• ୯୮ ବର୍ଷ ବୟସରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ମୃତ୍ୟୁ । ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସୂଚନା ॥
  • ଧର୍ମପାଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଶୋକ ପ୍ରକାଶ ॥
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ମଧ୍ୟ ଶୋକ ପ୍ରକାଶ
  • ପରୀ ହତ୍ୟା ମାମଲାରେ CBI ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
  • ପରୀକୁ ନ୍ୟାୟ ଦେବାକୁ କଂଗ୍ରେସ ଚାହେଁନି । ଡିସେମ୍ବର ୧୫ରୁ ପ୍ରତି ବ୍ଲକରେ ପଦଯାତ୍ରା କରିବ ବିଜେପି : ପ୍ରତାପ ଷଡ଼ଙ୍ଗୀ ॥
  • ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୧୭୫୫ ଛୁଇଁଲା ।
  • ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୩୪ କୋରୋନା ସଂକ୍ରମିତ ଚିହ୍ନଟ ॥

ଆଜି ମା'ଙ୍କ ମହାକାଳୀ ବେଶ, ଉଗ୍ର ରୂପରେ ଦର୍ଶନ ଦେଉଛନ୍ତି ମା'

ଆଜି ମା'ଙ୍କ ମହାକାଳୀ ବେଶ, ଉଗ୍ର ରୂପରେ ଦର୍ଶନ ଦେଉଛନ୍ତି ମା'

ଆଜି ମା'ଙ୍କ ମହାକାଳୀ ବେଶ, ଉଗ୍ର ରୂପରେ ଦର୍ଶନ ଦେଉଛନ୍ତି ମା'
ସୌଜନ୍ୟ: ସୋସିଆଲ ମିଡିଆ

ଭଦ୍ରକ: ଆଲୋକର ପର୍ବ ଦୀପାବଳି ବା କାଳିପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଥିଲା ସମସ୍ତ ଅଞ୍ଚଳ । ସାରା ରାଜ୍ୟରେ କାଳିପୂଜା ପାଳନ ହୋଉଥିଲେ ମଧ୍ୟ ଭଦ୍ରକରେ ଭଦ୍ରକାଳି ସବୁଠାରୁ ପ୍ରସିଦ୍ଧ । ଭଦ୍ରକ ଜିଲ୍ଲାର ମା' ଭଦ୍ରକାଳୀ ୭ ଦିନରେ ୭ଟି ଵେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି । ଆଜି ଦ୍ୱିତୀୟ ଦିନରେ ମା, ମହାକାଳୀ ଵେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଭଦ୍ରକର ଅଧିଷ୍ଠାତ୍ରୀ ଦେଵୀ ଭଦ୍ରକାଳୀ ସଵୁଦିନ ଶାନ୍ତ ରୂପେ ଦର୍ଶନ ଦେଉଥିଵା ଵେଳେ ଦ୍ୱିତୀୟ ଦିନରେ ଉଗ୍ର ରୂପରେ ଦର୍ଶନ ଦିଅନ୍ତି ମା' । ମା' ଏହି ବେଶ ପୃଥିବୀରୁ ଶତ୍ରୁଙ୍କୁ ସଂହାର କରିବା ପାଇଁ ଧାରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ସକାଳୁ ପହଡ଼ ଖୋଲିଵା ପରେ ମାଆଙ୍କର ନୀତିକାନ୍ତି ଆରମ୍ଭ ହୋଇଥିଲା ।  ମାଆଙ୍କ ଦର୍ଶନ ପାଇଁ ଭଦ୍ରକ ତଥା ଭଦ୍ରକ ବାହାରୁ ଭକ୍ତଙ୍କ ସମାଗମ ହୋଇଛି । 

ଅପରପକ୍ଷରେ ଜଗତ ଜନନୀ ମା କାଳିଙ୍କ ପୂଜା ପାଇଁ ବାଲେଶ୍ୱର ସହର ଚଳଚଞ୍ଚଳ ହୋଇଉଠିଛି । ଏନେଇ ସହରର ବିଭିନ୍ନ ମଣ୍ଡପ ମାନଙ୍କରେ ମାଙ୍କର ଘଟ ସ୍ଥାପନ ପରେ ଚକ୍ଷୁ ଦାନ କରାଯାଇ ପୂଜାର୍ଚ୍ଚନା କରାଯାଇଛି । ମାଙ୍କୁ ଦୀପ,ଧୂପ, ନୈବେଦ୍ୟ ଦେଇ ଶ୍ରଦ୍ଧାଳୁ ମାନେ ଆରୋଧନା କରିବା ସହିତ ଜଗତର ମଙ୍ଗଳ କାମନା କରିଥିଲେ । ସହରର ମୋତିଗଞ୍ଜ, ସିନେମା ଛକ, ଚୈଐକବଜାର, ବଙ୍କାଖଜୁରି ଛକ, ଫାଣ୍ଡିବଜାର, ଫକୀରମୋହନ ଗୋଲେଇ, ଷ୍ଟେସନ, ବସଷ୍ଟାଣ୍ଡରେ ଆଦି ଜାଗାରେ ମା' ପୂଜା ପାଉଛନ୍ତି ।