ଥରୁଛି ଦିଲ୍ଲୀ: ରେଳ, ବିମାନ ସେବା ବାଧାପ୍ରାପ୍ତ
Advertisement

ଥରୁଛି ଦିଲ୍ଲୀ: ରେଳ, ବିମାନ ସେବା ବାଧାପ୍ରାପ୍ତ

ଥରୁଛି ଉତ୍ତର ଭାରତ । ସବୁଠି ଶୀତର ଲହରୀ । ଆଜିର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରହିଛି । ସେହିପରି ସର୍ବାଧିକ ତାପମାତ୍ରା ୧୩ ଡିଗ୍ରୀ ରହିଛି । ଖରାପ ପାଗ ଯୋଗୁଁ ରେଳ ଓ ବିମାନ ସେବା ବାଧାପ୍ରାପ୍ତ ହୋଇଛି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଥରୁଛି ଉତ୍ତର ଭାରତ । ସବୁଠି ଶୀତର ଲହରୀ । ଆଜିର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରହିଛି । ସେହିପରି ସର୍ବାଧିକ ତାପମାତ୍ରା ୧୩ ଡିଗ୍ରୀ ରହିଛି । ଖରାପ ପାଗ ଯୋଗୁଁ ରେଳ ଓ ବିମାନ ସେବା ବାଧାପ୍ରାପ୍ତ ହୋଇଛି । 

ଖରାପ ପାଗରେ ଉଡି ପାରୁନି ବିମାନ । ଏପର୍ଯ୍ୟନ୍ତ ରାଜଧାନୀ ନୂଆଦିଲ୍ଲୀରେ ୪୦ ବିମାନ ବାତିଲ କରାଯାଇଛି ।  ସେହିପରି ୨୧ ବିମାନର ଗତିପଥ ବଦଳା ଯାଇଛି । ୪୫୦ ବିମାନ ବିଳମ୍ବରେ ଉଡାଣ ଭରିଛି । ଅନ୍ୟପଟେ ରେଳସେବା ମଧ୍ୟ ବ୍ୟାହତ ହୋଇଛି । ୩୪ ଟ୍ରେନ ବିଳମ୍ବରେ ଚାଲୁଥିବା ନେଇ ସୂଚନା ରହିଛି । 

ପାଣିପାଗ ବିଭାଗ ହରିୟାଣାର ୧୬ ଜିଲ୍ଲାକୁ ଶୀତ ଏବଂ ବର୍ଷା ହେବା ନେଇ ଆଲର୍ଟ କରିଛି । ସେହିପରି ଭିଜିବିଲିଟି ୦ରୁ ୫୦ ମିଟର ପର୍ଯ୍ୟନ୍ତ ରହିବ । ପଞ୍ଚାବର ୧୮ ଜିଲ୍ଲାକୁ ପ୍ରବଳ ଥଣ୍ଡା ନେଇ ରେଡ ଆଲର୍ଟ ଜାରି କରାଯାଇଛି । କିଛିସ୍ଥାନରେ ବରଫପାତ ମଧ୍ୟ ହେବା ନେଇ ଅନୁମାନ କରାଯାଉଛି । ସେହିପରି ନୂଆବର୍ଷରେ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । 

ଆହୁରି ପଢ଼ନ୍ତୁ; ୨୦୧୯ର ଦୁଇ ଚର୍ଚ୍ଚିତ ପୁତୁରା, ସସପେନ୍ସ କାହାଣୀ