close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ସିଏମ ପଦରୁ ଇସ୍ତଫା ଦେଲେ ଫଡନାବିସ

ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଆଗାମୀ ସରକାର ଗଠନ ଉପରେ ବର୍ତ୍ତମାନ ଯାଏ କୌଣସି ସ୍ଥିତି ସ୍ପଷ୍ଟ ହୋଇ ପାରି ନାହିଁ । ଅନ୍ୟପକ୍ଷେ ନଭେମ୍ୱର ୯ରେ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି, ଏହି ପରିସ୍ଥିତିରେ ରାଜ୍ୟରେ ସରକାର ଗଠନ ହେବ ନା ରାଷ୍ଟ୍ରପତି ଶାସନ ଲାଗୁ ହେବ । ତାହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ । ଏହି ସମସ୍ତ ପରିସ୍ଥିତି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନାବିସ । ରାଜ ଭବନକୁ ଯାଇ ସେ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି । ବର୍ତ୍ତମାନ ରାଜ୍ୟରେ କଣ ସରକାର ଗଠନ ପାଇଁ କୌଣସି ଫର୍ମୁଲା ବାହାରିବ, ତାହା ସମୟ ହିଁ କହିବ ।

ସିଏମ ପଦରୁ ଇସ୍ତଫା ଦେଲେ ଫଡନାବିସ
ଫଟୋ ସୌଜନ୍ୟ: ଏଏନଆଇ

ତମାଲ ବାକଚି, ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଆଗାମୀ ସରକାର ଗଠନ ଉପରେ ବର୍ତ୍ତମାନ ଯାଏ କୌଣସି ସ୍ଥିତି ସ୍ପଷ୍ଟ ହୋଇ ପାରି ନାହିଁ । ଅନ୍ୟପକ୍ଷେ ନଭେମ୍ୱର ୯ରେ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି, ଏହି ପରିସ୍ଥିତିରେ ରାଜ୍ୟରେ ସରକାର ଗଠନ ହେବ ନା ରାଷ୍ଟ୍ରପତି ଶାସନ ଲାଗୁ ହେବ । ତାହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ । ଏହି ସମସ୍ତ ପରିସ୍ଥିତି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନାବିସ । ରାଜ ଭବନକୁ ଯାଇ ସେ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି । ବର୍ତ୍ତମାନ ରାଜ୍ୟରେ କଣ ସରକାର ଗଠନ ପାଇଁ କୌଣସି ଫର୍ମୁଲା ବାହାରିବ, ତାହା ସମୟ ହିଁ କହିବ ।

ସେହିପରି ଗୋଟିଏ ପଟେ ଶିବସେନା ୫୦-୫୦ ଫର୍ମୁଲା ଅନ୍ତର୍ଗତ ସିଏମ ପଦ ଦାବି ଉପରେ ଅଟଳ ରହିଛି । ଅନ୍ୟପଟେ ବିଜେପି ମଧ୍ୟ ଶିବସେନା ସହ ସିଏମ ପଦ ଭାଗ କରିବାକୁ ସହମତ ନୁହଁ । ତେଣୁ ରାଜ୍ୟରେ ସରକାର ଗଠନ ହେବାରେ ବିଲମ୍ୱ ହେଉଛି । ଏହି ସମସ୍ତ ପରିସ୍ଥିତି ମଧ୍ୟରେ ଶିବସେନା ନିଜର ସମସ୍ତ ବିଧାୟକଙ୍କୁ ମୁମ୍ୱାଇର ରଙ୍ଗଶାରଦା ହୋଟେଲରେ ରଖାଯାଇଛି । କାରଣ ଘୋଡ଼ା ବେପାରରୁ ରକ୍ଷା ପାଇବା ପାଇଁ ଶିବସେନା ଏମିତି କରିଛି । ଆଜି ମଧ୍ୟରାତ୍ରିରେ ହୋଟେଲ ଯାଇ ଆଦିତ୍ୟ ଠାକରେ ବିଧାୟକଙ୍କ ସହ ସାକ୍ଷାତ ମଧ୍ୟ କରିଥିଲେ । ଅନ୍ୟପଟେ କଂଗ୍ରେସ ମଧ୍ୟ ନିଜର ସମସ୍ତ ନବ ନିର୍ବାଚିତ ବିଧାୟକଙ୍କୁ ରାଜସ୍ଥାନକୁ ପଠାଇଛି । 

ସେପଟେ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ(ଅଠାବଲେ)ର ଅଧ୍ୟକ୍ଷ ରାମଦାସ ଅଠାବଲେ ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ସହ ସାକ୍ଷାତ କରିଛନ୍ତି । ତାଙ୍କ ପରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ମଧ୍ୟ ତାଙ୍କ ପାୱାରଙ୍କ ସହ ସାକ୍ଷାତ କରିବାକୁ ପହଞ୍ଚିଛନ୍ତି । ବିଧାୟକଙ୍କୁ କିଣିବା ପାଇଁ ବିଜେପି ପ୍ରୟାସ କରୁଛି ବୋଲି କଂଗ୍ରେସ ଓ ଏନସିପି ଅଭିଯୋଗ ଆଣିଛି । ଅନ୍ୟପକ୍ଷେ ଏହି ଅଭିଯୋଗକୁ ନିରାଧାର ବୋଲି ବିଜେପି ନେତା ସୁଧୀର ମୁନଙ୍ଗଟୀୱାର କହିଛନ୍ତି ।