋଲିସ ଥାନାର ଗେଟରେ ଆଧୁନିକ ଅସ୍ତ୍ରଶସ୍ତ୍ର ସହ ପୋଲିସ ଯବାନଙ୍କୁ ମୁତୟନ କରିଛି । ଏମାନେ ୨୪ ଘଣ୍ଟା ଗେଟକୁ ଜଗିବେ । କୌଣସି ଅପରିଚିତ ଓ ଘରୋଇ ବାହନଗୁଡିକ ଥାନା ମଧ୍ୟକୁ ଯିବା ପାଇଁ ଅନୁମତି ମିଳିବ ନାହିଁ । ପୋଲିସ ଯାଞ୍ଚ ପରେ ଏହି ଘରୋଇ ବାହନଗୁଡିକ ଭିତର ପ୍ରବେଶ ଅନୁମତି ଦିଆଯିବ । 

ସୂଚନାଯୋଗ୍ୟ, ଗୁଇନ୍ଦା ବିଭାଗକୁ ୫ ଦିନ ପୂର୍ବରୁ ଦିଲ୍ଲୀ ପୋଲିସକୁ ଏହି ବିଷୟରେ ସୂଚନା ଦେଇ ଦେଇଥିଲା । ଦିଲ୍ଲୀ ପୋଲିସ କହିଛି ଯେ, କୌଣସି ଗାଡି ବିନା ଯାଞ୍ଚରେ ଥାନା ଭିତରକୁ ଯାଇ ପାରିବ ନାହିଁ । ଆତଙ୍କୀମାନେ ଆତ୍ମଘାତୀ ଆକ୍ରମଣ କରି ପୋଲିସ କର୍ମୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚାହୁଛି । 

ଚଳିତ ମାସର ପ୍ରାରମ୍ଭରେ ଭାରତୀୟ ଗୁଇନ୍ଦା ସଂସ୍ଥାକୁ ସୂଚନା ମିଳିଥିଲା ଯେ ୩ରୁ ୪ ଆତଙ୍କବାଦୀ ଦିଲ୍ଲୀ ଏନସିଆରରେ ପ୍ରବେଶ କରି ବଡ ଧରଣର ଆତଙ୍କୀ ଘଟଣା ଘଟାଇ ପାରନ୍ତି । ଏଥିପାଇଁ ଗୁଇନ୍ଦା ସଂସ୍ଥା ଦିଲ୍ଲୀ ପୋଲିସକୁ ଆବଶ୍ୟକୀୟ ତଥ୍ୟ ଯୋଗାଇଥିଲା ।