close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ମହାରାଷ୍ଟ୍ରରେ ସରକାର ଗଢିବ ବିଜେପି, ନଭେମ୍ୱର ୫ରେ ଶପଥ ଗ୍ରହଣ ଉତ୍ସବ!

ମହାରାଷ୍ଟ୍ରରେ ଆଗାମୀ ସରକାର କାହାର ହେବ, ତାହାକୁ ନେଇ ରାଜନୈତିକ ଦଳଗୁଡିକ ମଧ୍ୟରେ ଜାରି ରହିଛି ମନ୍ଥନ । ଅନ୍ୟପଟେ ବିଧାନସଭା ନିର୍ବାଚନରେ ସର୍ବାଧିକ ଆସନ ଜିତିଥିବା ବିଜେପି ସରକାର ଗଢିବା ନେଇ ଆଶ୍ୱସ୍ତ ଅଛି । ବିଜେପି ଶପଥ ଗ୍ରହଣ ସମାରୋହ ପାଇଁ ମୁମ୍ୱାଇର ୱାନଖେଡ଼େ ଷ୍ଟାଡିୟମ ମଧ୍ୟ ବୁକିଂ କରି ନେଇଛି । ବିଜେପି ଆଗାମୀ ୫ ତାରିଖ ପାଇଁ ଏହି ଷ୍ଟାଡିୟମକୁ ବୁକ୍ କରିଛି ।

ମହାରାଷ୍ଟ୍ରରେ ସରକାର ଗଢିବ ବିଜେପି, ନଭେମ୍ୱର ୫ରେ ଶପଥ ଗ୍ରହଣ ଉତ୍ସବ!
ମହାରାଷ୍ଟ୍ରରେ ସରକାର ଗଢିବ ବିଜେପି?

ମୁମ୍ୱାଇ: ମହାରାଷ୍ଟ୍ରରେ ଆଗାମୀ ସରକାର କାହାର ହେବ, ତାହାକୁ ନେଇ ରାଜନୈତିକ ଦଳଗୁଡିକ ମଧ୍ୟରେ ଜାରି ରହିଛି ମନ୍ଥନ । ଅନ୍ୟପଟେ ବିଧାନସଭା ନିର୍ବାଚନରେ ସର୍ବାଧିକ ଆସନ ଜିତିଥିବା ବିଜେପି ସରକାର ଗଢିବା ନେଇ ଆଶ୍ୱସ୍ତ ଅଛି । ବିଜେପି ଶପଥ ଗ୍ରହଣ ସମାରୋହ ପାଇଁ ମୁମ୍ୱାଇର ୱାନଖେଡ଼େ ଷ୍ଟାଡିୟମ ମଧ୍ୟ ବୁକିଂ କରି ନେଇଛି । ବିଜେପି ଆଗାମୀ ୫ ତାରିଖ ପାଇଁ ଏହି ଷ୍ଟାଡିୟମକୁ ବୁକ୍ କରିଛି ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅନୁମତି ପରେ ଏହି ଷ୍ଟାଡିୟମରେ ଶପଥ ଗ୍ରହଣ ପାଇଁ ବିଜେପିକୁ ମିଳିବ । ଏହାପୂର୍ବରୁ ମୁମ୍ୱାଇ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଏକ ଟିମ ଶୁକ୍ରବାର ୱାନଖେଡ଼େ ଷ୍ଟାଡିୟମକୁ ପରିଦର୍ଶନ କରିଛି । ଏହାପୂର୍ବରୁ ମହାଲକ୍ଷ୍ମୀ ରେସକୋର୍ସରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ କରିବାର ଯୋଜନା ଥିଲା, କିନ୍ତୁ ମୁମ୍ୱାଇ ପୋଲିସର ରିପୋର୍ଟ ପରେ ସ୍ଥାନ ପରିବର୍ତ୍ତନ କରାଯାଇଛି । 

ଏହି ପରିସ୍ଥିତି ମଧ୍ୟରେ ଶିବସେନାର ବରିଷ୍ଠ ନେତା ତଥା ପ୍ରବକ୍ତା ସଞ୍ଜୟ ରାଉତ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ସାକ୍ଷାତ କରିଛନ୍ତି । ଯାହା ପରେ ରାଜନୈତିକ ଗତିବିଧିରେ ବୃଦ୍ଧି ଦେଖା ଦେଇଛି । ଉଦ୍ଧବ ଠାକରେ ପ୍ରଥମରୁ ସ୍ଥିର କରି ନେଇଛନ୍ତି ଯେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ ଆଦିତ୍ୟ ଠାକରେ ହିଁ ହେବେ । ବର୍ତ୍ତମାନ ସଞ୍ଜୟ ରାଉତ ଓ ପାୱାରଙ୍କ ମଧ୍ୟରେ ସାକ୍ଷାତ ହେବା ପରେ ଏହାର ସମ୍ଭାବନା ଆହୁରି ବଢିଯାଇଛି । ଏହି ପରିସ୍ଥିତିରେ କଂଗ୍ରେସ ଓ ଏନସିପି ମଧ୍ୟ ଶିବସେନାକୁ ସମର୍ଥନ ଦେଇ ପାରନ୍ତି ବୋଲି ଖବର ସାମ୍ନାକୁ ଆସୁଛି ।

ଚଳିତ ନିର୍ବାଚନରେ ମହାରାଷ୍ଟ୍ରର ୨୮୮ଟି ଆସନରୁ ବିଜେପିକୁ ୧୦୫, ଶିବସେନାକୁ ୫୬, ଏନସିପିକୁ ୫୪, କଂଗ୍ରେସକୁ ୪୪ ଓ ଅନ୍ୟାନ୍ୟକୁ ୨୯ଟି ଆସନ ମିଳିଛି । ୨୦୧୪ ବିଧାନସଭା ନିର୍ବାଚନରେ ଫଳାଫଳ ଅନୁସାରେ ବିଜେପିକୁ ୧୨୨, ଶିବସେନା ୬୩, କଂଗ୍ରେସ ୪୨ ଓ ଏନସିପିକୁ ୪୧ଟି ଆସନ ମିଳିଥିଲା ।