ଦିଲ୍ଲୀ ହିଂସା: ମୃତକଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ, ଆହତଙ୍କୁ ୨ ଲକ୍ଷ ପର୍ଯ୍ୟନ୍ତ ସହାୟତା ରାଶି

ଦିଲ୍ଲୀ ହିଂସା ପରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ମୁଁହ ଖୋଲିଛନ୍ତି। ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାର ନିନ୍ଦା କରିବା ସହିତ ମୃତାହତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା  ମଧ୍ୟ ସୁବିଧା ଯୋଗାଇ ଦେବାକୁ କହିଛନ୍ତି। ସେପଟେ ଘଟଣାରେ ଯଦି କୌଣସି ଆପ ପାର୍ଟିର ନେତାଙ୍କ ସମ୍ପୃକ୍ତି ରହିଛି, ତେବେ ତାଙ୍କୁ କଠିନରୁ କଠିନ ଦଣ୍ଡ

ଦିଲ୍ଲୀ ହିଂସା: ମୃତକଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ, ଆହତଙ୍କୁ ୨ ଲକ୍ଷ ପର୍ଯ୍ୟନ୍ତ ସହାୟତା ରାଶି

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ପରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ମୁଁହ ଖୋଲିଛନ୍ତି। ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାର ନିନ୍ଦା କରିବା ସହିତ ମୃତାହତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା  ମଧ୍ୟ ସୁବିଧା ଯୋଗାଇ ଦେବାକୁ କହିଛନ୍ତି। ସେପଟେ ଘଟଣାରେ ଯଦି କୌଣସି ଆପ ପାର୍ଟିର ନେତାଙ୍କ ସମ୍ପୃକ୍ତି ରହିଛି, ତେବେ ତାଙ୍କୁ କଠିନରୁ କଠିନ ଦଣ୍ଡ ଦିଆଯାଉ ବୋଲି ସେ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଉପମୂଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ମନ୍ତ୍ରୀ କୈଳାଶ ଗେହଲୋତ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ହିଂସାରେ ହିନ୍ଦୁ, ମୁସଲମାନ, ପୋଲିସ, ସାଧାରଣ ନାଗରିକ ସମସ୍ତେ ମୃତାହତ ହୋଇଛନ୍ତି। ଗତକାଲି ସନ୍ଧ୍ୟା ସମୟରେ ମୁଁ ରାଜ୍ୟର ଅନେକ ସ୍ଥାନ ଗସ୍ତ କରିଥିଲି। ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ଆଜି ବୈଠକ କରିଛି। ଏହି ବୈଠକରେ ଦଙ୍ଗାରେ ପ୍ରଭାବିତ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ପ୍ରୟାସ କରାଯାଉଛି। ସେମାନଙ୍କ ଜୀବନକୁ କିପରି ସ୍ୱାଭାବିକ କରାଯାଇ ପାରିବ ସେନେଇ ମଧ୍ୟ ଚେଷ୍ଟା ଜାରି ରହିଛି। ଆହତମାନଙ୍କ ପାଇଁ ମଧ୍ୟ ନୂତନ ଯୋଜନା କରାଯାଇଛି। ତାହାର ନାମ ଫରିସ୍ତା ଯୋଜନା ରଖାଯାଇଛି। ସେହି ଯୋଜନା ମାଧ୍ୟମରେ ସେମାନଙ୍କର ଚିକିତ୍ସା କରାଯିବ ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ କି, ହିଂସାରେ ପୀଡ଼ିତଙ୍କୁ ଏହି ଯୋଜନାର ଲାଭ ମିଳିବ। ସେପଟେ ଦଙ୍ଗା ପ୍ରଭାବିତ ଅଞ୍ଚଳରେ ଆଜି ଠାରୁ ଖାଦ୍ୟ ପହଞ୍ଚାଯିବ ବୋଲି ସେ ସୂଚନା ଦେଇଥିଲେ।  ଏହାକୁ ସ୍ଥାନୀୟ ବିଧାୟକ ଓ ଏନଜିଓମାନେ ତଦାରଖ କରିବେ ବୋଲି ସେ କହିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇଁ ପାଇଁ ଦିଲ୍ଲୀ ସରକାର ୧୮ ସଂଖ୍ୟା ବିଶିଷ୍ଟ ହେଲପ ଲାଇନ ନମ୍ବର ଜାରି କରିଛନ୍ତି. ଏଥିପାଇଁ ଜଣେ ଏସଡିଏମକୁ ନୋଡ଼ାଲ ଅଫିସର ଭାବେ ନିଯୁକ୍ତ ଦିଆଯାଇଛି ବୋଲି ସେ କହିଥିଲେ।

ସେପଟେ ମୁଖ୍ୟମନ୍ତ୍ରୀ ମୃତକମାନଙ୍କ ପରିବାର ପ୍ରତି କ୍ଷତିପୂରଣ ରାଶି ମଧ୍ୟ ଘୋଷଣା କରିଛନ୍ତି।ମୃତକଙ୍କ ପରିବାରକୁ ୧୦ ଲକ୍ଷ ଓ ନାବାଳିକ କିମ୍ବା ନାବାଳିକାଙ୍କ ମୃତ୍ୟୁ ହୋଇଥିଲେ ୫ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରାଯିବ। ଗୁରୁତର ମାନଙ୍କୁ ୨ ଲକ୍ଷ ଟଙ୍କା ରାଶି ପ୍ରଦାନ କରାଯିବାକୁ ଥିବାବେ ପଙ୍ଗୁ ହୋଇ ଯାଇଥିବା ଲୋକମାନଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ଦଙ୍ଗାରେ ଯଦି ରିକ୍ସା ନଷ୍ଟ ହୋଇଥାଏ ତେବେ ୨୫ ହଜାର ଟଙ୍କା ମିଳିବାକୁ ଥିବା ବେଳେ ଇ-ରିକ୍ସା ପାଇଁ  ୫୦ ହଜାର ଟଙ୍କା କ୍ଷତିପୂରଣ ମିଳିବ।

ସେହିପରି ଘର କିମ୍ବା ଦୋକାନ ପୋଡ଼ି ଯାଇଥିଲେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିବ। ବେଘରମାନଙ୍କୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ। ସେହିପରି ଯଦି କୌଣସି କାଗଜପତ୍ର ପୋଡି ଯାଇଥାଏ, ତେବେ ସେଥିପାଇଁ ଏକ ଗୁରୁତ୍ତ୍ୱପୂର୍ଣ୍ଣ କ୍ୟାମ୍ପର ମଧ୍ୟ ଆୟୋଜନ କରିବାକୁ ସେ ପ୍ରତିଶ୍ରୃତି ଦେଇଛନ୍ତି। ଇଡ଼ିଏମସି ଅଞ୍ଚଳରେ ସ୍ୱଚ୍ଛତା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି. ସେହିପରି କଲୋନୀ ଗୁଡିକରେ ଶାନ୍ତି କମିଟି ଗଠନ ମଧ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି କେଜରିଓ୍ୱାଲ. ଦିଲ୍ଲୀ ଫାଇନାନ୍ସ କମିସନ ବା ଡିଏଫସି କ୍ଷତିଗ୍ରସ୍ତମାନଙ୍କୁ ଋଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କେଜରିଓ୍ୱାଲ। କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବହି, ପୋଷାକ ତଥା ପାଠ୍ୟ ଉପକରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ବୋର୍ଡ ପରୀକ୍ଷାର ପୁନର୍ବାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।