କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଏବଂ ଝିଅ ତିଆରି କରୁଛନ୍ତି ମାସ୍କ...
Advertisement

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଏବଂ ଝିଅ ତିଆରି କରୁଛନ୍ତି ମାସ୍କ...

ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ ଏବଂ ଝିଅ । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ ଏବଂ ଝିଅ । ଲକ୍ ଡାଉନ୍ ସମୟରେ ଘରେ ତିଆରି କରୁଛନ୍ତି ମାସ୍କ । କିଛିଦିନ ପୂର୍ବରୁ ଘରେ ତିଆରି ମାସ୍କ ବ୍ୟବହାର କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ । ଆଉ ଏଥିପାଇଁ ପ୍ରୋତ୍ସାହନ ମଧ୍ୟ କରିଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ଏଭଳି ପ୍ରୋତ୍ସାହନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ଠାକୁର ପ୍ରଧାନ ଏବଂ ଝିଅ ନୈମିଶା ଘରେ ମାସ୍କ ତିଆରି କରୁଥିବା ନଜର ଆସିଛନ୍ତି । ଖୋଦ କେନ୍ଦ୍ରମନ୍ତ୍ରୀ ଏନେଇ ନିଜ ଟ୍ୱିଟରରେ ଏକ ଟ୍ୱିଟ କରିଛନ୍ତି । 

ନିଜ ଟ୍ୱିଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, ''ଏଭଳି ସମୟରେ ଆମେ ଆମ ସମାଜ ପାଇଁ କିଛି କରିବା ଉଚିତ । ମୁଁ ମୋ ପତ୍ନୀ ଏବଂ ଝିଅ ପାଇଁ ଗର୍ବିତ । ଦୁହେଁ ଆମ ଘରର ସମସ୍ତଙ୍କ ପାଇଁ ଏବଂ ଅନ୍ୟଲୋକଙ୍କ ପାଇଁ ମଧ୍ୟ ମାସ୍କ ତିଆରି କରୁଛନ୍ତି । କୌଶଳ ବିକାଳ ଏବଂ କିଛି ନୂଆ ଶିଖିବା ପାଇଁ ବର୍ତ୍ତମାନଠାରୁ ଆଉ ପ୍ରକୃଷ୍ଠ ସମୟ କ'ଣ ହୋଇପାରେ । ''

ଯେତେବେଳେ ସମଗ୍ର ଦେଶରେ ଏବେ କୋରୋନା କାୟାବିସ୍ତାର କରିଚାଲିଛି, ସେହି ସମୟରେ ପ୍ରବଳ ମାସ୍କର ଆବଶ୍ୟକତା ରହିଛି । ଯଦି ଆଗକୁ କୋରୋନା ସ୍ଥିତି ଗମ୍ଭୀର ହୁଏ, ତେବେ କୋଟି କୋଟି ଭାରତୀୟଙ୍କ ପାଇଁ ମାସ୍କର ନିଅଣ୍ଚ ପଡ଼ିପାରେ । ତେଣୁ ଲକ୍ ଡାଉନ୍ ବେଳେ ଘରେ ବସି ମାସ୍କ ତିଆରି କରିବାକୁ ଟ୍ୱିଟରରେ ମଧ୍ୟ ବେଶ୍ ପ୍ରଶଂସା କରାଯାଇଛି ।