• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଭର୍ଚୁଆଲ ରାଲିରେ ସମ୍ବୋଧନ କରିବେ ଧର୍ମେନ୍ଦ୍ର
  • IPL 2020: ଆଜି ଆଇପିଏଲରେ CSK ଓ MI ମ୍ୟାଚ
  • ବଙ୍ଗୋପସାଗରରେ ପାରାଦୀପ ଠାରୁ ୯୦ କିମି ଦୂରରେ ବଡ଼ ଅବପାତ, ୪ ଜିଲ୍ଲାରୁ ରେଡ ଆର୍ଲଟ
  • ଅପରାହ୍ନରେ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ମୁହାଁ ହେବ ଅବପାତ ।
  • ଦକ୍ଷିଣ ମୁମ୍ୱାଇସ୍ଥିତ ସିଟିସେଣ୍ଟର ମଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ...

ବନ୍ୟା ଦାଉ ପରେ ଡେଙ୍ଗୁ ଆତଙ୍କ, ବିହାର ଥରହର

ବିହାରରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ । ୭ ଦିନରେ ୫ ଶହରୁ ଅଧିକ ଆକ୍ରାନ୍ତ । ଦୂଷିତ ପାଣି ପାଇଁ ବ୍ୟାପୁଛି ଭୟଙ୍କର ବେମାରୀ । ଗତ ୪ ଦିନରେ ଅଧିକ ବଢ଼ିଛି ରୋଗୀଙ୍କ ସଂଖ୍ୟା ।

ବନ୍ୟା ଦାଉ ପରେ ଡେଙ୍ଗୁ ଆତଙ୍କ, ବିହାର ଥରହର

ବିହାର: ବନ୍ୟା ପରେ ଏବେ ବିହାରକୁ ଡେଙ୍ଗୁ ଡର । ବିହାରବାସୀଙ୍କ ପାଇଁ ସମସ୍ୟା କମିବାର ନାଁ ନେଉନାହିଁ ।  ଜମିଥିବା ପାଣି କମୁଥିବାବେଳେ ରାଜ୍ୟରେ ଏବେ ଡେଙ୍ଗୁ ବ୍ୟାପିବାରେ ଲାଗିଛି । ସପ୍ତାହରୁ ଅଧିକ ସମୟ ଧରି ବନ୍ୟା ଲାଗି ରହିବା ଫଳରେ ଲୋକମାନେ ଦୂଷିତ ପାଣି ପିଇ ଅସୁସ୍ଥ ହେବା ସହ ମହାମାରୀର ଶିକାର ବି ହୋଉଛନ୍ତି । ରାଜଧାନୀ ପାଟନା, ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଛି । ରାଜ୍ୟରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୯୮୦ରେ ପହଞ୍ଚିଛି । ଭାଗଲପୁରରେ ୯୫, ନୱାଦାରେ ୧୧, ନାଲନ୍ଦାରେ ୨୫ ଜଣ ଲୋକ ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ପାଟନାରେ ସର୍ବାଧିକ ୬୪୦ ଜଣ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ଜାରି ରହିଛି । ପ୍ରଶାସନ ପକ୍ଷରୁ ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଯାଉଛି ।

