Advertisement
Article Detail0/zeeodisha/odisha866342

ଜଗନ୍ନାଥଙ୍କ ସପ୍ନାଦେଶ ପରେ ଭକ୍ତ ନେଲେ ଏଭଳି ପଦକ୍ଷେପ

ଜଣେ ବଦାନ୍ୟ ବ୍ୟକ୍ତି ନିଜସ୍ୱ ଖର୍ଚ୍ଚ ଆଉ ଶ୍ରମ ବଳରେରେ ସ୍ୱୟଂ ଜଗନ୍ନାଥଙ୍କ ଆଦେଶରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ନେଇଛନ୍ତି। 

 

 

ଜଗନ୍ନାଥଙ୍କ ସପ୍ନାଦେଶ ପରେ ଭକ୍ତ ନେଲେ ଏଭଳି ପଦକ୍ଷେପ

ପାରଳାଖେମୁଣ୍ଡି: ଯୁଗେ ଯୁଗେ ଭକ୍ତ ଆଉ ଭଗବାନଙ୍କର ସମ୍ପର୍କକୁ ନେଇ ରହିଛି ଅନେକ କିମ୍ବଦନ୍ତୀ। ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ। ଯେଉଠି ଘଟିଛି ଅଲୌକିକ ଘଟଣା। କଥାରେ ଅଛି ଲୀଳାମୟ ଜଗା ଚାହିଁଲେ ସବୁ କିଛି ସମ୍ଭବ ତାହା ପ୍ରମାଣିତ ହୋଇଛି। ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆରମ୍ଭ ହୋଇଛି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପୁନଃ ନିର୍ମାଣ କାର୍ଯ୍ୟ। 

ମହାପ୍ରଭୁଙ୍କ ବାରମ୍ବାର ସପ୍ନାଦେଶ ପରେ ନିଜସ୍ୱ ଖର୍ଚ୍ଚରେ ମନ୍ଦିର ନିର୍ମାଣ କରୁଛନ୍ତି ଜଣେ ଭକ୍ତ। ବିଭିନ୍ନ କାରଣରୁ ଦୀର୍ଘ ବର୍ଷ ହେଲା ବନ୍ଦ ହୋଇ ପଡି ରହିଥିବା ମନ୍ଦିର କାର୍ଯ୍ୟ ଆରମ୍ଭ ହେବା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଦେଖାଦେଇଛି ଉତ୍ସାହ। ପାରଳା ରାଜା, ମହାରାଜାଙ୍କ ଅମଳର ଶହ ଶହ ବର୍ଷର ବହୁ ପୁରାତନ ଜଗନ୍ନାଥ ମନ୍ଦିରକୁ (Jagannath Temple) ପୁନଃ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯିବା ପରେ ଭଗବାନଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର କରି ମନ୍ଦିର ଭଙ୍ଗାଯାଇ ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। 

Also Read: ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

Add Zee News as a Preferred Source

 

ହେଲେ ବର୍ଷ ବର୍ଷ ଧରି ସମୟ ବିତି ଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଆଗେଇ ନପାରି ମନ୍ଦିର ନିର୍ମାଣ ସ୍ଥଳ ଖାଲି ଅବସ୍ଥାରେ ପଡିରହିଥିଲା। ବିଭିନ୍ନ ଦ୍ୱନ୍ଦ କାରଣରୁ ମନ୍ଦିର ନିର୍ମାଣ କାର୍ଯ୍ୟ ହୋଇ ନପାରିବା ଫଳରେ ପାରଳାବାସୀଙ୍କ ମନରେ ଚିନ୍ତା ପ୍ରକଟ ହୋଇଥିଲା। ମନ୍ଦିର ନିର୍ମାଣ କିପରି ହେବ ତାହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ଜଗନ୍ନାଥ ଭକ୍ତ ଦୁର୍ଗା ପାଣିଗ୍ରାହୀଙ୍କ ବାପାଙ୍କୁ ସପ୍ନାଦେଶ ହେବା ପରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

Also Read: କୋହଳ ହେଲା ଏସଓପି, ଏଣିକି ସବୁଦିନ ଜଗା ଦର୍ଶନ

ମାସେ ତଳେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ବର୍ତ୍ତମାନ ଜାରି ରହିଛି। ପାରଳା ରାଣୀ କଲ୍ୟାଣୀ ଗଜପତି ଏବଂ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସହମତିରେ ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟପଟେ ଜିଲ୍ଲାପ୍ରଶାସନ ଏବଂ ପାରଳାବାସୀ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି। ଜଣେ ବଦାନ୍ୟ ବ୍ୟକ୍ତି ନିଜସ୍ୱ ଖର୍ଚ୍ଚ ଆଉ ଶ୍ରମ ବଳରେରେ ସ୍ୱୟଂ ଜଗନ୍ନାଥଙ୍କ ଆଦେଶରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ନେଇଛନ୍ତି। 

Also Read: କୋହଳ ହେଲା ନିୟମ: ଆଜି ଗୋଟିଏ ଦିନରେ ୪୦ ହଜାର ଭକ୍ତ କଲେ ଜଗାକୁ ଦର୍ଶନ

 

ଏହି କାର୍ଯ୍ୟ କିଭଳି ସମ୍ପୂର୍ଣ୍ଣ ହେବ ଏବଂ ତିନି ଠାକୁର ପୁଣିଥରେ ସ୍ଥାୟୀ ମନ୍ଦିରର ବିରାଜମାନ କରିବ ତାହାକୁ ଅପେକ୍ଷା କରି ରହିଛୁ। ବନ୍ଦ ରହିଥିବା କାର୍ଯ୍ୟ ଆରମ୍ଭ ହେବା ପରେ ଖୁସି ଅନୁଭବ କରୁଥିବା କହିଛନ୍ତି ପୁଜକ। ଲକ୍ଷ ଲକ୍ଷ ଲୋକଙ୍କ ଭାବାବେଗ ସହ ଜଡିତ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଭାବଗ୍ରାହୀଙ୍କ କୃପାରୁ ସୁରୁଖୁରୁରେ ସମାପନ ହେବ ଏହି ଆଶା ରଖିଛନ୍ତି ଜଗନ୍ନାଥ ପ୍ରେମୀ।

 

  

About the Author