close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଟ୍ୟାଲେଣ୍ଟ ଦେଖାଇବେ ଦିବ୍ୟାଙ୍ଗ

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମନୋନୀତ ହୋଇଥିବା ୨୨ ଜଣ ଦିବ୍ୟାଙ୍ଗ ଏହି କାର୍ଯ୍ୟକ୍ରମରେ ଦେଖାଇବେ ସେମାନଙ୍କ ପ୍ରତିଭା 

ଟ୍ୟାଲେଣ୍ଟ ଦେଖାଇବେ ଦିବ୍ୟାଙ୍ଗ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଟ୍ୟାଲେଣ୍ଟ ଦେଖାଇବେ ଦିବ୍ୟାଙ୍ଗ । ଅଭିନେତା ସବ୍ୟସାଚୀ ମିଶ୍ର ଓ ତାଙ୍କ ଟିମ୍ ଦ୍ୱାରା ଗଠିତ ସ୍ମାଇଲ ପ୍ଲିଜ୍ ଅନୁଷ୍ଠାନର ମିଳିତ ଉଦ୍ୟମରେ ଆୟୋଜନ ହେବାକୁ ଯାଉଛି ସୁପର 22 ସୋ’ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମନୋନୀତ ହୋଇଥିବା ୨୨ ଜଣ ଦିବ୍ୟାଙ୍ଗ ଏହି କାର୍ଯ୍ୟକ୍ରମରେ ସେମାନଙ୍କ ପ୍ରତିଭା ଦେଖାଇବେ । ଏନେଇ ସବ୍ୟସାଚୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ତେବେ ଗତବର୍ଷ ସେ ଏପରି ପ୍ରତିଭାଙ୍କୁ ନେଇ ଏକ ସ୍ୱତନ୍ତ୍ର ଚଳଚ୍ଚିତ୍ର କରିବା ଲକ୍ଷ୍ୟରେ ସବ୍ୟସାଚୀ ଅଡିସନ କରି ଏହି ୨୨ ଜଣଙ୍କୁ ଚୟନ କରିଥିଲେ । ୧ ବର୍ଷ ବ୍ୟାପି ସେମାନଙ୍କ ମଧ୍ୟରେ ଥିବା ଅନ୍ତନିର୍ହିତ ବିଭିନ୍ନ ଦକ୍ଷତା ଓ କୌଶଳ ମାପି ତାଲିମ ଦେବା ସହ ଅଭିନୟ କରିବାର ସୁଯୋଗ ଦିଆଯାଇଛି । ଏହି ସୁପର ୨୨ ଟିମରେ ୮ ଜଣ ଦିବ୍ୟାଙ୍ଗ ମହିଳା ମଧ୍ୟ ସାମିଲ ହୋଇଛନ୍ତି । ତେବେ ଦିବ୍ୟାଙ୍ଗ ମାନଙ୍କ ପ୍ରତିଭାକୁ ସାରା ବିଶ୍ୱରେ ପ୍ରତିପାଦନ କରିବା ସହ ନିଜର ଦକ୍ଷତାକୁ ବିଶେଷ କରି ମନୋରଜଂନ କ୍ଷେତ୍ରରେ ସାମ୍ନାକୁ ଆଣିବା ଏହାର ଲକ୍ଷ୍ୟ ବୋଲି ଉପସ୍ଥିତ ସ୍ମାଇଲ ପ୍ଲିଜ ଅନୁଷ୍ଠାନର ସଦସ୍ୟ ଅଭିନେତ୍ରୀ ଅର୍ଚ୍ଚିତା କହିଛନ୍ତି । ତେବେ ମନୋରଞ୍ଜନ ଏବଂ ଚଳଚ୍ଚିତ୍ର ଜଗତର ମୁଖ୍ୟ ଚରିତ୍ରରେ ଦିବ୍ୟାଙ୍ଗ ମାନଙ୍କୁ ଅଭିନୟ କରିବାର ସୁଯୋଗ ନିମନ୍ତେ ଏହି ସୋ’ଆସନ୍ତା ୪ ତାରିଖରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଆୟୋଜନ କରାଯାଉଛି । ଯେଉଁଥିରେ ସେମାନେ ସେମାନଙ୍କ ପ୍ରତିଭା ଦେଖାଇବେ । ଏହାସହ ଆଗାମୀ ଦିନରେ ଏହି ୨୨ ଜଣଙ୍କୁ ନେଇ ସ୍ୱତନ୍ତ୍ର ଡକ୍ୟୁମେଣ୍ଟାରି ଫିଲ୍ମ ନିର୍ମାଣ କରିବାକୁ ଲକ୍ଷ୍ୟ ରହିଛି । ସୂଚନାଯୋଗ୍ୟ ରିଲିଜ ଅପେକ୍ଷାରେ ସବ୍ୟସାଚୀଙ୍କ ଅଭିନୀତ ଆଗାମୀ ଫଲ୍ମରେ ମଧ୍ୟ ଏହି ୨୨ ଜଣ ଦିବ୍ୟାଙ୍ଗଙ୍କ ଜଲୱା ଦେଖିବାକୁ ମିଳିବ ।