ପାଣି ଜମି ରହଥିବାରୁ ଓ ଦୂଷିତ ଜଳ ସେବନ ଯୋଗୁଁ ପ୍ରତିନିଦ ବଢ଼ିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଶତାଧିକ ଲୋକ ପିଏମସିଏଚରେ ଡେଙ୍ଗୁ ପରୀକ୍ଷା କରିବା ପାଇଁ ପହଞ୍ଚୁଛନ୍ତି । ଗତ ୭ ଦିନ ମଧ୍ୟରେ ୫ ଶହରୁ ଅଧିକ ଲୋକ ପିଏମସିଏଚରେ ଡେଙ୍ଗୁ ପରୀକ୍ଷା କରିଛନ୍ତି । କିନ୍ତୁ ପିଏମସିଏଚରେ ଡେଙ୍ଗୁ ରୋଗୀଙ୍କ ପାଇଁ ମାତ୍ର ୪୦ଟି ବେଡ୍ ଉବଲବ୍ଧ ରହିଛି । ଏପରି ସ୍ଥିତିରେ ଲୋକମାନେ ବାଧ୍ୟ ହୋଇ ବେସରକାରୀ ଡାକ୍ତରଖାନା ଓ ଅନ୍ୟ ସରକରୀ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି ।  ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପିଏମସିଏଚ ଓ ଏନଏମସିଏଚରେ ୧୦ରୁ ୧୨ ଅକ୍ଟୋବର ପର୍ଯ୍ୟନ୍ତ ତିନି ଦିନିଆ ଡେଙ୍ଗୁ ପରୀକ୍ଷା ଶିବିର କରିବାକୁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଜମି ରହିଥିବା ପାଣି ନିଷ୍କାସନ ସହ ଜଳକୁ ଶୁଦ୍ଧ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏବେ ବି ରାଜ୍ୟର ଅନେକ ଅଂଶରେ ପାଣି ଜମି ରହିଛି । ଏଥିପାଇଁ ପୂରା ଅଞ୍ଚଳ ଦୁର୍ଗନ୍ଧରେ ଭିରିଯିବା ସହ ମହାମାରୀ ଆଶଙ୍କା ବଢ଼ାଉଛି । ରାଜଧାନୀ ପାଟନା ଓ ବିହାରର ଅନ୍ୟ ଅଞ୍ଚଳରେ ଲୋକମାନେ ଡେଙ୍ଗୁରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । 

ପାଟନାରେ କାଜିପୁର ଅଞ୍ଚଳରେ ଗତ ଦୁଇ ସପ୍ତାହ ଧରି ପାଣି ଜମି ରହବା ଫଳରେ ସ୍ଥିତି ଗମ୍ଭୀର ହୋଇଛି । ପିଏମସିଏଚରେ ପରୀକ୍ଷା କରୁଥିବା ୱାୟରଲୋଜୀ ଡିପାର୍ଟମେଣ୍ଟର ଇନଚାର୍ଜ ଡାକ୍ତର ସଚିଦାନନ୍ଦଙ୍କ କହିବା ଅନୁସାରେ ପ୍ରତିଦିନ ବହୁ ସଂଖ୍ୟାରେ ଡେଙ୍ଗୁ ରୋଗୀ ଆସୁଛନ୍ତି । ଗତ ୪ ଦିନ ମଧ୍ୟରେ ରୋଗୀଙ୍କ ସଂଖ୍ୟା ବହୁ ଗୁଣ ବଢ଼ିଛି ।  ଚିକିତ୍ସା ପାଇ ପ୍ରତିଦିନ ଶହେରୁ ୧୨୫ ରୋଗୀ ପିଏମସିଏଚ ଆସୁଛନ୍ତି । ଯାହା ମଧ୍ୟରେ ୬୦ରୁ ଅଧିକ ଆକ୍ରାନ୍ତଙ୍କ ମଧ୍ୟରେ ଡେଙ୍ଗୁ ପଜେଟିଭ ଚିହ୍ନଟ ହେଉଛନ୍ତି । ସେପଟେ ପାଟନାରେ ଏବେ ମଧ୍ୟ ପାଣି ଭରି ରହିଥିବାରୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ପ୍ରକାଶ ପାଇଛି । ପିଏମସିଏଚ କର୍ତ୍ତୃପକ୍ଷଙ୍କ ଦାବି ଅନୁସାରେ ହସପିଟାଲ ଯେକୌଣସି ସ୍ଥିତିକୁ ସାମ୍ମା  କରିବାକୁ ପ୍ରସ୍ତୁତ ଅଛି । ବର୍ତ୍ତମାନ ସୁ୍ଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ପାଣି ଭରି ରହିଥିବାରୁ ରୋଗ ଭୟଙ୍କର ରୂପ ଧାରଣ କରିବା ଆଶଙ୍କା ମଧ୍ୟ ରହିଛି ।