କେଜ୍ରିୱାଲ ସରକାରଙ୍କ ବଡ଼ ଘୋଷଣା, ପ୍ରତିମାସ ମିଳିବ 15GB ଫ୍ରି WiFi ଡେଟା
Advertisement

କେଜ୍ରିୱାଲ ସରକାରଙ୍କ ବଡ଼ ଘୋଷଣା, ପ୍ରତିମାସ ମିଳିବ 15GB ଫ୍ରି WiFi ଡେଟା

ଏହି ଯୋଜନା ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ବସ୍ ଷ୍ଟାଣ୍ଡରେ ୩୦୦୦ ୱାଇଫାଇର ହୋଟସ୍ପୋଟ ଲାଗିବ । ସମଗ୍ର ଦିଲ୍ଲୀରେ ସର୍ବମୋଟ ୧୧୦୦୦ ହୋଟସ୍ପୋଟ ଲାଗିବ । ପ୍ରତି ୟୁଜରଙ୍କୁ ପ୍ରତି ମାସରେ ୧୫ ଜିବି ଡାଟା ମିଳିବ । 

କେଜ୍ରିୱାଲ ସରକାରଙ୍କ  ବଡ଼ ଘୋଷଣା, ପ୍ରତିମାସ ମିଳିବ 15GB ଫ୍ରି WiFi ଡେଟା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସିଲାନି । ଏହାସହ ବଢ଼ି ଯାଇଛି ରାଜନୈତିକ ଗତିବିଧି ।  କେଜ୍ରିୱାଲ ସରକାର ମଧ୍ୟ ସକ୍ରିୟ ହୋଇ ଉଠିଲାନି ।  ପ୍ରାୟ ଦିନ ନୂଆ ନୂଆ ଯୋଜନାର ଘୋଷଣା କରୁଛନ୍ତି କେଜ୍ରିୱାଲ ସରକାର । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି । ଆମ ଆଦମୀ ପାର୍ଟି(ଆପ୍) ସବୁଠାରୁ ମହତ୍ତ୍ୱାକାଂକ୍ଷୀ ଯୋଜନା Free WiFiର ଘୋଷଣା ହୋଇ ସାରିଛି । 

ଏହି ଯୋଜନା ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ବସ୍ ଷ୍ଟାଣ୍ଡରେ ୩୦୦୦ ୱାଇଫାଇର ହୋଟସ୍ପୋଟ ଲାଗିବ । ସମଗ୍ର ଦିଲ୍ଲୀରେ ସର୍ବମୋଟ ୧୧୦୦୦ ହୋଟସ୍ପୋଟ ଲାଗିବ । ପ୍ରତି ୟୁଜରଙ୍କୁ ପ୍ରତି ମାସରେ ୧୫ ଜିବି ଡାଟା ମିଳିବ । ଏହାର ଆରମ୍ଭ ଡିସେମ୍ୱର ୧୬ରୁ ହୋଇପାରେ । ଫ୍ରି ୱାଇଫାଇ ନେଇ କ୍ୟାବିନେଟରୁ ମଞ୍ଜୁରୀ ମିଳିଯାଇଛି ଓ ଟେଣ୍ଡର ପ୍ରକ୍ରିୟା ସରି ଯାଇଛି । କ୍ୟାବିନେଟ ଅଗଷ୍ଟ ୮ରେ ୪୦୦୦ ବସ ଷ୍ଟାଣ୍ଡ ଓ ବିଧାସଭାରେ ୧୦୦ ହୋଟସ୍ପୋଟ ଲଗାଇବାର ମଞ୍ଜୁରୀ ଦେଇଥିଲା । ହୋଟସ୍ପୋଟର ୫୦ ମିଟର ରେଞ୍ଜରେ ଯେତେ ଲୋକ ଆସିବେ ସମସ୍ତେ ଫ୍ରି ୱାଇଫାଇ ବ୍ୟବହାର କରି ପାରିବେ । ଏହା ପାଇଁ ସରକାରକୁ ପ୍ରାୟ ବର୍ଷକୁ ୧୦୦ କୋଟି ଟଙ୍କାର ଖର୍ଚ୍ଚ କରିବାକୁ ପଡ଼ିବ ।

୨୦୧୫ରେ ବିଧାନସଭା ନିର୍ବାଚନରେ ଆପ୍ ଦିଲ୍ଲୀରେ ଫ୍ରି ୱାଇଫାଇ ଦେବାର ପ୍ରତିଶ୍ରୁତି ଦେଇଥିଲା । ଏବେ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରୟାସ କରୁଛି । 

ଏପରି କାମ କରିବ ହୋଟସ୍ପୋଟ 

ବିଧାନସଭା କ୍ଷେତ୍ର ଅନୁସାରେ ହୋଟସ୍ପୋଟ ଲଗାଯିବ । ପ୍ରଥମେ ୧୦୦ ହୋଟସ୍ପୋଟ ଡିସେମ୍ୱର ୧୬ରେ ଲଞ୍ଚ କରାଯିବ । ପ୍ରଥମ ସପ୍ତାହରେ ୧୦୦, ଏହାପରେ ପ୍ରତି ସପ୍ତାହରେ ୫୦୦ ହୋଟସ୍ପୋଟ ଲଗା ଯିବ । ପ୍ରତି ଅଧ କୋଲମିଟରେ ହୋଟସ୍ପୋଟ ଲଗାଯିବ ।

ୱାଇଫାଇର ଅଧିକତମ ସ୍ପିଡ ୨୦୦ ହେବ ଓ ନ୍ୟୁନତମ ୧୦୦ ଏମବିପିଏସ ହେବ । ଗୋଟିଏ ହୋଟସ୍ପୋଟରେ ୧୦୦ ଲୋକ ଇଣ୍ଟରନେଟ ବ୍ୟବହାର କରି ପାରିବେ । ଏଥିପାଇଁ ଏକ ଆପ ଆସିବ । ଯାହାକୁ ଅତିଶୀଘ୍ର ଜାରି କରି ଦିଆଯିବ । କେୱାଇସି ଦେଇ ପୋନରେ ଆଟିପିରୁ ୱାଇଫାଇ ସଂଯୋଗ କରାଯାଇ ହେବ । ଲୋକେ ଯେତେବେଳେ ହୋଟସ୍ପୋଟର ନିକଟରେ ଆସିବ, ଏହା ଅଟୋମେଟିକ ସଂଯୋଗ ହୋଇଯିବ । ହୋଟସ୍ପୋଟ ଉପରେ ଇଣ୍ଟରନେଟ ଚଲାଇବା ପାଇଁ ୟୁଜରଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରି OTP ମଗାଇବାକୁ ହେବ । OTP ମାଧ୍ୟମରେ ହୋଟସ୍ପୋଟ ସଂଯୋଗ ହୋଇଯିବ ।