ଜୋର ଧରୁଛି ଦିଲ୍ଲୀର ଦଙ୍ଗଲ, ମୈଦାନରେ ଆପ-ବିଜେପି-କଂଗ୍ରେସ
Advertisement

ଜୋର ଧରୁଛି ଦିଲ୍ଲୀର ଦଙ୍ଗଲ, ମୈଦାନରେ ଆପ-ବିଜେପି-କଂଗ୍ରେସ

ଦିଲ୍ଲୀ ବିଜେପି ପକ୍ଷରୁ ବୁଧବାର ଠାରୁ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି । ରାଜ୍ୟରେ ୫ ହଜାରରୁ ଅଧିକ ରାଲି କରିବାକୁ ଘୋଷଣା କରିଛି ବିଜେପି । ଗୁରୁବାର ଦିଲ୍ଲୀର ଦୁଇଟି ସ୍ଥାନରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଜନସଭା କରିଛନ୍ତି ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାରରେ ଲାଗି ପଡ଼ିଛନ୍ତି ସମସ୍ତ ରାଜନୈତିକ । ନିଜ ନିଜ ଦଳ ପାଇଁ ଭୋଟ ମାଗୁଛନ୍ତି ରାଜନେତାଗଣ । ଏହି କ୍ରମରେ ଗୁରୁବାର ମଟିଆଲ, ଉତ୍ତମ ନଗର, ବିକାଶ ପୁରୀ, ତୁଗଲଗାବାଦ ଓ କାଲକାରେ ରୋଡ଼ ଶୋ' କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅନ୍ୟପଟେ ମଟିଆଲ, ନାଙ୍ଗଲୋଇ ଓ ନଜଫଗଡ଼ରେ ରୋଡ ସୋ କରିଛନ୍ତି  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । 

ଦିଲ୍ଲୀ ବିଜେପି ପକ୍ଷରୁ ବୁଧବାର ଠାରୁ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି । ରାଜ୍ୟରେ ୫ ହଜାରରୁ ଅଧିକ ରାଲି କରିବାକୁ ଘୋଷଣା କରିଛି ବିଜେପି । ଗୁରୁବାର ଦିଲ୍ଲୀର ଦୁଇଟି ସ୍ଥାନରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଜନସଭା କରିଛନ୍ତି । ଦିଲ୍ଲୀ ଜନତା ଏବେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି କହିଛନ୍ତି ନଡ୍ଡା । ଦିଲ୍ଲୀ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜୋର ଧରିଛି । ସାହୀନବାଗ ନାଗରିକତା ଆଇନ ବିରୋଧୀ ଆନ୍ଦୋଳନକୁ ନେଇ ଏଥର ନିର୍ବାଚନ ହିନ୍ଦୁସ୍ତାନ ଓ ପାକିସ୍ତାନ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି ବୋଲି ବିଜେପି ନେତା କପିଲ ମିଶ୍ରା ମତ ରଖିଛନ୍ତି । ଯାହାକୁ ନେଇ ବିବାଦ ଦେଖା ଦେଇଛି । ସାହୀନବାଗରେ ନାଗରିକତା ଆଇନ ବିରୋଧୀ ଆନ୍ଦୋଳନରେ ଅନେକ ସହରୀ ନକ୍ସଲ ସଂପୃକ୍ତ ରହିବା ସହ ଛୋଟ ଛୋଟ ପାକିସ୍ତାନ ଗଠନ କରିଛନ୍ତି ବୋଲି ସେ କହିଛନ୍ତି  । 

ଅଧିକ ପଢ଼ନ୍ତୁ:ସୁନା-ରୁପା ଦରରେ ବଡ଼ ପରିବର୍ତ୍ତନ, ଜାଣି ନିଅନ୍ତୁ ଆଜିର ରେଟ୍

 

ସେପଟେ ଦିଲ୍ଲୀ ସାହୀନବାଗ ଆନ୍ଦୋଳନକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଭୀମ ଆର୍ମି ଚିଫ ଚନ୍ଦ୍ରଶେଖର ଆଜାଦ । ଆସନ୍ତା ୧୦ ଦିନ ମଧ୍ୟରେ ଦେଶରେ ୫ ହଜାର ସ୍ଥାନରେ ସାହୀନବାଗ ସ୍ଥିତି ହେବାକୁ ଯାଉଛି ବୋଲି ସେ ଧମକ ଦେଇଛନ୍ତି । ସେପଟେ ସାହୀନବାଗ ଘଟଣାକୁ ନେଇ କଗ୍ରେସ ଓ ଆପ୍ ଏବେ ଯମଜ ଭାଇ ପରି ହୋଇଯାଇଛନ୍ତି ବୋଲି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି । ନାଗରିକତା ଆଇନ ବିରୋଧୀ ଆନ୍ଦୋଳନ କେବଳ ରାଜନୈତିକ କାରଣରୁ କରାଯାଉଛି ବୋଲି କଂଗ୍ରେସ ନେତା ଶଶି ଥରୁର କହିଛନ୍ତି । ଆଇନକୁ ନେଇ ପଞ୍ଜାବ ଓ କେରଳ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲେ ବି କାହାକୁ ନାଗରିକତା ଦେବା ପାଇଁ ରାଜ୍ୟର କୌଣସି ଅଧିକାର ନାହିଁ ବୋଲି ସେ କହିଛନ୍ତି ।

କୋଲକାତାରେ ଚାଲିଥିବା ଲିଟ୍ରେଚର ଫେଷ୍ଟିଭାଲରେ ନାଗରିକତା ଆଇନ ବିରୋଧରେ ସ୍ୱର ଉଠାଇଛନ୍ତି ଅଭିନେତ୍ରୀ ନନ୍ଦିତା ଦାସ । ମାସେରୁ ଅଧିକ ସମୟ ଧରି ସାହିନବାଗ, ଚାନ୍ଦ ବାଗ, ଇନ୍ଦ୍ରଲୋକରେ ଆଇନ ବିରୋଧୀ ଆନ୍ଦୋଳନ ଜାରି ରହିଛି । ଆସନ୍ତା ଫେବୃଆରୀ ୮ରେ ଦିଲ୍ଲୀ ନିର୍ବାଚନ ସହ ଏବେ ସମସ୍ତ ରାଜନୈତିକ ଦଳ ନାଗରିକତା ଆଇନ ବିରୋଧୀ ଆନ୍ଦୋଳନ ସହ ଯୋଡି ଥିବାରୁ ଏହାକୁ ନେଇ ଏବେ ଆରୋପ ପ୍ରତ୍ୟାରୋପ ଜାରି ରହିଛି ।