)
ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ସମୟରେ ହେଡ କନେଷ୍ଟବଳ ରତନ ଲାଲ ହତ୍ୟା ଘଟଣାରେ ଜଡିତ ୧୭ ଅଭିଯୁକ୍ତ ବିରୁଦ୍ଧରେ ଆଜି ଚାର୍ଜସିଟ ଦାଖଲ କରିବା କ୍ରାଇମବ୍ରାଞ୍ଚ | ଦିଲ୍ଲୀର ଚାନ୍ଦବାଗ ଅଞ୍ଚଳରେ ମୃତକ କନେଷ୍ଟବଳଙ୍କ ହତ୍ୟାର ଶିକାର ହୋଇଥିଲେ | ଅନ୍ୟପଟେ ଦଙ୍ଗାକାରୀଙ୍କ ଆକ୍ରମଣରେ ଡିସିପି ଶାହଦରା ଅମିଥ ଶର୍ମା ଏବଂ ଗୋକୁଳପୁରୀ ଏସିପି ଅନୁଜ ଆହତ ହୋଇଥିଲେ |
ଉତ୍ତର-ପୂର୍ବ ଦିଲ୍ଲୀରେ ୨୩ ଫେବୃଆରୀରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡ ୨୫ ଫେବୃଆରୀ ପର୍ଯ୍ୟନ୍ତ ଚାଲିଥିଲା | ଏହାଯୋଗୁଁ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା | ଏହା ପରେ ଉତ୍ତର-ପୂର୍ବ ଦିଲ୍ଲୀ ଜିଲ୍ଲାରେ ପୋଲିସ ଏବଂ ଅର୍ଦ୍ଧସୈନିକ ବଳ ମୁତୟନ କରାଯିବା ପରେ ସ୍ଥିତି ନିୟନ୍ତ୍ରଣାଧିନ ହୋଇଥିଲା | ଏ ଘଟଣାରେ ପୋଲିସ ହତ୍ୟା, ହତ୍ୟା ଉଦ୍ୟମ, ଦଙ୍ଗା ଭିଆଇବା, ଆର୍ମ୍ସ ଆକ୍ଟ ଅଧିନରେ ୭୦୦ରୁ ଅଧିକ ମାମଲା ରୁଜ୍ଜୁ କରିଥିଲା | ଏହା ସହିତ ମାର୍ଚ୍ଚ ୭ ସୁଦ୍ଧା ୨୧୯୩ ଲୋକଙ୍କୁ ଗିରଫ କରାଯିବା ସହ ହେପାଜତରେ ରଖାଯାଇଥିଲା | ଯେଉଁ ସଂଖ୍ୟା ପରେ ବଢି ୨୫୦୦ରେ ପହଞ୍ଚିଥିଲା |
ଦିଲ୍ଲୀ ଦଙ୍ଗା ଘଟଣାରେ କ୍ରାଇମବ୍ରାଞ୍ଚର ଏସଆଇଟି ତାହିର ହୁସେନ ଦଙ୍ଗା ମାମଲା, ଆଇବି କର୍ମଚାରୀ ହତ୍ୟା ମାମଲା, ହେଡ କନେଷ୍ଟବଳ ହତ୍ୟା ମାମଲା, ଡିସିପି ଅମିତ ଶର୍ମାଙ୍କୁ ହତ୍ୟା ଉଦ୍ୟମ, ଦିଲବର ନେଗି ହତ୍ୟା, କନେଷ୍ଟବଳ ଦୀପକ ଦାହିଆଙ୍କ ଉପରେ ଗୁଳିମାଡ କରିଥିବା ଶାହାରୁଖ ଖାନ, ଅକବର ଦେବୀ ହତ୍ୟା ମାମଲାରେ ତଦନ୍ତ କରୁଛି |