• ବଦଳିଲେ ଭୁବନେଶ୍ୱର-କଟକ ଟ୍ୱିନ୍‌ ସିଟିରେ ପୋଲିସ କମିଶନର
  • ସୁଧାଂଶୁ ଷଡ଼ଙ୍ଗୀଙ୍କ ବଦଳି ପଛରେ ରାଜଧାନୀରେ ବଢ଼ିଥିବା ଅପରାଧ ଓ ଆଇନ-ଶୃଙ୍ଖଳା ସମସ୍ୟା
  • ସୌମେନ୍ଦ୍ର ପ୍ରିୟଦର୍ଶୀ ଟ୍ୱିନ୍‌ ସିଟିର ନୂଆ ପୋଲିସ କମିସନର
  • ସୁଧାଂଶୁ ଷଡ଼ଙ୍ଗୀ ହେଲେ ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ
  • ପ୍ରାୟ ୧୫ ଦିନ ହେବ ଜଳୁଛି ଶିମିଳିପାଳ
  • ରାଜ୍ୟର ବେକାବୁ ନିଆଁକୁ କାବୁ କରିବାକୁ ଗଠନ ହେଲା ଟାସ୍କଫୋର୍ସ
  • ଋଷର ମସ୍କୋଠାରେ ଭାରତର ପ୍ରଥମ ଉର୍ଜା କାର୍ଯ୍ୟାଳୟ ଉଦ୍‌ଘାଟିତ,
  • କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଓଡିଶାରେ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା ପାଇଁ ଅନୁରୋଧ
  • ଆସନ୍ତା ଜୁନ୍ ମାସ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ ଏସିଆ କପ୍

ଦିଲ୍ଲୀ ପରେ ନୟାଗଡ଼ !

ନେଡିଗୁଡ଼  କହୁଣୀକୁ ବୋହିଯିବା ପୂର୍ବରୁ ପ୍ରତିକାର ପଦକ୍ଷେପ ଗ୍ରହଣ କରା ନ ଗଲେ ଭସ୍ମାସୁର ଭଳି ସ୍ଥିତି ହେବ ବୋଲି ପରିବେଶବିତ ମାନେ ମତ ଦେଇଛନ୍ତି ।

 ଦିଲ୍ଲୀ ପରେ ନୟାଗଡ଼ !

ନୟାଗଡ଼: ସାରା ବିଶ୍ୱରେ  ପରିବେଶ ସୁରକ୍ଷାକୁ ନେଇ ପରିବେଶବିତ ମାନେ ଚିନ୍ତା ପ୍ରକଟ କରୁଛନ୍ତି । ତେବେ ଦିଲ୍ଲୀରେ ଯେଉଁ  ବଳି ଭାବେ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି ତାର ଏକ ମୁଖ୍ୟ କାରଣ ହେଉଛି ହରିୟାଣା ଓ  ପଞ୍ଜାବରେ ଚାଷୀ ମାନେ ପରାଲି ଜଳାଉଛନ୍ତି । ତେବେ ଏଥିରେ ରୋକ ଲଗାଇବାକୁ ବିଭିନ୍ନ ଉପାୟ କରାଯାଉଥିବା ବେଳେ ସମାନ ସ୍ଥିତି ଆମ ରାଜ୍ୟରେ ଦେଖିବାକୁ ମିଳୁଛି ।

 ନୟାଗଡ଼ ଜିଲ୍ଲାରେ ଫସଲ  ଅମଳ ପରେ ଚାଷୀ ନିଜ ଜମିରେ ନିଆଁ ଲଗାଇ ଦେଉଥିବା ଘଟଣା ଏବେ ଚିନ୍ତାର କାରଣ ପାଲଟିଛି । ଜିଲ୍ଲାର ୮ଟି ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଫଳରେ ଦିନକୁଦିନ ବାୟୁ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । ତେବେ ଚାଷୀ  ମାନେ  ଏହାକୁ ଯଥାଶୀଘ୍ର ବନ୍ଦ ନକରିଲେ ଆଗାମୀ ଦିନରେ ଦିଲ୍ଲୀ ଭଳି ପରିସ୍ଥିତି ଯେ ନ ଉପୁଜିବ, ସେଥିରେ ସନ୍ଦେହ ନାହିଁ ।

ସେପଟେ ଧୀରେଧୀରେ ଚାଳଛପର ଘର ଓ ଗୃହପାଳିତ ପଶୁ ସଂଖ୍ୟା ଲୋପ ପାଇବାକୁ ବସିଥିବାରୁ ଆଉ ଆଗ ଭଳି ନଡ଼ା ଓ ପାଳର ଚାହିଦା ରହୁନାହିଁ । ଚାଷ  ଜମିରୁ ନଡା ଉଠାଇବା ଖର୍ଚ୍ଚରୁ ବଞ୍ଚିବା ପାଇଁ ଚାଷୀ ମାନେ  ଜମିରେ ନିଆଁ ଲଗାଇ ଦେଉଥିବା କହିଛନ୍ତି । ତେବେ ଏହା ଦ୍ୱାରା କେବଳ ଯେ ପରିବେଶ ପ୍ରଦୂଷଣ ହେଉଛି ତାହା ନୁହେଁ, ଜମିର ଉର୍ବରତା ମଧ୍ୟ ନଷ୍ଟ ପାଉଛି । ତେଣୁ ଏନେଇ ଚାଷୀଙ୍କୁ  ସଚେତନ କରାଇବା ନିହାତି ଆବଶ୍ୟକ ହୋଇପଡିଛି । ଅନ୍ୟପକ୍ଷେ ଜମିରେ ପଡି ରହୁଥିବା ନଡ଼ା ଓ ପାଳକୁ ନେଇ ଛତୁ ଚାଷ କରିବା ପାଇଁ  ଚାଷୀଙ୍କୁ ଆର୍ଥିକ ସହାୟତା ସହ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ତେବେ ନେଡିଗୁଡ଼  କହୁଣୀକୁ ବୋହିଯିବା ପୂର୍ବରୁ ପ୍ରତିକାର ପଦକ୍ଷେପ ଗ୍ରହଣ କରା ନ ଗଲେ ଭସ୍ମାସୁର ଭଳି ସ୍ଥିତି ହେବ ବୋଲି ପରିବେଶବିତ ମାନେ ମତ ଦେଇଛନ୍ତି ।