ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅଜିତ ପାୱାର !

ମହାରାଷ୍ଟ୍ର ରାଜନୀତିରେ ନୂଆମୋଡ । ଆସନ୍ତାକାଲି ସଂନ୍ଧ୍ୟା ୫ଟା ଭିତରେ ଫ୍ଲୋର ଟେଷ୍ଟ ପାଇଁ ଫଡନାଭିସ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଏହା ବିଜେପିକୁ ବଡ ଝଟକା ବୋଲି କୁହାଯାଉଛି । ଆଉ ଏହାରି ଭିତରେ ଉପମୁଖ୍ୟମନ୍ତ୍ରୀ ପଦରୁ ଏନସିପି ନେତା ଅଜିତ ପାୱାର ଇସ୍ତଫା ଦେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ସେ ଏବେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପାଖକୁ ଯାଇଥିବା ଖବର ରହିଛି । 

ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅଜିତ ପାୱାର !
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ନୂଆମୋଡ । ଆସନ୍ତାକାଲି ସଂନ୍ଧ୍ୟା ୫ଟା ଭିତରେ ଫ୍ଲୋର ଟେଷ୍ଟ ପାଇଁ ଫଡନାଭିସ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଏହା ବିଜେପିକୁ ବଡ ଝଟକା ବୋଲି କୁହାଯାଉଛି । ଆଉ ଏହାରି ଭିତରେ ଉପମୁଖ୍ୟମନ୍ତ୍ରୀ ପଦରୁ ଏନସିପି ନେତା ଅଜିତ ପାୱାର ଇସ୍ତଫା ଦେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ସେ ଏବେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପାଖକୁ ଯାଇଥିବା ଖବର ରହିଛି । 

ଅଜିତ ପାୱାରଙ୍କୁ ହାତେଇ ମହାରାଷ୍ଟ୍ର ଦଖଲର ସ୍ୱପ୍ନ ଦେଖିଥିଲା ବିଜେପି । ଅଜିତଙ୍କୁ ହାତେଇଲେ ବହୁ ଏନସିପି ବିଧାୟକଙ୍କ ସମର୍ଥନ ମିଳିବ, ଏଭଳି କିଛି ଆଶା ରଖିଥିଲା ଗେରୁଆ ଦଳ । ହେଲେ ବର୍ତ୍ତମାନର ସ୍ଥିତି ଦେଖିଲେ, ବିଜେପିର ଏହି ସ୍ୱପ୍ନ ଫେଲ ମାରିଥିବା ଜଣାପଡିଛି । କାହିଁକିନା ଶରଦ ପାୱାରଙ୍କ ସହ ଏନସିପି ବିଧାୟକମାନେ ରହିଛନ୍ତି । ଏପରିକି ଶରଦ ପାୱାରଙ୍କ ନିଷ୍ପତିକୁ ଗ୍ରହହଣ କରିବାକୁ ଶପଥ ନେଇଛନ୍ତି । ତେଣୁ ଅଜିତ ମଧ୍ୟ ଗୋଟିଏ ପ୍ରକାର ସମର୍ଥନ ଯୋଗାଡ କରିବାରେ ଫେଲ ମାରିଛନ୍ତି । ଯେଉଁଥିପାଇଁ ଫ୍ଲୋର ଟେଷ୍ଟ ପୂର୍ବରୁ ଆଜି ସେ ଇସ୍ତଫା ଦେଇପାରନ୍ତି । ଏପରିକି ଇସ୍ତଫା ପରେ ଘର ଲେଉଟିବେ ବୋଲି ଚର୍ଚ୍ଚା ହେଉଛି । 

'ମହାରାଷ୍ଟ୍ର' ମାମଲାରେ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଆସନ୍ତାକାଲି ଫ୍ଲୋର ଟେଷ୍ଟ ଦେବେ ଫଡନାଭିସ ସରକାର । ଅପରାହ୍ନ ୫ଟା ମଧ୍ୟରେ ଫ୍ଲୋର ଟେଷ୍ଟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । କୋର୍ଟଙ୍କ ଏହି ରାୟ ବିଜେପିକୁ ବଡ ଝଟକା ଦେଇଛି । ସେପଟେ ରାୟକୁ ନେଇ ଆଶ୍ୱସ୍ତ ହୋଇଛନ୍ତି ଏନସିପି, ଶିବସେନା ଓ କଂଗ୍ରେସ । 

ଆଜି ସକାଳ ୧୦ଟା ୩୦ରେ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ନିଜ ରାୟରେ ଆସନ୍ତାକାଲି ଫ୍ଲୋର ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଫ୍ଲୋର ଟେଷ୍ଟର ଭିଡିଓ ରେକଡିଂ ଏବଂ LIVE ଟେଲିକାଷ୍ଟ କରିବାକୁ ଅଦାଲତ କହିଛନ୍ତି । ଏହାସହ ଗୁପ୍ତ ବ୍ୟାଲେଟ ପେପରରେ ଫ୍ଲୋର ଟେଷ୍ଟ କରିବାକୁ ମନା କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ସେହିପରି ଫ୍ଲୋର ଟେଷ୍ଟ ପରୀକ୍ଷଣ ପାଇଁ ଅସ୍ଥାୟୀ ବାଚସ୍ପତି ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଜଷ୍ଚିସ ଜଷ୍ଟିସ ସଞ୍ଜୀବ ଖାନ୍ନା, ଏନଭି ରମନ ଓ ଜଷ୍ଟିସ ଅଶୋକ ଭୂଷଣ ଏହାର ଶୁଣାଣି କରିଛନ୍ତି । ନିଜ ରାୟରେ କୋର୍ଟ ଆହୁରି ମଧ୍ୟ କହିଥିଲେ, ବିଧାୟକଙ୍କ ଶପଥ ଗ୍ରହଣ ସରିନି । ତେଣୁ ଆସନ୍ତାକାଲି ସନ୍ଧ୍ୟା ୫ଟା ପୂର୍ବରୁ ଶପଥ ଗ୍ରହଣ କରାଯାଉ । ଏହାସହ ଫ୍ଲୋର ଟେଷ୍ଟ ମଧ୍ୟ କରାଯାଉ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା ହେବା ଦରକାର ବୋଲି କହିଛନ୍ତି ତିନି ଜଣିଆ ଖଣ୍ଡପୀଠ । 

ଆହୁରି ପଢନ୍ତୁ; ବିଜେପିକୁ 'ମହା' ଝଟକା ! ଆସନ୍ତାକାଲି ଫ୍ଲୋର ଟେଷ୍ଟ, ଗୁପ୍ତ ଭୋଟକୁ କୋର୍ଟଙ୍କ ନା