Advertisement
Article Detail0/zeeodisha/odisha690874
Zee OdishaOther Newsଦିଲ୍ଲୀ ହିଂସା ମାମଲା: କଡକଡଡୁମା କୋର୍ଟରେ ୨ଟି ଚାର୍ଜସିଟ ଦାଖଲ କରିବ କ୍ରାଇମବ୍ରାଞ୍ଚ

ଦିଲ୍ଲୀ ହିଂସା ମାମଲା: କଡକଡଡୁମା କୋର୍ଟରେ ୨ଟି ଚାର୍ଜସିଟ ଦାଖଲ କରିବ କ୍ରାଇମବ୍ରାଞ୍ଚ

ଗତ ଫେବୃଆରୀରେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ମାମଲାରେ କଡକଡଡୁମା କୋର୍ଟରେ ୨ଟି ଚାର୍ଜସିଟ ଦାଖଲ କରିବ କ୍ରାଇମବ୍ରାଞ୍ଚ |  

 ଦିଲ୍ଲୀ ହିଂସା ମାମଲା: କଡକଡଡୁମା କୋର୍ଟରେ ୨ଟି ଚାର୍ଜସିଟ ଦାଖଲ କରିବ କ୍ରାଇମବ୍ରାଞ୍ଚ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ନୂଆଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ମାମଲାରେ ଗୁରୁବାର କଡକଡଡୁମା କୋର୍ଟରେ ୨ଟି ଚାର୍ଜସିଟ୍ ଦାଖଲ କରିବ କ୍ରାଇମବ୍ରାଞ୍ଚ | ପ୍ରଥମ ଚାର୍ଜସିଟ ଗୋକୁଲପୁରୀ ହିଂସା ମାମଲାରେ ଦାଏର କରାଯିବ | ହିଂସାକାଣ୍ଡ ବେଳେ ଏହି ଅଞ୍ଚଳରୁ ୪ଟି ମୃତଦେହ ମିଳିବା ଘଟଣାରେ ଏହି ଚାର୍ଜସିଟ ଦାଖଲ ହେବାକୁ ଯାଉଛି | ଗତ ଫେବୃଆରୀ ୨୫ ଏବଂ ୨୬ ତାରିଖରେ ହୋଇଥିବା ହିଂସାକାଣ୍ଡ ମାମଲାରେ  ଗୋକୁଳପୁରୀ ଥାନାରେ ୪ଟି ଏଫଆଇଆର ରୁଜ୍ଜୁ ହୋଇଥିଲା | ଏହା ମଧ୍ୟରୁ ୨ଟି ଏଫଆଇଆର ଉପରେ ଚାର୍ଜସିଟ ଦାଏର ହେବ |   

           
ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ଖବର ଅନୁସାରେ ଗତ ଫେବୃଆରୀ ୨୫ ତାରିଖରେ ଏକ ହ୍ୱାଟ୍ସଆପ ଗ୍ରୁପ ଗଠନ କରାଯାଇଥିଲା | ଏଥିରେ ପ୍ରାୟ ୧୨୫ ଲୋକ ସାମିଲ ଥିଲେ | ସେମାନଙ୍କ ମଧ୍ୟରୁ ୨ ଜଣ କ୍ରାଇମବ୍ରାଞ୍ଚ ତଦନ୍ତରେ ସାମିଲ ହୋଇଥିଲେ | ସେମାନଙ୍କର ଫୋନ ଯାଞ୍ଚ କରାଯିବା ପରେ ଜଣାପଡିଥିଲା ଯେ, ଏହି ହ୍ୱାଟ୍ସଗ୍ରୁପରେ ଥିବା କିଛି ସଦସ୍ୟ କେବଳ ମେସେଜ ପଠାଉଥିଲେ | ବାକି ସଦସ୍ୟ ହିଂସାକାଣ୍ଡରେ ସାମିଲ ଥିଲେ | ଏ ଘଟଣାରେ ଫେବୃଆରୀ ୨୭ ତାରିଖରେ ୯ ଏବଂ ଏହା ପରେ ୧୧ ଲୋକଙ୍କୁ ଗିରଫ କରାଯାଇଥିଲା |           

ଦ୍ୱିତୀୟ ଚାର୍ଜସିଟ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଦିଲବର ନେଗି ହତ୍ୟାକାଣ୍ଡ ମାମଲାରେ ଦାଏର କରାଯିବ | ମୃତକ ଅନିଲ ସୁଇଟ୍ସରେ କାମ କରୁଥିଲେ | ଦ୍ୱିପ୍ରହରରେ ଗୋଦାମକୁ ଖାଇବାକୁ ଯିବା ପରଠୁ ନିଖୋଜ ଥିଲେ | ଫେବୃଆରୀ ୨୬ ତାରିଖରେ ପୋଲିସକୁ ଖବର ମିଳିଥିଲା ଯେ, ଏହି ଗୋଦାମରେ ଏକ ମୃତଦେହ ପଡିରହିଛି | ଯାଞ୍ଚରୁ ଜଣାପଡିଥିଲା ଯେ, ଏହା ଦିଲବର ନେଗିଙ୍କ ମୃତଦେହ | ଏ ମାମଲାରେ ୧୨ ଲୋକଙ୍କୁ ଗିରଫ କରାଯିବା ସହ  ସିସିଟିଭି ଫୁଟେଜ ଆଧାରରେ ଏ ଘଟଣାରେ ଯାଞ୍ଚକୁ ଆଗକୁ ବଢାଇଥିଲା ପୋଲିସ | ବର୍ତ୍ତମାନ ସମସ୍ତ ଅଭିଯୁକ୍ତ ନ୍ୟାୟିକ ହେପାଜତରେ ଅଛନ୍ତି |      

Add Zee News as a Preferred Source

ପ୍ରାୟ ୭୦ ପୃଷ୍ଠା ବିଶିଷ୍ଟ ଚାର୍ଜସିଟରେ ୫୦ ଲୋକ ସାକ୍ଷୀ ଅଛନ୍ତି | ଏ ଘଟଣାର ମୁଖ୍ୟ ଅଭିଯୁକ୍ତ ଶାହନୱାଜ, ସଲମାନ, ସୋନପ  ସୈଫୀ ସମେତ ଅନ୍ୟ ୧୨ ଲୋକ ଅଭିଯୁକ୍ତ ଅଛନ୍ତି | ହିଂସାକାଣ୍ଡରେ ପ୍ରାଣ ହରାଇଥିବା ମୃତକ ଦିଲବର ନେଗିକୁ ପିଟି ପିଟି ହତ୍ୟା କରାଯିବା ପରେ ପେଟ୍ରୋଲରେ ଜାଳି ଦିଆଯାଇଥିଲା |