ଅପରାଧୀଙ୍କୁ ମୁକୁଳା ଛାଡ଼ିଛନ୍ତି ସରକାର !
Advertisement

ଅପରାଧୀଙ୍କୁ ମୁକୁଳା ଛାଡ଼ିଛନ୍ତି ସରକାର !

ସମ୍ବଲପୁର (Sambalpur) ହେଉଛି ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର। ଏଇଠି ରହିଛି DIG କାର୍ଯ୍ୟଳୟ। କିନ୍ତୁ ୬ ମାସ ହେଲା ସମ୍ବଲପୁରରେ ଖାଲି ପଡ଼ିଛି DIG ପଦ। ବର୍ତ୍ତମାନ ପରିସ୍ଥିତିରେ କିଛିଦିନ ହେବ ଏସପିଙ୍କ ବଦଳି ହୋଇଗଲା ପରେ ସମ୍ବଲପୁରରେ ଖାଲି ପଡିଛି ପୋଲିସ ବିଭାଗର ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦ।

ଅପରାଧୀଙ୍କୁ ମୁକୁଳା ଛାଡ଼ିଛନ୍ତି ସରକାର !

ସମ୍ବଲପୁର: ସମ୍ବଲପୁର (Sambalpur) ହେଉଛି ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର। ଏଇଠି ରହିଛି DIG କାର୍ଯ୍ୟଳୟ। କିନ୍ତୁ ୬ ମାସ ହେଲା ସମ୍ବଲପୁରରେ ଖାଲି ପଡ଼ିଛି DIG ପଦ। ବର୍ତ୍ତମାନ ପରିସ୍ଥିତିରେ କିଛିଦିନ ହେବ ଏସପିଙ୍କ ବଦଳି ହୋଇଗଲା ପରେ ସମ୍ବଲପୁରରେ ଖାଲି ପଡିଛି ପୋଲିସ ବିଭାଗର ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦ। ଗତ ଜୁନରୁ ଡିଆଇଜି ପଦ ଖାଲି ପଡିଥିବାବେଳେ ନିକଟରେ ଏସପି ପଦ ଖାଲି ପଡିଛି। ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବା ବେଳେ ଏହି ଦୁଇ ଗୁରୁତ୍ତ୍ୱପୂର୍ଣ୍ଣ ପଦପୂରଣ ପାଇଁ ସାଧାରଣରେ ଦାବି ହେଉଛି। ସେପଟେ ବିବାଦୀୟ ପରିସ୍ଥିତିରେ ପୁରୀରୁ ଅପସାରିତ ହୋଇଥିବା ସମ୍ବଲପୁର ପୂର୍ବତନ ଏସପି ଅଖିଳେଶ୍ବର ସିଂଙ୍କୁ ଫେରାଇ ଆଣିବା ପାଇଁ ସୋସିଆଲ ମିଡ଼ିଆରେ ହୋଇଛି ଦାବି।

ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁରରେ ବେଲଗାମ ହେଉଛନ୍ତି ଅପରାଧ। ବିଗୁଡୁଛି ଆଇନ ଶୃଙ୍ଖଳା ପରିସ୍ଥିତି। ତିନୋଟି ଉପଖଣ୍ଡ ଥିବା ଏହି ବୃହତ ଜିଲ୍ଲାରେ ବର୍ତ୍ତମାନ ଏସପି ପଦବୀ ଖାଲି ପଡିଛି। ପାଞ୍ଚ ଦିନ ତଳେ ଏଠାରେ ଏସପି ଭାବରେ ଅବସ୍ଥାପିତ ଥିବା ଡାକ୍ତର କନଓ୍ବର ବିଶାଲ ସିଂଙ୍କୁ ତରବରିଆ ଭାବେ ସରକାର ପୁରୀ ଏସପି ଭାବେ ବଦଳି କରିଛନ୍ତି। ସେପଟେ ଗତ ଜୁନ୍ ମାସରୁ ବରିଷ୍ଠ ଆଇପିଏସ ଅଫିସର ହିମାଂଶୁ ଲାଲ୍ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଏହି ପଦରେ ଦୁଇଜଣ ବରିଷ୍ଠ ଆଇପିଏସ ଅଫିସର ଜୟନାରାୟଣ ପଙ୍କଜ ଓ କବିତା ଜାଲାନଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଥିବାରୁ ସେମାନଙ୍କ କାର୍ଯ୍ଯଚାପ ଯୋଗୁଁ ତାହା ମଧ୍ଯ ଖାଲି ପଡିଛି। ଫଳରେ ସ୍ଥିତି ବିଗିଡିବା ପୂର୍ବରୁ ଅତିଶୀଘ୍ର ପଦବୀ ପୂରଣ ପାଇଁ ସମ୍ବଲପୁର ବାସିନ୍ଦା ଦାବି କରିଛନ୍ତି।

ସେପଟେ ପୂର୍ବରୁ ସମ୍ବଲପୁରରେ ଏସପି ଭାବେ କାର୍ଯ୍ଯକରି ଅପରାଧ ନିୟନ୍ତ୍ରଣରେ ସ୍ବତନ୍ତ୍ର ନାଁ କରିଥିବା ଆଇପିଏସ ଅଫିସର ଅଖିଳେଶ୍ବର ସିଂକୁ ସମ୍ବଲପୁର ଫେରାଇ ଆଣିବା ନେଇ ସାଧାରଣରେ ଜୋରଦାର ଚର୍ଚ୍ଚା। ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଓ ଟ୍ବିଟରରେ ସମ୍ବଲପୁର ବାସିନ୍ଦା ଆଲୋଚନା କରିବା ସାଙ୍ଗକୁ ପୁଣି ସମ୍ବଲପୁର ଏସପି ଭାବେ ଅବସ୍ଥାପିତ କରିବା ପାଇଁ ଦାବି କରୁଛନ୍ତି। କନଓ୍ୱର ବିଶାଳ ସିଂ ଙ୍କ ବଦଳି ପରଠାରୁ ଏପର୍ଯ୍ଯନ୍ତ ସବୁ ଦିନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି। ଅଖିଳେଶ୍ବର ସମ୍ବଲପୁର ଏସପି ଥିବା ସମୟରେ ଅପରାଧ ନିୟନ୍ତ୍ରଣରେ ଥିଲା ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି। ସମ୍ବଲପୁରୁ ଅଖିଳେଶ୍ବର ଗଲାପରେ ସମ୍ବଲପୁର ଜିଲ୍ଲାରେ ଆଇନ୍ ଶୃଙ୍ଖଳା ବିଗୁଡୁଥିବାରୁ ଅଖିଳେଶ୍ବରଙ୍କୁ ସମ୍ବଲପୁର ଏସପି ଭାବେ ପୁନଃଅବସ୍ଥାପିତ କରାଯାଉ ବୋଲି ସମ୍ବଲପୁରବାସୀ ଚାହୁଁଛନ୍ତି।