close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପୋଲିସଙ୍କ ଉଗ୍ର ପ୍ରଦର୍ଶନ, ଦିଲ୍ଲୀ-ଚଣ୍ଡିଗଡ଼ ହାଇୱେକୁ ଅବରୋଧ କଲେ ପରିଜନ

ବିଗତ ଦିନରେ ଦିଲ୍ଲୀର ତିସ ହଜାରୀ କୋର୍ଟରେ ପୋଲିସ ଓ ଓକିଲଙ୍କ ମୁହାଁମୁହିଁ ହୋଇଥିଲା । ବର୍ତ୍ତମାନ ଯାଏ ଏହି ମାମଲା ଥମିବାର ନାଁ ନେଉ ନାହିଁ । ମଙ୍ଗଳବାର ସକାଳେ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ବାହାରେ ଶହ ଶହ ସଂଖ୍ୟାରେ ପୋଲିସ କର୍ମୀ ଏକାଠି ହେବାସହ ନାରାବାଜୀ କରୁଛନ୍ତି । ପୋଲିସ କମିଶନର ତରଫରୁ ପୋଲିସ କର୍ମୀଙ୍କୁ ନିଜ ଆନ୍ଦୋଳନକୁ ଫେରାଇ ନେବାର ଅନୁରୋଧ କରିଛନ୍ତି । କିନ୍ତୁ ପୋଲିସ କର୍ମୀମାନେ ନିଜ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ମନା କରି ଦେଇଛନ୍ତି ।

ପୋଲିସଙ୍କ ଉଗ୍ର ପ୍ରଦର୍ଶନ, ଦିଲ୍ଲୀ-ଚଣ୍ଡିଗଡ଼ ହାଇୱେକୁ ଅବରୋଧ କଲେ ପରିଜନ
ଦିଲ୍ଲୀ-ଚଣ୍ଡିଗଡ଼ ହାଇୱେକୁ ଅବରୋଧ କଲେ ଦିଲ୍ଲୀ ପୋଲିସ କର୍ମୀଙ୍କ ପରିଜନ (ଫଟୋ ସୌଜନ୍ୟ: ଏଏନଆଇ)

ନୂଆଦିଲ୍ଲୀ: ବିଗତ ଦିନରେ ଦିଲ୍ଲୀର ତିସ ହଜାରୀ କୋର୍ଟରେ ପୋଲିସ ଓ ଓକିଲଙ୍କ ମୁହାଁମୁହିଁ ହୋଇଥିଲା । ବର୍ତ୍ତମାନ ଯାଏ ଏହି ମାମଲା ଥମିବାର ନାଁ ନେଉ ନାହିଁ । ମଙ୍ଗଳବାର ସକାଳେ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ବାହାରେ ଶହ ଶହ ସଂଖ୍ୟାରେ ପୋଲିସ କର୍ମୀ ଏକାଠି ହେବାସହ ନାରାବାଜୀ କରୁଛନ୍ତି । ପୋଲିସ କମିଶନର ତରଫରୁ ପୋଲିସ କର୍ମୀଙ୍କୁ ନିଜ ଆନ୍ଦୋଳନକୁ ଫେରାଇ ନେବାର ଅନୁରୋଧ କରିଛନ୍ତି । କିନ୍ତୁ ପୋଲିସ କର୍ମୀମାନେ ନିଜ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ମନା କରି ଦେଇଛନ୍ତି ।

ଜ୍ୱାଏଣ୍ଟ ପୋଲିସ କମିଶନର କହିଛନ୍ତି ଯେ, ଆପଣଙ୍କ ଦାବି ଉପରେ ବିଚାର କରାଯାଉଛି । ଆପଣଙ୍କ ସମସ୍ୟାର ସମାଧାନ କରାଯିବ । ପୋଲିସମାନେ ନିଜ ଅନୁଶାସନ ପାଇଁ ପରିଚିତ । ଏଥିପାଇଁ ଆପଣମାନେ ନିଜ ପ୍ରଦର୍ଶନକୁ ପ୍ରତ୍ୟାହାର କରି ନିଅନ୍ତୁ । କୌଣସି ଷ୍ଟାଫ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ଏହାସହ ସକାଳରୁ ୩ ଥର ପୋଲିସର ଉଚ୍ଚାଧିକାରୀ ପ୍ରଦର୍ଶନକାରୀ ଯବାନଙ୍କୁ ଅପିଲ କରି ସାରିଛନ୍ତି ।

ଦିଲ୍ଲୀ ପୋଲିସ ମୁଖ୍ୟାଳୟ ଆଗରେ ପ୍ରଦର୍ଶନ କରୁଥିବା ପୋଲିସ କର୍ମୀଙ୍କ ପରିଜନ ଦିଲ୍ଲୀ-ଚଣ୍ଡିଗଡ଼ ଜାତୀୟ ରାଜମାର୍ଗକୁ ଜାମ କରିଛନ୍ତି । ଘଟଣାସ୍ଥଳରେ ପୋଲିସର ଉଚ୍ଚାଧିକାରୀମାନେ ଯାଇ ପହଞ୍ଚିଛନ୍ତି । କିନ୍ତୁ ପରିଜନ ହଟିବାକୁ ନାରାଜ ବୋଲି ଜଣାପଡିଛି । ଏହା ଯୋଗୁଁ ଲମ୍ୱା ଜାମ ଲାଗିଛି । ରାଜମାର୍ଗର ଉଭୟ ପାର୍ଶ୍ୱରେ ବାହନର ଲମ୍ୱା ଲାଇନ ଲାଗିଛି ।