ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି କଲା ଓଡ଼ିଶା
ଓଡିଶାରୁ ରାଜ୍ୟ ସଭା ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ଲୋକସଭା ସଂସଦୀୟ ଦଳ ନେତା ସାଂସଦ ପିନାକୀ ମିଶ୍ର ଯୋଗ ଦେଇ ଓଡ଼ିଶାର ବିଭିନ୍ନ ଦାବି ରଖିଥିଲେ ।
Trending Photos

ଗଗନ ବିଶ୍ୱାଳ, ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ । ଅଧିବେଶନ ପୂର୍ବରୁ ଗୃହ ସୁପରିଚାଳନା ନେଇ ସର୍ବଦଳୀୟ ବୈଠକ ହୋଇଥିଲା । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମସ୍ତ ଦଳର ସଂସଦୀୟ ଦଳ ନେତା ଯୋଗ ଦେଇଥିଲେ । ଏଥିରେ ଓଡିଶାରୁ ରାଜ୍ୟ ସଭା ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ଲୋକସଭା ସଂସଦୀୟ ଦଳ ନେତା ସାଂସଦ ପିନାକୀ ମିଶ୍ର ଯୋଗ ଦେଇ ଓଡ଼ିଶାର ବିଭିନ୍ନ ଦାବି ରଖିଥିଲେ ।
ଚଳିତବର୍ଷ ସଂସଦରେ ୨୭ଟି ନୂଆ ଵିଲ ଆସିବ ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଵିଲ ରହିଛି । ଏହି ଵିଲ ମଧ୍ୟରୁ ୨ଟି ବିଲର କପି ମଧ୍ୟ ଆଗୁଆ ଦେବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ମାଇନ୍ସ ଓ ମିନେରାଲ୍ସ ଓ ବିପର୍ଯ୍ୟୟ ମୁକାବିଲା ଵିଲ କପି ମଗାଯାଇଛି । ଏହି ଵିଲ ଗୁଡିକରେ ଓଡିଶା ପାଇଁ ବିଶେଷ ଲାଭ ମିଳିବ ବୋଲି ବିଜେଡି ଆଶାବାଦୀ ରହିଛି । କିନ୍ତୁ ସାମ୍ବିଧାନିକ ସଂଶୋଧନରେ ଓଡ଼ିଶାରେ ବିଧାନ ପରିଷଦ ଗଠନ ବିଲକୁ ସଂସଦର ଶୀତ ଅଧିବେଶନରେ ଆଗତ ପାଇଁ ତାଲିକା ଭୁକ୍ତ ନ ହୋଇଥିବାରୁ ବିଜେଡି ଅସନ୍ତୁଷ୍ଟ ବ୍ୟକ୍ତ କରିଛି । ଏହି ଵିଲ ପାଇଁ ଗତ ବର୍ଷ ସେପ୍ଟେମ୍ବର ମାସରେ ଓଡ଼ିଶା ବିଧାନସଭାରେ ବିଧାନ ପରିଷଦ ଗଠନ ନେଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା ।
ପୂର୍ବରୁ ଆସାମ ଏବଂ ରାଜସ୍ଥାନ ଭଳି ରାଜ୍ୟରେ ବିଧାନ ପରିଷଦ ଗଠନ ବିଲକୁ ମଧ୍ୟ ଏଯାଏଁ ମଞ୍ଜୁରି ମିଳି ନାହିଁ, ଯାହା ବହୁଦିନରୁ ପଡ଼ିରହିଛି । ଏପରି ସ୍ଥିତିରେ ବିଜେଡିର ଦାବି କୁ ସରକାର କିଭଳି ଗ୍ରହଣ କରୁଛନ୍ତି ତାହା ଉପରେ ନଜର ରହିଛି । ବିଜୁ ପଟ୍ଟନାୟକଙ୍କ ପାଇଁ କାଶ୍ମୀର ଆଜି ଭାରତର ଅଭିନ ଅଙ୍ଗ । ସେଥଲାଗି ବିଜୁବାବୁଙ୍କୁ ଭାରତ ରତ୍ନ ଦେବା ପାଇଁ ବିଜେଡି ମଧ୍ୟ ସର୍ବ ଦଳୀୟ ବୈଠକରେ ଦାବି ରଖିଛି
ଲୋକସଭାରେ ପାରିତ ହେବା ପରେ ରାଜ୍ୟସଭାରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ଵିଲର ଶୁଣାଣି ରହିଛି । ଡ୍ୟାମ ସୁରକ୍ଷା, ଅନ୍ତ ରାଜ୍ୟ ନଦୀ ଜଳ ବିବାଦ ଵିଲ, ଯାହା ପାରିତ ହେଲେ ଏକକ ଟ୍ରିବୁନାଲ ଗଠନ ହେବ ।
More Stories